ଖୋଲା ମାର୍କେଟରେ ଧାନ ବିକିଲେ ସମ୍ବଲପୁର ଚାଷୀ । ରାଜ୍ୟ ସରକାର ଧାନ କିଣୁନଥିବାରୁ ସେମାନେ ଖୋଲା ମାର୍କେଟରେ ଧାନ ବିକିଛନ୍ତି । ପ୍ରତୀକାତ୍ମକ ଭାବେ ସେମାନେ ଏପରି ଖୋଲା ବଜାରରେ ଧାନ ବିକ୍ରି କରି ପ୍ରତିବାଦ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାର ବୋଧ ହୁଏ ଏ ବର୍ଷ ଧାନ କିଣିବେ ନାହିଁ ।ଆଜି ସମ୍ବଲପୁରରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ଚାଷୀ। ସହରର ବିଭିନ୍ନ ସ୍ଥାନରେ ଚାଷୀମାନେ ବସି ପ୍ରତୀକାତ୍ମକ ଭାବେ ଖୋଲା ମାର୍କେଟରେ ଧାନ ବିକିଛନ୍ତି। ଚାଷୀଙ୍କୁ ଏଯାଏ ଟୋକନ ଦିଆଯାଇନାହିଁ। ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ନେବୁ ବୋଲି ସେମାନେ କହିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ କଥାକୁ ମଧ୍ୟ ସେମାନେ କଡ଼ା ନିନ୍ଦା କରିଛନ୍ତି। ମଣ୍ଡିରେ ବିକି ନ ପାରିଲେ, ଖୋଲା ମାର୍କେଟରେ ଧାନ ବିକ ବୋଲି ମନ୍ତ୍ରୀ କହିଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଚାଷୀ ଆନ୍ଦେଳନ…
Author: madhulekha
ପ୍ରକାଶ ପାଇଛି ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା। ରବିବାରକୁ ଛାଡ଼ି ମିଳିବ ଆଉ ୮୨ଟି ଛୁଟି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି । ତେବେ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯିବ। ତେଣୁ ଏହି ଦିନ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିବ।ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ମୋଟ ୩୮ ଦିନ ଖରା ଛୁଟି ରଖାଯାଇଛି। ପରେ ସ୍ଥିତି ଦେଖି ଏହି ସମୟସୀମା ବଢିପାରେ। ଦୁର୍ଗାପୂଜା ଓ ଶୀତ ସମୟରେ ୮ ଦିନ ଲେଖାଏ ଛୁଟି ରହିବ। ପୂଜା ଛୁଟି ଅକ୍ଟୋବର ୧୭ରୁ ୨୬ ଯାଏ ହେବାକୁ ଥିବା ବେଳେ ଡିସେମ୍ୱର ୨୩ରୁ ୩୧ ତାରିଖ ଯାଏ ଶୀତ…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଶକ୍ତ ଝଟକା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), ଆଇନଜୀବୀ ମଦନ ମୋହନ ଦଳାଇ, ଶୂନ୍ୟଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଖାରଜ । ବ୍ରହ୍ମପୁର ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟ ବେଲ୍ ଆବେଦନକୁ ଖାରଜ କରିଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୨ ତାରିଖରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଫୁଲବାଣୀ ଜେଲ୍ କୁ ସ୍ଥାନାନ୍ତର କରାଯାଇଛି ।
ଡିସେମ୍ବର ୧୬ ତାରିଖ କେବଳ ଏକ ତାରିଖ ନୁହେଁ, ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ହେଉଛି ‘ବିଜୟ ଦିବସ’ । ବିଜୟ ଦିବସ ଭାରତର ବୀରତ୍ୱ, ସମର୍ପଣ ଏବଂ ସାମରିକ ଦକ୍ଷତାର ପ୍ରତୀକ। ଡିସେମ୍ବର ୧୬, ୧୯୭୧ ରେ, ପାକିସ୍ତାନୀ ସେନା ଭାରତୀୟ ସେନା ଏବଂ ମୁକ୍ତି ବାହିନୀ (ବାଂଲାଦେଶୀ ସ୍ୱାଧୀନତା ସଂଗ୍ରାମୀ) ନିକଟରେ ଆତ୍ମସମର୍ପଣ କରିଥିଲେ । ବିଶ୍ୱ ଏକ ନୂତନ ରାଷ୍ଟ୍ର, ବାଂଲାଦେଶର ଜନ୍ମ ଦେଖିଥିଲା । ଏହି ବିଜୟ କେବଳ ଏକ ଭୂରାଜନୈତିକ ସଫଳତା ନୁହେଁ, ବରଂ ମାନବୀୟ ମୂଲ୍ୟବୋଧ, ସ୍ୱାଧୀନତା ଏବଂ ନ୍ୟାୟର ବିଜୟ ମଧ୍ୟ ଥିଲା । ଏହି ଐତିହାସିକ ଯୁଦ୍ଧରେ, ଭାରତୀୟ ସେନା ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ଦକ୍ଷ ରଣନୀତି ପ୍ରଦର୍ଶନ କରିଥିଲେ । ହଜାର ହଜାର ଭାରତୀୟ ସୈନିକ ସର୍ବୋଚ୍ଚ ବଳିଦାନ ଦେଇଥିଲେ।