Author: madhulekha

ସାଉଦି ଆରବରେ ତୁଷାରପାତ ବିରଳ, କିନ୍ତୁ ଦେଶର ଉତ୍ତର ଅଞ୍ଚଳର କିଛି ଅଂଶରେ ଏହି ଶୀତରେ ଯାହା ଘଟିଲା ତାହା ଅସାଧାରଣ ତଥା ଉଦ୍‌ବେଗଜନକ । ତାବୁକ୍ ଓ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି, ତୁଷାରପାତ ଯୋଗୁ ପାହାଡ଼ଗୁଡ଼ିକ ଧଳା ହୋଇଯାଇଛି ଏବଂ କର୍ତ୍ତୃପକ୍ଷ ପାଣିପାଗ ସତର୍କ ସୂଚନା ଜାରି କରିଛନ୍ତି। ଚଳିତ ବର୍ଷ ଭାରତ ଏହି ଚିନ୍ତାଜନକ ଧାରାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି। ବିଶ୍ୱର ସବୁଠାରୁ ଜନବହୁଳ ଦେଶରେ ଉତ୍ତର ଓ ମଧ୍ୟ ଭାରତରେ ରେକର୍ଡ ଭାଙ୍ଗିଥିବା ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି, ଏହା ପରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ସିକିମ୍‌ରେ ପ୍ରଳୟଙ୍କରୀ ବାଦଲଫଟା ବର୍ଷା ହୋଇଛି। ବିଳମ୍ବରେ ଆସିଥିବା ସେହି ମୌସୁମୀ କେତେକ ଅଞ୍ଚଳରେ ବିଳମ୍ବରେ ଏବଂ ଅନ୍ୟ ଅଞ୍ଚଳରେ ଅନିୟମିତ ଭାବରେ ମାରାତ୍ମକ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ଏଗୁଡ଼ିକ ସଂଯୋଗ ନୁହେଁ; ଚାପରେ ଥିବା ଜଳବାୟୁ ପ୍ରଣାଳୀର ସଙ୍କେତ।

Read More

କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର ଗୋର୍ଲାଟ୍ଟୁ ଅଞ୍ଚଳରେ ଏକ ଘରୋଇ ସ୍ଲିପର୍‌ ବସ ଏବଂ ଏକ ଟ୍ରକ ମଧ୍ୟରେ ଖୁବ ଜୋର ଧକ୍କା ହୋଇଥିଲା, ଯାହା ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ଯାତ୍ରୀମାନେ ଫସି ଯାଇଥିଲେ। କଣ୍ଟେନର ଡ୍ରାଇଭରଙ୍କର ମଧ୍ୟ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଟି ଏକ ଜାତୀୟ ରାଜପଥରେ ଘଟିଥିଲା, ଯେଉଁଠାରେ ଧକ୍କା ପରେ ବସ୍‌ଟି ଦ୍ରୁତ ଗତିରେ ନିଆଁରେ ପୋଡ଼ି ଯାଇଥିଲା। ଅନେକ ଯାତ୍ରୀ ଶୋଇପଡ଼ିଥିବା କାରଣରୁ ମୃତ୍ୟୃ ସଂଖ୍ୟା ବୃଦ୍ଧି ପାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ତଦନ୍ତ କରୁଛି। ପ୍ରାରମ୍ଭିକ ତଦନ୍ତରେ ଦ୍ରୁତ ଗତି କିମ୍ବା ଅବହେଳା ଦର୍ଶାଯାଉଛି, ଯଦିଓ ତଦନ୍ତ ସମାପ୍ତ ହେବା ପରେ…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । ରାଜ୍ୟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ୨୦୨୫ ବର୍ଷର ଶେଷ କ୍ୟାବିନେଟ ।ଓଡ଼ିଶାର ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀ, କବି, ସାହିତି୍ୟକ, ଶିକ୍ଷାବିତ୍‌, ସମାଜ ସୁଧାରକ ଏବଂ ମହାନ୍‌ ବ୍ୟକ୍ତିତ୍ୱମାନେ ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତି୍ୟକ ପରିବେଶକୁ ଗଢ଼ିଥିଲେ। ସେମାନଙ୍କର ଜୀବନବ୍ୟାପୀ ସାଧନା ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ସ୍ମୃତିକୁ ପରପିଢ଼ି ପାଇଁ ସାଇତି ରଖିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି।ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ପାଇଁ ୨୫ ଜଣ ବରପୁତ୍ରଙ୍କ ନାମ ନିର୍ଦ୍ଧାରିତ ହୋଇଛି । ପ୍ରତ୍ଯେକ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତିକରଣ ପାଇଁ ସର୍ବାଧିକ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମସ୍ଥାନର…

