ଦିଲ୍ଲୀ ସରକାର ରାଜଧାନୀରେ ନିରନ୍ତର ଭାବରେ ଉଚ୍ଚ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସମସ୍ତ କାର୍ଯ୍ୟାଳୟରେ 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ କରିଛନ୍ତି। ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଦିଲ୍ଲୀର ବାୟୁ ଗୁଣବତ୍ତା କ୍ରମାଗତ ତିନି ଦିନ ଧରି ‘ଗମ୍ଭୀର’ ଶ୍ରେଣୀରେ ରହିବା ପରେ ମଙ୍ଗଳବାର ସାମାନ୍ୟ ଉନ୍ନତି ହୋଇ ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଆସିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ସକାଳ ୯ ଟାରେ AQI ୩୭୮ ରେ ରେକର୍ଡ କରାଯାଇଛି, ଯାହା ସୋମବାର ସନ୍ଧ୍ୟାର ୪୨୭ ଠାରୁ ସାମାନ୍ୟ ଭଲ ରହିଛି। ସମସ୍ତ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକୁ ସେମାନଙ୍କର ସର୍ବାଧିକ…
Author: madhulekha
ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ବାରିପଦା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ଘର ସମ୍ମୁଖରେ ଖେଳୁଥିଲେ। ସେହି ସମୟରେ ଅଭିଯୁକ୍ତ ସମ୍ପର୍କୀୟ ଅଜା ନାବାଳିକାଙ୍କୁ ଜୋର ଜବରଦସ୍ତି ଘର ପଛପଟକୁ ନିଛାଟିଆ ଜାଗାକୁ ନେଇଯାଇଥିଲେ। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟରେ ନାବାଳିକା ପାଟି କରି କାନ୍ଦିଥିଲେ। କାନ୍ଦ ଶୁଣି ପଡୋଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ଓ ଘର ଲୋକଙ୍କୁ ସୂଚନା ଦେଇଥିଲେ । ଏହି ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ହସ୍ପିଟାଲରେ ଶିଶୁ କନ୍ୟାଟିର ଚିକିତ୍ସା ଚାଲିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ଅଭିଯୁକ୍ତକୁ ଗିରଫ କରି ତଦନ୍ତ…
ବଡଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ । ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି । ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ସରକାରୀ ଛୁଟି ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିବା ସମ୍ଭାବନା ରହିଛି । ସେହିପରି ଏହା ପରବର୍ତ୍ତୀ ଗୁରୁବାର ଇଂରାଜୀ ନୂଆବର୍ଷ । ତେଣୁ ଶ୍ରୀମନ୍ଦିର ନୀତିକାନ୍ତିଠାରୁ ଆରମ୍ଭ କରି ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଆଦି ଅତ୍ୟାବଶ୍ୟକୀୟ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇ ଥିବାରୁ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା ମନ୍ଦିର ଭିତରେ ଓ ବାହାରେ କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ…
