ଲୋକସଭାରେ ତିନି ନୂଆ ବିଲ୍ ଆଗତ କରାଯାଇଛି। ସୋମବାର ଆଗତ କରାଯାଇଥିବା ବିଲ୍ଗୁଡିକ ହେଲା ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ (ଭିବିଏସ୍ଏ) ବିଲ୍ ୨୦୨୫, ସସ୍ଷ୍ଟେନେବୁଲ ହାର୍ନେସିଙ୍ଗ୍ ଆଣ୍ଡ ଆଡଭାନ୍ସମେଣ୍ଟ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ (ଶାନ୍ତି) ବିଲ୍ ୨୦୨୫ ଓ ରିପେଲିଙ୍ଗ ଆଣ୍ଡ ଆମେଣ୍ଡିଂ ବିଲ୍ ୨୦୨୫। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ଶିକ୍ଷା ଅଧିସ୍ଥାନ ବିଲ୍ ୨୦୨୫କୁ ଆଗତ କରିଥିଲେ। କେନ୍ଦ୍ର ସରକାର ଦେଶର ଉଚ୍ଚ ଶିକ୍ଷାରେ ଏକ ବଡ଼ ପରିବର୍ତ୍ତନ ଆଣିବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବିଲ୍ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ମାନଦଣ୍ଡ ନିର୍ଦ୍ଧାରଣ, ନିୟନ୍ତ୍ରଣ ସମନ୍ବୟ ଏବଂ ଉତ୍କର୍ଷ, ସ୍ବାୟତ୍ତତା ଏବଂ ସ୍ବଚ୍ଛ ମାନ୍ୟତାକୁ ପ୍ରୋତ୍ସାହିତ କରିବାପାଇଁ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ’ ପ୍ରତିଷ୍ଠା କରିବାକୁ ଚାହୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ବିଲ୍ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସ୍ୱାଧୀନ ସ୍ବୟଂଶାସିତ ପ୍ରତିଷ୍ଠାନ ହେବାରେ ସାହାଯ୍ୟ କରିବାକୁ ଚାହୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଏହି ବିଲ୍କୁ ଜେପିସି (ଯୁଗ୍ମ ସଂସଦୀୟ କମିଟି)କୁ ପଠାଇବାପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି।ଏହା ସହିତ ଜେପିସି ପାଇଁ ସଦସ୍ୟ ନିଯୁକ୍ତ କରିବାକୁ ନିବେଦନ କରିଥିଲେ।
ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଆଗତ
By madhulekha1 Min Read