୧୯୭୧ ମସିହାରେ ହୋଇଥିବା ଏହି ଯୁଦ୍ଧ ଫଳରେ ବିଶ୍ୱ ମାନଚିତ୍ରରେ ପୂର୍ବ ପାକିସ୍ତାନ…
IPL ୨୦୨୬ର ନିଲାମୀ ଅର୍ଥାତ୍ ମିନି ଅକ୍ସନ୍ ଆଜି ବେଶ୍ ରୋମାଞ୍ଚକର ହେବାକୁ ଯାଉଛି । ଅକ୍ସନ୍ ଆରମ୍ଭର ଠିକ୍ ପୂର୍ବରୁ ବିସିସିଆଇ (BCCI) ଆଉ ୧୯ ଜଣଙ୍କ ନାଁ ଯୋଡ଼ିଛି । ବିସିସିଆଇ ଯୋଡ଼ିଥିବା ୧୯ ଖେଳାଳିଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା ।୨୫ ବର୍ଷିୟ ରାଜେଶ ମହାନ୍ତି ଅଲରାଉଣ୍ଡର । ୨୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୨୭ ୱିକେଟ ନେବା ସହ ମୋଟ ୧୦୦ ରନ କରିଛନ୍ତି । ସେହିପରି ୨୫ ବର୍ଷିୟ ସ୍ୱସ୍ତିକ ସାମଲ ୧୩ଟି ଟି-୨୦ ଖେଳି ୩୬୨ ରନ କରିଛନ୍ତି । ସର୍ବାଧିକ ରନ ରହିଛି ୧୦୫ । ମୋଟ ୩୬୯ ଜଣ ଖେଳାଳି ନିଲାମ ତାଲିକାରେ ଅଛନ୍ତି । ଆଜି ଆଇପିଏଲ୍ ନିଲାମୀ । ୨୦୨୬ ଆଇପିଏଲ୍ ସିଜିନ୍ ପାଇଁ ଆବୁଧାବିରେ ଖେଳାଳି ନିଲାମୀ ବା…
ଧର୍ମଶାଳାରେ ବିଜେପି-ବିଜେଡି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ଜେନାପୁର ଥାନା ପୋଲିସ । ସିସିଟିଭି ଫୁଟେଜ୍ ଓ ସୋସିଆଲ ମିଡିଆ ଭିଜୁଆଲ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସନ୍ଦିଗଧଙ୍କୁ ଧରିବାକୁ ଏବେ ବି ରେଡ ଜାରି ରହିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହୃତ କରିଛି ବିଜେଡି । ସେପଟେ ପୋଲିସ ବିଭାଗକୁ ୫ ଦିନର ମହଲତ ଦେଇଛି ଦଳ । ୫ ଦିନରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଡିଜି ଅଫିସ ସମେତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି ।ଅନ୍ୟପଟେ ପ୍ରଣବ ବଳବନ୍ତରାୟ ଅଭିଯୋଗ କରିଥିଲେ ହିମାଂଶୁଙ୍କ ସମର୍ଥକ ତାଙ୍କ ଫାର୍ମ ହାଉସରେ ପଶି ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି । ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଆରୋପ ପ୍ରତ୍ୟାରୋପ ଭିତରେ କାର୍ଯ୍ୟାନୁଷ୍ଠାନ ଦାବିରେ ହିମାଂଶୁଙ୍କ…
ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲ୍ଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍ଏ) ବିଲ୍ ୨୦୨୫, ସସ୍ଷ୍ଟେନେବୁଲ ହାର୍ନେସିଙ୍ଗ୍ ଆଣ୍ଡ ଆଡଭାନ୍ସମେଣ୍ଟ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ (ଶାନ୍ତି) ବିଲ୍ ୨୦୨୫ ଓ ରିପେଲିଙ୍ଗ ଆଣ୍ଡ ଆମେଣ୍ଡିଂ ବିଲ୍ ୨୦୨୫। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ ବିଲ୍ ୨୦୨୫କୁ ଆଗତ କରିଥିଲେ। କେନ୍ଦ୍ର ସରକାର ଦେଶର ଉଚ୍ଚ ଶିକ୍ଷାରେ ଏକ ବଡ଼ ପରିବର୍ତ୍ତନ ଆଣିବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବିଲ୍ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ମାନଦଣ୍ଡ ନିର୍ଦ୍ଧାରଣ, ନିୟନ୍ତ୍ରଣ ସମନ୍ବୟ ଏବଂ ଉତ୍କର୍ଷ, ସ୍ବାୟତ୍ତତା ଏବଂ ସ୍ବଚ୍ଛ ମାନ୍ୟତାକୁ ପ୍ରୋତ୍ସାହିତ କରିବାପାଇଁ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ’ ପ୍ରତିଷ୍ଠା କରିବାକୁ ଚାହୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ବିଲ୍ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସ୍ୱାଧୀନ…
ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣା ପରେ ବସ୍ ଏବଂ କାରଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଚାରି ଜଣ ପୋଡ଼ି ମୃତ୍ୟୁ ହୋଇଥିବା ସୂଚନା ରହିଛି।ସୂଚନାନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମଲ୍ ଷ୍ଟୋନ୍ ୧୨୭ରେ ଏହି ଦୁଘର୍ଟଣା ଘଟିଥିବା ସୂଚନା ମିଳିଛି । ଗୁଳି ଫୁଟିବା ପରି ଶବ୍ଦ କରି ଅନେକ ଗାଡ଼ି ଧକ୍କା ହୋଇଥିଲା । ଜୋରରେ ବିସ୍ଫୋରଣ ହୋଇଥିଲା । ସମଗ୍ର ଗାଁ ଘଟଣାସ୍ଥଳକୁ ଦୌଡ଼ି ଆସି ତୁରନ୍ତ ସହାୟତା ପ୍ରଦାନ କରିଥିଲା । ପ୍ରାୟ ୧୫୦ ଜଣଙ୍କୁ ୨୦ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା । ଯାହାର ସୂଚନା ଜଣେ ପ୍ରତ୍ୟକ୍ଷଦର୍ଶୀ ଦେଇଛନ୍ତି । ଏହି ଦୁର୍ଘଟଣା ହେବା ଫଳରେ ଅନେକ ଲୋକଙ୍କ ଧନଜୀବନ କ୍ଷତି ହୋଇଛି…
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୩୦ ରୁ ୬ ଟା ମଧ୍ୟରେ ପହିଲି ଭୋଗ ପରେ କୋଠ ଭୋଗ ହୋଇ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦ୍ଵିତୀୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବ। ସେହିପରି ଦିବା ପହୁଡ଼ ଓ ସନ୍ଧ୍ୟା ଆଳତୀ, ମଇଲମ, ଚନ୍ଦନ ଲାଗି…
ଦିଲ୍ଲୀ ଏନ୍ସିଆରରେ ବିପଦଜନକ ସ୍ତରରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ। ଦିଲ୍ଲୀରେ ପ୍ରଦୂଷଣ ଆହୁରି ଖରାପ ହେଉଛି, ରାଜଧାନୀର AQI ୬୦୦ ଅତିକ୍ରମ କରିଛି। ରାଜଧାନୀ ବାସିନ୍ଦା ଏହା ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଚିନ୍ତିତ ଅଛନ୍ତି। ଗତ ଦୁଇ ମାସ ଧରି ଏହି ପରିସ୍ଥିତି ଜାରି ରହିଛି।ରବିବାର ଦିନ, ରାଜଧାନୀରେ ଏକ୍ୟୁଆଇ ୪୬୧ ରେକର୍ଡ କରାଯାଇଥିଲା, ଯାହା ଏହି ଋତୁର ସବୁଠାରୁ ଖରାପ ସ୍ତର। ଯେତେବେଳେ ଗୋଟିଏ ଦିନ ପୂର୍ବରୁ ଏକ୍ୟୁଆଇ ୪୩୨ ଥିଲା ଏବଂ ଆଜି ମଧ୍ୟ ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ ଉପରେ ଅଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ବାୟୁ ଗମ୍ଭୀର ବର୍ଗରେ ରହିଛି। ସେହି ସମୟରେ, ପରିସ୍ଥିତିକୁ ଦେଖି ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଓକିଲ ଏବଂ ମାମଲା ପ୍ରତ୍ୟାବର୍ତ୍ତକଙ୍କୁ ଏକ ବଡ଼ ଆଶ୍ୱସ୍ତି ଏବଂ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିପଜ୍ଜନକ ବାୟୁରୁ ଗମ୍ଭୀର ସ୍ୱାସ୍ଥ୍ୟ…