ସେୟାର ବଜାର ଏବଂ ଅନ୍ୟାନ୍ୟ ନିବେଶ ଯୋଜନା ନାମରେ କୋଟିଏ ୬ଲକ୍ଷ ଟଙ୍କା ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ ଜଣେ ଦମ୍ପତିଙ୍କୁ ଗିରଫ କରିଛି।ମାସକ ମଧ୍ୟରେ ଇନଭେଷ୍ଟମେଣ୍ଟର ଡବଲ ର ମୁନାଫା ଦେଇ ଠକିନେଇଥିଲେ କୋଟିଏ ୬ଲକ୍ଷ ଟଙ୍କା । ଏନେଇ ଠକେଇ ଟଙ୍କାକୁ ବିଭିନ୍ନ ରିଟେଲ ମାର୍ଟ ବିଜନେସ ,ଫିସ ପାର୍ମିଂ,ହୋଟେଲ ବିଜନେସ ସମେତ ରିୟଲ ଇଷ୍ଟେଟ ରେ ମଧ୍ୟ ନିବେଶ କରିଥିଲେ । ପ୍ରଥମେ ହାଣ୍ଡିଧୁଆ ତାଳଚେର ପରେ ଭୁବନେଶ୍ୱର ପଟିଆରେ ଅଫିସ ଖୋଲି ଅନେକ ଲୋକଙ୍କୁ ଏଭଳି ସେୟାର ଟ୍ରେଡିଂ ଆଳରେ ଚୁନା ଲଗାଇଥିଲେ ଦମ୍ପତି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ ।
Author: madhulekha
ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଲୋକସେବା ଓ କ୍ରୀଡ଼ା ବିକାଶ ତାଙ୍କର ଦୀର୍ଘମିଆଦୀ ଲକ୍ଷ୍ୟ। ତେବେ ତାଙ୍କ କହିବା ମୁତାବକ, ସେ ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ, ଜନପ୍ରତିନିଧି ହୋଇ ଜନତାଙ୍କ କରିବେ ସେବା। ତେବେ ସେ କେଉଁ ଦଳରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ତାହା ସମୟ କହିବ ବୋଲି କହିଛନ୍ତି ଏହି ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ।। ସମାଜସେବା ଏବଂ କ୍ରୀଡ଼ା ବିକାଶ ପାଇଁ ରାଜନୀତି ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ସେ ବିଶ୍ୱାସ କରନ୍ତି। ଦୂତୀ କହିଛନ୍ତି, “ରାଜନୀତି ବିନା ସମାଜସେବା କରାଯାଇପାରିବ ନାହିଁ। ଜନସେବା ପାଇଁ ସମ୍ବଳ ଏବଂ ଜନସାଧାରଣଙ୍କ ସହ ଯୋଡ଼ିହେବା ଆବଶ୍ୟକ।” ସେ ତାଙ୍କ ପାରିବାରିକ ପୃଷ୍ଠଭୂମି ବିଷୟରେ ମଧ୍ୟ କହିଛନ୍ତି ଯେ ତାଙ୍କ ମା’…
ପଶ୍ଚିମବଙ୍ଗ ବଙ୍ଗୋପସାଗର ଉପକୂଳରୁ ମିଳିଛି ଦୁଇଟି ନୂଆ ପ୍ରଜାତି ସାମୁଦ୍ରିକ କୀଟ । ଏହି ନୂଆ ପ୍ରଜାତିଗୁଡ଼ିକୁ ନାମାଲୟୀକାଷ୍ଟିସ ଶୋଲେନୋଟୋଗ୍ନାଥା (Namalycastis solenotognatha) ଏବଂ ନେରେଇସ ଧ୍ରୀତିଏଇ (Nereis dhritiae) ଭାବେ ନାମକରଣ କରାଯାଇଛି । ନେରିଇଡିଡ୍ସ ଶ୍ରେଣୀର ଏହି ଦୁଇଟି ସମୁଦ୍ର କୀଟକୁ ପରୀକ୍ଷାଗାରରେ ଗବେଷଣା ପରେ ଏଭଳି ପ୍ରଜାତିକୁ ଆବିଷ୍କାର କରାଯାଇଥିବା ନେଇ ସ୍ପଷ୍ଟ କରିଛି ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣର କେନ୍ଦ୍ର ।ଏହି ଗବେଷଣା ସମ୍ପର୍କିତ ତଥ୍ୟ “Description of two new species of nereidids (Annelida: Nereididae) from West Bengal, India, Bay of Bengal” ଜୁ’ ଟାକ୍ସା (Zootaxa) ନାମକ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ତ ହୋଇଛି । Namalycastis solenotognatha ପ୍ରଜାତିର ନାମକରଣ ଗ୍ରୀକ୍ ଶବ୍ଦ solenotos (ଯାହାର ଅର୍ଥ କଳା ଦାଗ ) ଓ gnatha (ଦାନ୍ତ) ର ସମ୍ମିଳନ ଉପରେ ଆଧାରିତ । ଯାହା ଏହି…
