Author: madhulekha

ଧର୍ମଶାଳା ଗଣ୍ଡଗୋଳକୁ ନେଇ ଜୋର ଧରିଛି ରାଜନୀତି । କାଲି ରାତିରୁ ଧାରଣାରେ ବସିଛନ୍ତି ଉଭୟ ନେତାଙ୍କ ସମର୍ଥକ । ଭୁବନେଶ୍ୱରରେ ବିଜେଡି ଓ ଯାଜପୁରରେ ବିଜେପି ଧାରଣା ଦେଇ ବସିଛି। ଏନେଇ ଜେନାପୁର ଥାନା ଘେରିଛନ୍ତି ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ଆଗରେ ବିଜେଡି ନେତା ଧାରଣାରେ ବସିଛନ୍ତି ।ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉଭୟ ପକ୍ଷ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଗିରଫ ହୋଇନାହନ୍ତି ସେପର୍ଯ୍ୟନ୍ତ ଅଫିସ ସାମ୍ନାରେ ଧାରଣାରେ ବସିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା । ଅନ୍ୟପଟେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟାହତ ଅଭିଯୋଗକୁ ଏଡ଼ାଇଲେ ଆଇନ ମନ୍ତ୍ରୀ ସେ କହିଛନ୍ତି ଯେ, ଧର୍ମଶାଳା ଘଟଣାକୁ ରାଜନୀତିକରଣ କରିବା ଆବଶ୍ୟକ ନାହିଁ। ପୁଲିସ ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିଜର ରାଜନୈତିକ…

Read More

ଜୟପୁର ଇରିଗେସନ କଲୋନିସ୍ଥିତ ଏକ ବସ୍ତିରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଝିଅର ଜୀବନ ବଞ୍ଚିଛି । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି । ତେବେ ବଳି ଉଦ୍ୟମ ପଛରେ କାରଣ ଅଷ୍ପଷ୍ଟ ରହିଛି ।ବିଧବା ଅମ୍ବିକା ଖୋସଲା ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସହ ସ୍ଥାନୀୟ ଜଳସେଚନ କଲୋନିରେ ରହୁଛନ୍ତି। ତେବେ କିଛି ଦିନ ହେଲା ଅମ୍ବିକାଙ୍କ ଆଚରଣ ବଦଳି ଯାଇଥିଲା। ମାନସିକ ଭାରସାମ୍ୟ ହରାଇ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଗାଳିଗୁଲଜ କରୁଥିଲେ। ନିଜ ଘରେ ତନ୍ତ୍ର ସାଧନା କରୁଥିଲେ ବୋଲି ସାହିବାସିନ୍ଦା କହିଛନ୍ତି। ତେବେ ରବିବାର ତାଙ୍କର ବଡ ଝିଅ ଘର ଭିତରୁ ଜୋରରେ ଚିତ୍କାର କରୁଥିବା ସ୍ଥାନୀୟ ଲୋକ ଶୁଣିଥିଲେ । ଏହାପରେ ସମସ୍ତେ ଯାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିଥିଲେ ଯେ ସେଠାରେ ଝିଅ ଅଚେତ…

Read More

କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ। ଫୁଟବଲ୍ ଜଗତରେ ଫୁଟବଲ୍ ସମ୍ରାଟ ଲିଓନେଲ୍ ମେସିଙ୍କ ଲୋକପ୍ରିୟତା ଅତୁଳନୀୟ। ଉଭୟ ଖେଳାଳିଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ଲିଓନେଲ ମେସି ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ଫୁଟବଲ୍ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି । ଏହା ପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଏବଂ ତା’ପରେ “ମାଷ୍ଟର ବ୍ଲାଷ୍ଟର” ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି । ଏହା ପରେ ଦୁହେଁ କିଛି ସମୟ ପାଇଁ ଆଲୋଚନା କରିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ସଚିନ ତେନ୍ଦୁଲକର ମେସିଙ୍କୁ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଜର୍ସି ଉପହାର ପ୍ରଦାନ କରିଥିଲେ। ସଚିନ ତେନ୍ଦୁଲକର ଲେଖା ଓ ଦସ୍ତଖତ ଥିବା ୧୦ ନମ୍ବର ଜର୍ସିକୁ ସଚିନ ମେସିଙ୍କୁ ପ୍ରଦାନ କରିଥିଲେ। ସଚିନ ତେନ୍ଦୁଲକରଙ୍କୁ ପଚରାଯାଇଥିଲା…

Read More

ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ସ୍ଥାନରେ ବିତର୍କ ହୋଇଛି । କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ କରାଯାଇଛି । AIIMS ଦିଲ୍ଲୀର ପ୍ରଫେସର ଡକ୍ଟର ସୁଧୀର ଆରୋରାଙ୍କ ଅନୁଯାୟୀ;ଭାରତରେ ଯୁବକ ମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ଉପରେ ବହୁତ କମ୍ ଗବେଷଣା କରାଯାଇଛି, ଯେତେବେଳେ କିଛି ଅଧ୍ୟୟନ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଜାରି ରହିଛି। ଡକ୍ଟର ସୁଧୀର ଆରୋରା କହିଛନ୍ତି ଯେ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଏହି ମୃତ୍ୟୁ ଗୁଡ଼ିକ କୋଭିଡ୍-19 ସହିତ ଜଡିତ ନୁହେଁ। ସେ ପରାମର୍ଶ ଦେଇଛନ୍ତି ଯେ, ଖରାପ ଜୀବନଶୈଳୀ ଏବଂ କାର୍ଯ୍ୟ ଅଭ୍ୟାସ ଏହାର ପଛର କାରଣ ହୋଇଥାଇପାରେ। ଅନେକ ଯୁବକ ମଦ୍ୟପାନ ଏବଂ ଧୂମପାନ ନିଶାରେ ପୀଡିତ, ଯାହା ସିଧାସଳଖ ଧମନୀ ରୋଗ ଭଳି ଗମ୍ଭୀର ରୋଗରେ…