Read More

ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ ସଂଗ୍ରହ ବୈଠକ ଅବସରରେ କହିଛନ୍ତି। ଅଣଧାନ ଫସଲକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି ।ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି । ସେହିପରି ୧୭ଟି ଜିଲ୍ଲାରେ ଟୋକନ ବଣ୍ଟନ କରାଯାଇଛି । ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ୧୦ ଜାନୁଆରୀ ୨୦୨୬ ମଧ୍ୟରେ ସବୁ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ।ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୧,୧୧,୧୨୮ ଜଣ କୃଷକ ତାଙ୍କର ୪,୯୭,୫୯୪…

Read More

ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ବଡ଼ ଦିନ ପାଳନ କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କ୍ୟାରୋଲ ସଙ୍ଗ ଗାଇବା ପରେ ଯୀଶୁଙ୍କ ଜୀବନ କଥା ଶୁଣିଥିଲେ ଶତାଧିକ ଖ୍ରୀଷ୍ଟ ଧର୍ମାବଲମ୍ବୀ । ବଡ଼ ଦିନ ପାଇଁ ଚର୍ଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛ‌ନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି । ଯେ କେହି…

Read More

ଘନ କୁହୁଡ଼ିରେ ଲୁଚିଗଲା ଶ୍ରୀମନ୍ଦିର । ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା ମୁସକିଲ ହୋଇପଡିଛି । ସେହିପରି ବଡ଼ ଦାଣ୍ଡରେ ବି ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଛି । ଅନ୍ୟପଟେ ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଗୁରୁବାର ବଡ଼ଦିନଠାରୁ ରାଜ୍ୟରେ ଥଣ୍ଡାର ପରିମାଣ ଆହୁରି ବଢ଼ିବ। ୭ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଗୁରୁବାରଠାରୁ ୨୯ ତାରିଖ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ ପ୍ରବଳ କୁହୁଡ଼ି ନେଇ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି।

Read More

ଫିଲ୍ମ ଧୁରନ୍ଧର ବକ୍ସ ଅଫିସରେ କମାଲ୍ କରୁଛି । ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ସ୍ବାଗ୍ ଦେଖି ଫ୍ୟାନ୍ସ ପାଗଳ । ଡ୍ୟାନ୍ସ ହେଉ ଦମଦାର ଡାଇଲଗ, ପ୍ରତି ସିନରେ ଅକ୍ଷୟ ଖାନ୍ନା ଛାଇଛନ୍ତି ।ଶୁଣିବାକୁ ମିଳିଛି ଯେ, ଅଭିନେତା ସୁପରହିଟ୍ ଫ୍ରାଞ୍ଚାଇଜ ଦ୍ରିଶ୍ୟମ ୩ କରିବାରୁ ପଛଘୁଞ୍ଚା ଦେଇଛନ୍ତି । ଅଜୟ ଦେବଗନଙ୍କ ଫିଲ୍ମରୁ ବ୍ୟାକ୍ଆଉଟ୍ କରିଛନ୍ତି ଅକ୍ଷୟ ଖାନ୍ନା । ଫିଲ୍ମରେ ଫିକୁ ନେଇ ଇସ୍ୟୁ ଏବଂ କ୍ରିଏଟିଭ ଡିଫରେନ୍ସ ଯୋଗୁଁ ଅକ୍ଷୟ ଖାନ୍ନା ଦ୍ରିଶ୍ୟମରେ କାମ କରିବେ ନାହିଁ । ଧୁରନ୍ଧରର ଜବରଦସ୍ତ ସଫଳତା ପରେ ଅକ୍ଷୟ ଖାନ୍ନା ଫି ବଢାଇଦେଇଛନ୍ତି । ଫି ଛଡା ନିଜର ଅନସ୍କ୍ରିନ ଲୁକରେ ମଧ୍ୟ ପରିବର୍ତ୍ତନ କରିବା ପାଇଁ ମେକର୍ସ କହିଥିଲେ । ଯାହା ପାଇଁ ମନା କରିଦେଇଥିଲେ ଅକ୍ଷୟ । ତେଣୁ ଫିଲ୍ମରୁ ବ୍ୟାକ୍ଅଫ୍ କରିଛନ୍ତି ଅକ୍ଷୟ ଖାନ୍ନା ।