ରାମମନ୍ଦିର ଆନ୍ଦୋଳନର ପ୍ରମୁଖ ସୂତ୍ରଧର ତଥା ଅଯୋଧ୍ୟାର ପୂର୍ବତନ ଲୋକସଭା ସାଂସଦ ତଥା ସନ୍ଥ ଡା. ରାମବିଳାସ ଦାସ ବେଦାନ୍ତିଙ୍କ ସୋମବାର ପରଲୋକ ହୋଇଛି । ରାମବିଳାସ ବେଦାନ୍ତୀ ରେୱା ଗସ୍ତରେ ଥିଲେ। ଏହି ଗସ୍ତ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସୋମବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପରଲୋକରେ ଅଯୋଧ୍ୟା ସମେତ ସମଗ୍ର ଦେଶରେ ସନ୍ଥ ସମାଜ ଓ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୋକ ପ୍ରକାଶ କରି ଏକ୍ସରେ ଲେଖିଛନ୍ତି, ରାମବିଳାସ ବେଦାନ୍ତିଙ୍କ ପରଲୋକ ଆଧ୍ୟାତ୍ମିକ ଜଗତ ଏବଂ ସନାତନ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି । ତାଙ୍କ ତ୍ୟାଗମୟ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ । ରିବାରେ ଜନ୍ମିତ ବେଦାନ୍ତି ୧୨ ବର୍ଷ ବୟସରେ ଅଯୋଧ୍ୟା ଯାଇଥିଲେ ।…
ଆଇପିଏଲ ୨୦୨୬ ପାଇଁ ଚାଲିଛି ମିନି ନିଲାମୀ। ମଙ୍ଗଳବାର ଅର୍ଥାତ ୧୬ ଡିସେମ୍ବରରେ ଆବୁଧାବିର ଏତିହାଦ ଏରିନାରେ ଏହା ଚାଲିଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କାର ବର୍ଷା। ଅଷ୍ଟ୍ରେଲିୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି ୨୦ ଲକ୍ଷ । ଗ୍ରୀନଙ୍କ ପାଇଁ ସିଏସକେ ସହ କଡା ଟକ୍କର ପରେ କିଣିଲା କେକେଆର । ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ ପ୍ରାଇସ ୨ କୋଟିରେ କିଣିଲା ଏଲଏସଜି । କାମେରୁନ ଗ୍ରୀନ ଏବେ ଆଇପିଏଲ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇସାରିଛନ୍ତି । ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯାହାକୁ ୨୦୨୪ ଆଇପିଏଲ ନିଲାମରେ କେକେଆର ୨୪ କୋଟି ୭୫ ଲକ୍ଷରେ କିଣିଥିଲା ।ଏହା ସହ ଗ୍ରୀନ୍ ତାଙ୍କ ଦେଶର ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କୁ ୨୦୨୪ ମସିହାରେ କେକେଆର ୨୪.୭୫ କୋଟିରେ କିଣିଥିଲା। ଏଠାରେ ଉଲ୍ଲେଖନୀୟ ଯେ ଯଦିଓ କୋଲକାତା ନାଇଟ୍…
ସକାଳୁ ସକାଳୁ ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମ୍ସି ମେୟର ସୁଲୋଚନା ଦାସ। ୟୁନିଟ ୪ ମାଛ ମାର୍କେଟ ଓ ପାଖ ଅଞ୍ଚଳରେ ହୋଇଥିବା ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଛନ୍ତି ମେୟର। ୟୁନିଟ୍ ୪ ମାଛ ମାର୍କେଟ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଚଢାଉ । ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଲେ ମେୟର । ବିଭିନ୍ନ ହୋଟେଲ୍, ଅଟୋ ୱାର୍କସପ୍ ଓ ଶିକ୍ଷାନୁଷ୍ଠାନକୁ ଫାଇନ୍ କାଟିଲେ । ଅଳିଆ ଗଦାଇବା ପାଇଁ ଫାଇନ୍ କାଟିଲେ ମେୟର୍ । ଏହାଛଡା ଗୋଲ ଏଡୁକେଶନାଲ ଇନଷ୍ଟିଚ୍ୟୁଟକୁ ଓ ଚାଇନା ଗାର୍ଡେନକୁ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବିଏମସି କହିଛି। ଏହା ସହିତ, ୟୁନିଟ୍-୪ ମସଜିଦ ନିକଟରେ ମିଳିଥିବା ପରିତ୍ୟକ୍ତ କାର ଏବଂ ବାଇକ୍ ଜବତ କରାଯାଇଛି ।
ଓଡ଼ିଶା ହେବ ଫାର୍ମା ହବ୍। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସରକାର ସମସ୍ତ ପ୍ରକାର ସାହାଯ୍ୟ,ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି। ଏହି ଫାର୍ମା ସମ୍ମିଳନୀରେ ମୋଟ୍ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହାଦ୍ୱାରା ମୋଟ୍ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଡ୍ରଗ୍ ମାନୁଫାକଚରିଂ ୟୁନିଟ୍ ଖୋର୍ଦ୍ଧାରେ, ଡ଼ିଭାଇସ ମାନୁଫାକଚରିଂ ୟୁନିଟ୍ ବି ଖୋର୍ଦ୍ଧାରେ ନିର୍ମାଣ ହେବ । ଫାର୍ମା ସମ୍ମିଳନୀରେ ୨୦ ଦେଶରୁ ବଡ଼ କମ୍ପାନୀ ଆସିଛନ୍ତି । ସମ୍ ଲାଇଫ ସାଇନସେସ୍ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ଗୋଠପାଟଣା ଠାରେ ହେବ ସମ୍ ଲାଇଫ୍ ସାଇନ୍ସ ଔଷଧ ଉତ୍ପାଦନ କେନ୍ଦ୍ର । ଏଠାରେ ୨୦୨୭ରୁ…
ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ ଇସ୍ତଫା ଦେଇଛନ୍ତି । ଲୋକପ୍ରିୟ ପୁଟବଲ ଖେଳାଳି ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ବିଭ୍ରାଟ ନେଇ ଖେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ଟିଏମସିର ପ୍ରବକ୍ତା କୃ ଣାଲ ଘୋଷ ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।ଶନିବାର ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକମାନେ ଟିକେଟ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଭିଭିଆଇପି, ରାଜନେତା ଓ ପୋଲିସ୍ ଅଧିକାରୀଙ୍କ ଭିଡ଼ ଯୋଗୁଁ ତାଙ୍କୁ ଠିକ୍ ଭାବରେ ଦେଖିପାରି ନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦର୍ଶକମାନେ ଷ୍ଟାଡିୟମ୍ରେ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସକୁ ବ୍ୟାପକ ଲାଠିଚାର୍ଜ କରିବାକୁ ପଡ଼ିଥିଲା ଏବଂ ଆରଏଏଫ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ହଙ୍ଗାମା କାରଣରୁ ମେସି ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟାଡିୟମ୍ ଛାଡ଼ି ଚାଲିଯାଇଥିଲେ। ଘଟଣାର ମୁଖ୍ୟ ଆୟୋଜକ ଶତାଦ୍ରୁ ଦତ୍ତଙ୍କୁ ଗିରଫ କରାଯାଇଛି। ଟିକେଟର…
ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ରତ୍ନେଶ କୁମାର ପାଣ୍ଡେ। ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଆଜିଦିନ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ୨୦୨୩-୨୪ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତୀକରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଜିପି ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ଅଭିଯୋଗ ହୋଇଛି। ସେ ପିପିଲିସ୍ଥିତ ଏସବିଆଇ ଶାଖାରେ ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହାକୁ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିବା ୯.୭୦ ଲକ୍ଷ ଟଙ୍କାର ପ୍ରମାଣ ସଂଗ୍ରହ କରାଯାଇଛି। ଆହୁରି ହେରଫେର ହୋଇଛି କି ନାହିଁ ସେନେଇ ତଦନ୍ତ ଜାରି ରହିଥିବା ନେଇ ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ତେବେ ତାଙ୍କୁ କଟକର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯିବ ବୋଲି ଜଣାପଡ଼ିଛି।
ଭୁବନେଶ୍ବର ଧଉଳିରେ ଗଣଦୁଷ୍କର୍ମ ମାମଲାରେ ପୋଲିସର ତନାଘନା ତଦନ୍ତ । ଫେରାର ୨ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନେ ମୋବାଇଲ୍ ଫୋନରେ ଏହି ଅପରାଧର ଭିଡିଓ ରେକର୍ଡ କରିଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କ ଅଭିଯୋଗ ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଗିଛନ୍ତି, ଧଉଳି ଘଟଣାରେ ସରକାର ଉଚିତ ପଦକ୍ଷେପ ନେବେ । ସରକାର ଫାଷ୍ଟ ଟ୍ରାକ ମହିଳା କୋର୍ଟ ବିଷୟରେ ଚିନ୍ତା କରୁଛନ୍ତି। ମହିଳାଙ୍କୁ ତ୍ବରିତ ନ୍ୟାୟ ଦେବାକୁ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି ପୃଥ୍ବୀରାଜ।