Read More

ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି । ରାମକ୍ରିଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରୁ ଏଭଳି କିଛି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ ପ୍ରତିଛବି ଥିବା ଡ୍ରେସର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଡ୍ରେସ୍, ଶାଢୀ, ଧୋତିରେ ମହାପ୍ରଭୁଙ୍କ ପ୍ରତିଛବି ବ୍ୟବହାର କରାଯାଉଛି । ରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନିକଟରେ ଜଣେ ଭକ୍ତ ମହାପ୍ରଭୁଙ୍କ ପ୍ରତିଛବି ଥିବା ଏକ ଧୋତି ପିନ୍ଧ ବଡ ଦାଣ୍ଡରେ କିର୍ତ୍ତନ କରୁଥିବା ନଜର ଆସିଥିଲେ । ଏହା ପୂର୍ବରୁ ମଧ୍ୟ ଅନେକ ସୋସିଆଲ ମିଡିଆରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

Read More

ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।‌ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ଶୀତ ପ୍ରଭାବରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ଭବତଃ ସ୍ଥାନେ ସ୍ଥାନେ ତାପମାତ୍ରାରେ ୧ରୁ ୨ ଡିଗ୍ରୀ ବୃଦ୍ଧି ହୋଇପାରେ ।

Read More

ମହାଙ୍ଗା ପଡ଼ିଲା ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ। କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ । କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ । ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ…

Read More

ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର ଜଣେ ହାବିଲଦାର ଅଲେଖ ଦାସ ଓ ଅନ୍ୟ ଜଣେ ଯବାନ ନାରାୟଣ ଦାସ ଗୁରୁତର ଆହତ ହୋଇଛନ୍ତି l ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲା ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣିଥରେ ସୁରକ୍ଷାବଳକୁ ଟାର୍ଗେଟ କରିଛନ୍ତି ।ଗୁରୁତର ଯବାନଙ୍କୁ ସ୍ବତନ୍ତ୍ର ବିମାନରେ ଚିକିତ୍ସା ପାଇଁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଲଗାତାର ଭାବେ ଚାଲିଥିବା ସର୍ଚ୍ଚ ଅପରେସନକୁ ବନ୍ଦ କରିବା ପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ନକ୍ସଲଙ୍କ ମାନେ ଲ୍ୟାଣ୍ଡମାଇନ ବିଛାଇଥିଲେ । ବିସ୍ଫୋରକ ନିଷ୍କ୍ରିୟ କାରୀ ଟିମ୍ ସହ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Read More

ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାୟିକା ସୋନାଲିଙ୍କ ସ୍ଵାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୋନାଲିଙ୍କ ଅଭିଯୋଗକ୍ରମେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପୋଲିସ ଭୁବନେଶ୍ବର ସ୍ଥିତ ଫରେଷ୍ଟ ପାର୍କରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରିଛି । ଗିରଫ ପଛରେ ଯାତ୍ରା ମାଲିକଙ୍କ ଷଡ଼ଯନ୍ତ୍ର ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।ସ୍ବାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋନାଲି । ଶ୍ରୀକ୍ଷେତ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଶ୍ରୀକ୍ଷେତ୍ରଙ୍କୁ ଏବେ ପୁରୀ ଜିଲ୍ଲା ପୋଲିସ ହେଡକ୍ବାଟରରେ ରଖାଯାଇଥିବା ସୂଚନା ମିଳିଛି ।

Read More

ଖସୁଛି ପାରଦ ରାଜ୍ୟରେ ବଢୁଛି ଶୀତ । ଅସହ୍ୟ ଜାଡରେ ଥରହର ଓଡିଶାବାସୀ । ଗତ ସପ୍ତାହେ ଧରି ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ତେବେ ପବନର ପ୍ରବାହ ଫଳରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆକାଶ ମେଘମୁକ୍ତ ରହୁଛି । ପୃଥିବୀ ବିକିରଣ ବାୟୁମଣ୍ଡଳ ଉପରି ଭାଗକୁ ଯାଉଛି । ଯାହାକି ଅଧିକ ଥଣ୍ଡା ସୃଷ୍ଟି କରୁଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୬.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏଥିସହିତ କଳାହାଣ୍ଡି କନ୍ଧମାଳ କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଦେଖା ଦେଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ପ୍ରବଳ ଜାଡରେ ଶୀତ ଦାଉରୁ ରକ୍ଷା ପାଇବାକୁ ଅନେକ ସ୍ଥାନରେ ଲୋକେ ନିଆଁ ପୋଇଁ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ…

Read More