Read More

ବିଦ୍ୟୁତ୍ ଜାମୱାଲ ତାଙ୍କ ଫିଟନେସ୍ ପାଇଁ ଖୁବ୍ ଜଣାଶୁଣା । ମାର୍ଶାଲ ଆର୍ଟ ଜଗତରେ ମଧ୍ୟ ସେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।ତାଙ୍କର ଏକ ଭାଇରଲ ହେଉଥିବା ଭିଡିଓରେ ସେ ତାଙ୍କ ମୁହଁରେ ଗରମ ମହମ ଢାଳୁଥିବାର ଦେଖିବାକୁ ମିଳିଛି । ଯାହାଦ୍ବାରା ଅନେକ ପ୍ରତିକ୍ରିୟା ଏହି ଭିଡିଓରେ ମିଳୁଛି । ଏହି ଭିଡିଓରେ ମାର୍ଶାଲ ଆର୍ଟ ଡ୍ରେସରେ ସେ ନଜର ଆସିଛନ୍ତି । ଯେଉଁଥିରେ ସବୁଜ ସାର୍ଟ, ଧଳା ପ୍ୟାଣ୍ଟ ସହିତ ମୁଣ୍ଡରେ ଗୋଟିଏ କଳା କପଡ଼ା ବାନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କ ପାଖରେ କିଛି ଲୋକ ଠିଆ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଗରମ ମହମ ମୁହଁରେ ଢାଳିବା ପରେ ମଧ୍ୟ ସେ ଅଧାରେ ଅଟକି ଯାଇନଥିଲେ ବରଂ ନାଚିଥିଲେ । ଏହି ଭିଡିଓରୁ ଶାରୀରିକ ଏବଂ ମାନସିକ ଦୃଢ଼ତା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଏହି ସମୟର ଏକ…

Read More

ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ନବନୀତ ରାଣା ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ତିନିରୁ ଚାରୋଟି ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି।ସେ କହିଛନ୍ତି ଯେ କିଛି ଲୋକ ବହୁ ସଂଖ୍ୟକ ସନ୍ତାନ ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି, ତେଣୁ ହିନ୍ଦୁମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହେବା ଉଚିତ୍ ନୁହେଁ। ସେ ଅମରାବତୀରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ଭଳି କହିଥିଲେ। ପରେ ତାଙ୍କର ମନ୍ତବ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବା ସହ ସାମ୍ପ୍ରଦାୟିକ ବିତର୍କ ସୃଷ୍ଟି କରୁଛି।

Read More

ଅସଲି ପୋଲିସ ହାତରେ ଧରାପଡିଲେ ନକଲି ପୋଲିସ । ନିଜକୁ ପୋଲିସ କହି ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ୍ କରୁଥିଲେ, ବାନ୍ଧିଲା ପୋଲିସ । ଖଣ୍ଡଗିରି ଓ ଉଦୟଗିରି ନିକଟରେ ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରିବା ସହ ଅନ୍ତରଙ୍ଗ ମୂହୁର୍ତ୍ତ ଫଟୋ ଓ ଭିଡ଼ିଓ କରି ଟଙ୍କା ମାଗୁଥିଲେ । ନିଜକୁ ସାଧା ପୋଷାକଧାରୀ ପୋଲିସ କହି ମୋଟା ଅଙ୍କର ଟଙ୍କା ଆଦାୟ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ଗିରଫ ଅଭିଯୁକ୍ତ ହେଲେ କେରଳର ଜୋଶେଫ ଏମ.ଇ ଏବଂ ଭୁବନେଶ୍ୱର ଜାଗମରା ଅଞ୍ଚଳର ଜିତେନ୍ଦ୍ର ସାମନ୍ତରାୟ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହ ଦୁଇଟି ମୋବାଇଲ୍ ଜବତ ହୋଇଛି ।ସେମାନଙ୍କ ନାଁ ରେ ଆଉ କଣ’ କେସ ରହିଛି ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

Read More