ଗୁଣିଗାରେଡ଼ି ନେଲା ଜୀବନ । ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ ବିଭିନ୍ନ ସମୟରେ ଅକାରଣରେ ପାଟିତୁଣ୍ଡ ହେଉଥିଲା । ଯେତେ ଉପାର୍ଜନ କଲେ ବି ଅଣ୍ଟୁନଥିଲା । ଅଶାନ୍ତି ଲାଗି ରହୁଥିଲା । ତେଣୁ ଘରେ କେମିତି ସୁଖଶାନ୍ତି ଫେରିବ ଓ ପୁଣି ସ୍ୱାଭାବିକ ସବୁ ଚାଲିବ ସେଥିପାଇଁ ତାନ୍ତ୍ରିକଙ୍କ ପରାମର୍ଶ ଲୋଡ଼ିଥିଲେ । ତାନ୍ତ୍ରିକ କହିଥିଲେ କି ଘର ଆଖପାଖରେ ଅତୃପ୍ତ ଆତ୍ମା ଘୂରି ବୁଲୁଛି । ଏହି ଅତୃପ୍ତ ଆତ୍ମା କେହି ନୁହେଁ ବରଂ ଅଗଣାରେ ବହୁବର୍ଷ ଆଗରୁ ପୋତି ହୋଇ ରହିଥିବା ଅଶରୀରୀ । ଏହି ଆତ୍ମାକୁ ଦାହସଂସ୍କାର ନକରି ପୋତି ଦିଆଯାଇଥିବାରୁ ତା’ ଆତ୍ମା ଅଶାନ୍ତ ହୋଇ ବୁଲୁଛି । ଖୋଳିଲେ ମାଟି ତଳୁ କଙ୍କାଳ ଉଦ୍ଧାର ହେବ ଓ ପ୍ରଚୁର…
ଓଡ଼ିଶା ଫେରିଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସି ରହିଥିବା ଓଡ଼ିଆ ପୁଅ ଆଦର୍ଶ ବେହେରା । ଗୃହ ଯୁଦ୍ଧ ଭିତରେ ସେଠାରୁ ମୁକୁଳି ଶେଷରେ ନିଜ ଓଡ଼ିଶା ମାଟିକୁ ଫେରିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ନିଜ ପୁଅକୁ ଦେଖି କୋହଭରା ହୋଇ କାନ୍ଦିବରେ ଲାଗିଥିଲେ ।ଆଦର୍ଶଙ୍କ କହିବାନୁଯାୟୀ, ସୁରକ୍ଷିତ ସ୍ଥାନକୁ ଯିବା ବେଳେ ତାଙ୍କୁ RSF (ରାପିଡ ସପୋର୍ଟ ଫୋର୍ସ)ର ୧୫ରୁ ୨୦ ଜଣ ସଦସ୍ୟ ଅପହରଣ କରି ନେଇଥିଲେ। ଅପହରଣକାରୀମାନେ ତାଙ୍କୁ ବହୁତ ମାଡ଼ ମାରିଥିଲେ। ସେମାନେ ପ୍ରଥମେ ସେ ଭାରତୀୟ ବୋଲି ଜାଣି ନଥିଲେ। ଅପହରଣ ପରେ ତାଙ୍କୁ ୨ରୁ ୩ ଦିନ ଜଙ୍ଗଲରେ ଓ ପରେ ଏକ ଜେଲରେ ରଖିଥିଲେ। ସେ ବଞ୍ଚିବେ ବୋଲି ଭାବି ନଥିଲେ, କାରଣ ସେଠାରେ ଦିନେ ଖାଇଲେ ଦିନେ ଖାଉ ନଥିଲେ। ତାଙ୍କୁ ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ…
ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଦୁଇଟି ସିଟିଂରେ ପରୀକ୍ଷା ହେବ, ପ୍ରଥମ ସିଟିଂ ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ଏହା ପରେ ଅପରାହ୍ନ ସାଢେ ୧ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ୪୫୨ ଟି ପରୀକ୍ଷା କେନ୍ଦ୍ରକୁ ସିସିଟିଭି ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବା ବେଳେ ବୋର୍ଡର…
ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ । ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ ମିଡିଆରେ ଆଶୀର୍ବାଦ ୯୪୫ ଆଇଡିରୁ ଫଟୋ ଭାଇରାଲ୍ । ସଂପୃକ୍ତ ବ୍ୟକ୍ତି ଜଣଙ୍କ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଏବଂ ବାହାରେ ନିଜ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ କରିଛନ୍ତି ।ବେଶ କିଛିଦନ ନୀରବତା ପରେ ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ। ଯାଞ୍ଚ ସତ୍ୱେ ମୋବାଇଲ କିପରି ଶ୍ରୀଗନ୍ଦିର ଭିତରକୁ ଯାଉଛି ତାହାକୁ ନେଇ ସବୁଠୁ ବଡ ପ୍ରଶ୍ନ ଉଠିଛି । ଥରେ ନୁହେଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ । ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ କ୍ରାଇମବ୍ରାଞ୍ଚ ଏଡିଜି ଓ ମାମଲାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ । ଏହି ମାମଲା କ୍ରାଇମ ଏଗେନଷ୍ଟ ଓମେନ ବା ଉଇଡ ଭାବେ ପରିଗଣିତ ହେବ । ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।ଜଣେ ଡ଼ିଏସପି ପାହ୍ୟାର ଅଫିସର ଧଉଳି ଥାନା ଯାଇ ତଦନ୍ତର ଅଗ୍ରଗତି ବାବଦରେ ବୁଝିବେ । ତଦନ୍ତ କିପରି ତ୍ୱରାନ୍ୱିତ ହେବ, ସେନେଇ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ । ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ସମେତ, ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ ପର୍ଯ୍ୟନ୍ତ ସହଯୋଗ କରିବ ସ୍ବତନ୍ତ୍ର ଟିମ୍ । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି । ସୂଚନାଯୋଗ୍ୟ, ସୂଚନା ଅନୁସାରେ, ଗତ ୧୧ ତାରିଖ…
ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନ, ପୁଡୁଚେରୀ ଏବଂ ଲକ୍ଷାଦ୍ୱୀପରେ ସ୍ପେଶାଲ ଇଣ୍ଟେସିଭ୍ ରିବିଜନ (SIR) ପ୍ରକ୍ରିୟା ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ଡ୍ରାଫ୍ଟ ତାଲିକାରୁ ସର୍ବାଧିକ ସଂଖ୍ୟକ ଭୋଟରଙ୍କୁ ବାଦ ଦିଆଯାଇଛି । ଏମାନଙ୍କ ସଂଖ୍ୟା ୫୮ ଲକ୍ଷ ରହିଛି । ଦେଢ଼ଲକ୍ଷ ନକଲି ନିର୍ବାଚନ କ୍ଷେତ୍ର , ତେବେ ଯେଉଁମାନଙ୍କ ନାଁ ବୈଧ୍ୟ ତଥାପି ଡ୍ରାପ୍ଟରେ ବାଦ ପଡିଛନ୍ତି ସେମାନେ ପୁଣି ଆବେଦନ କରିପାରିବେ । ଆବଶକୀୟ ଦସ୍ତାବିଜ ଦେଇ ତ୍ରୁଟି ସଂଶୋଧନ କରିପାରିବେ କିମ୍ବା ପୁର୍ନବାର ଆବେଦନ କରିପାରିବେ । ଏଥିପାଇଁ ଭୋଟର୍ଙ୍କୁ ମିଳିବ ୩୦ ଦିନ । ପରେ ନିର୍ଣ୍ଣାୟକ ତାଲିକାରେ ଭୋଟରଙ୍କ ନାଁ ପ୍ରକାଶ ପାଇବ । ଏସଆଇଆର ପ୍ରଥମ ପର୍ଯ୍ୟାୟରେ ବିହାରର ୬୫ ଲକ୍ଷ ଭୋଟର ବାଦ ପଡିଥିଲେ ।
ଛତିଶଗଡ଼ରେ ୩୪ ନକ୍ସଲଙ୍କ ଆତ୍ମସମର୍ପଣ। ମଙ୍ଗଳବାର ଦିନ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଅତି କମରେ ୩୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ଉପରେ ସାମୂହିକ ଭାବରେ ୮୪ ଲକ୍ଷ ଟଙ୍କା ପୁରସ୍କାର ଥିଲା।“ପୁନା ମାର୍ଗେମ (ପୁନଃସ୍ଥାପନରୁ ସାମାଜିକ ପୁନଃସଂଯୋଗ) ପୁନର୍ବାସ ପଦକ୍ଷେପ ଅଧୀନରେ ସାତ ଜଣ ମହିଳା ସମେତ ଏହି କ୍ୟାଡରମାନେ ଏଠାରେ ବରିଷ୍ଠ ପୋଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଛନ୍ତି। ପୁନର୍ବାସ ନୀତି ଅନୁଯାୟୀ, ଆତ୍ମସମର୍ପଣ କରିଥିବା କ୍ୟାଡରମାନଙ୍କୁ ଛତିଶଗଡ଼ ସରକାର ପ୍ରଦାନ କରୁଥିବା ଅନ୍ୟାନ୍ୟ ସୁବିଧା, ଯେପରିକି ଦକ୍ଷତା ବିକାଶ ପାଇଁ ତାଲିମ ଏବଂ ଅନ୍ୟାନ୍ୟ ସୁବିଧା ସହିତ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କାର ତୁରନ୍ତ ସହାୟତା ପ୍ରଦାନ କରାଯିବ।