ବଲିଉଡର ଅଭିନେତା ଅର୍ଜୁନ ରାମପାଲ ଧୁରନ୍ଧରର ବ୍ଲକବଷ୍ଟର ସଫଳତାକୁ ସେଲିବ୍ରେସନ କରୁଛନ୍ତି । ଅର୍ଜୁନ ରାମପାଲ ତାଙ୍କର ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ସହ ନିର୍ବନ୍ଧ କରିଛନ୍ତି । ଦୁହେଁ ଏକ ପୋଡକାଷ୍ଟରେ ଏକାଠି ନଜର ଆସିଥିଲେ । ୬ ବର୍ଷ ଧରି ପ୍ରେମିକା ଗାବ୍ରିଏଲାଙ୍କୁ ଡେଟ୍ କରିବା ପରେ ନିର୍ବନ୍ଧ କରିଛନ୍ତି ।ଅର୍ଜୁନ ରାମପାଲ ବ୍ୟକ୍ତିଗତ ଭାବରେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ, ଅର୍ଜୁନ ରାମପାଲ ତାଙ୍କ ପ୍ରଥମ ପତ୍ନୀ ମେହର ଜେସିଆଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ଗାବ୍ରିଏଲା ତାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ଏବଂ ସେବେଠାରୁ ଦୁହେଁ ଏକାଠି ରହୁଛନ୍ତି । ସେମାନେ ବିବାହ ପୂର୍ବରୁ ଦୁଇଟି ସନ୍ତାନର ପିତାମାତା ମଧ୍ୟ ଅଟନ୍ତି । ପାର୍ଟି ହେଉ କି କୌଣସି ଇଭେଣ୍ଟ, ଦୁହିଁଙ୍କୁ ସବୁବେଳେ ଏକାଠି ଦେଖାଯାଆନ୍ତି ।
