Author: madhulekha

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ନୂଆ ନିଯୁକ୍ତି । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗଙ୍କୁ ନିଯୁକ୍ତି ମିଳିଛି । ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଆସନ୍ତା ୩୧ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଅନୁ ଗର୍ଗ ହେଉଛନ୍ତି ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ । ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍.ଏ. ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରୁ ମାଷ୍ଟର ଅଫ୍ ପବ୍ଲିକ୍ରୁ ଶିକ୍ଷା ଲାଭ କରିଛନ୍ତି । ପୂର୍ବରୁ ସେ ଅନେକ ବିଭାଗରେ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ…

Read More

ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ଉନ୍ନୟନ କମିସନର ଦାୟିତ୍ୱ ତୁଲାଉଥିଲେ ଅନୁ ଗର୍ଗ ।୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏବେ ଅନୁ ଗର୍ଗ ଉନ୍ନୟନ କମିଶନର ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଶ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ରହି ଦକ୍ଷତା ପ୍ରତିପାଦନ କରିଛନ୍ତି । ଏଥିସହ କେନ୍ଦ୍ର ସରକାରରେ ଟେକ୍ସଟାଇଲ୍‍, ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଅଭିଜ୍ଞତା ରହିଛି ।

Read More

ଚାନ୍ଦବାଲି ଲଜ୍ଜା ଘଟଣାରେ ୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୀଡିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଦିଆଯିବ ଅନୁକମ୍ପା ରାଶି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ କରି ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡବିଧାନ ହେବ କହିଲେ ମୁଖ୍ୟମନ୍ତ୍ରୀ । ସୂଚନାଥାଉକି, ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିବା ବେଳେ ଅପରାହ୍ମ ୨ଟା ସମୟରେ ଆଉ ଘରକୁ ପେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ଏକ ନିଛାଟିଆ ଜାଗାରେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ତାଙ୍କ ଝିଅକୁ କେହି ଜଣେ ଦୁଷ୍କର୍ମ କରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ…

Read More

ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ‘ଇକ୍କିସ’ ଜାନୁଆରୀ ୧ ତାରିଖରେ ହଲରେ ରିଲିଜ କରିବାକୁ ଯାଉଛି । ଯାହା ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ।ମୁମ୍ବାଇରେ ଫିଲ୍ମର ଗୋଟିଏ ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା । ଯାହା ଦେଖିବାକୁ ବିଗ୍ ବି ଅମିତାଭ ଯୋଗ ଦେଇଥିଲେ । ଫିଲ୍ମ ଦେଖି ସାରିବା ପରେ ଅମିତାଭ ରିଭ୍ୟୁ ଦେଇଛନ୍ତି । ସେ ତାଙ୍କ ବ୍ଲଗ୍ ମାଧ୍ୟମରେ ନାତିଙ୍କ ଫିଲ୍ମକୁ ପ୍ରଶଂସା କରିଛନ୍ତି । ସେ ତାଙ୍କ ନାତିକୁ ପ୍ରଶଂସା କରି କହିଥିଲେ ଯେ, ଅଭିନୟରେ ମ୍ୟାଚୁରିଟି ଏବଂ ଅନଫିଲଟର୍ଡ ସତ୍ୟତା ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା । ନାତି ପାଇଁ ଅମିତାଭଙ୍କ ଆଖିରେ ଗର୍ବ ଲୁହ ଭରିଗଲା । ଅମିତାଭ ତାଙ୍କ ବ୍ଲଗରେ ନାତିର ଜନ୍ମଠାରୁ ଆରମ୍ଭ କରି ଅଭିନେତା ହେବା ପର୍ଯ୍ୟନ୍ତ ଥିବା ସମସ୍ତ ଜର୍ଣ୍ଣିକୁ ମନେପକାଇଥିଲେ ।ଶେଷରେ ବିଗ୍ ବି ନିର୍ଦ୍ଦେଶନାର ମଧ୍ୟ ପ୍ରଶଂସା କରିଥିଲେ । ଯାହା ଭାରତ-ପାକ୍ ଯୁଦ୍ଧ ସମୟରେ…

Read More

ମାସେ ବଢିଲା ପିୟୁସିସି ଅବଧି। ଫେବୃଆରୀ ପହିଲା ଯାଏଁ ଗାଡିର ବୈଧ କାଗଜପତ୍ର କରାଇନେବାକୁ ପରାମର୍ଶ ଦିଆଯାଇଛି। ଏହି ଅବଧି ଭିତରେ RC, ଫିଟନେସ୍, ପିୟୁସି, ବୀମା ଆଦି କରାଇନେବାକୁ କୁହାଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପିୟୁସିସି ବିନା ଗାଡ଼ିକୁ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଘୋଷଣା ହୋଇଥିଲା। ଏହା ସହ ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ ବୋଲି ସୂଚନା ଦେଇଥିଲେ ପରିବହନ କମିଶନର ଅମିତାଭ ଠାକୁର। ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଅବଧିକୁ ବୃଦ୍ଧି କରାଯାଇଛି । ବିଭାଗର ନିର୍ଦ୍ଦେଶକ୍ରମେ, ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡାକଡି କରାଯିବ । ଫେବୃଆରୀ ୧ ପୂର୍ବରୁ ପିୟୁସିସି ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି ।

Read More

ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପେଟି ପେଟି ଔଷଧକୁ ଫିଙ୍ଗିଦେଲେ, ପୋଡ଼ି ଦେଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିଛି ଓ ପୋଡ଼ାଯାଇଛି ଅନେକ ଏକ୍ସପାରି ଔଷଧ ଓ ରକ୍ତ ପରୀକ୍ଷା କିଟ୍ । ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ସ୍ଥାନରେ ପେଟିପେଟି ଔଷଧକୁ ରୋଗୀଙ୍କୁ ଦିଆନଯାଇ ନଷ୍ଟ କରାଯାଇଛି । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ ଏବଂ ସିରାପ, ମଲମ, ଇଞ୍ଜେକ୍ସନ ଆଦି ରୋଗୀଙ୍କୁ ଦିଆଯିବା ପରିବର୍ତ୍ତେ ଫିଙ୍ଗା ଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ସ୍ଥାନୀୟ ଲୋକ ପ୍ରତିନିଧି ଓ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ତେବେ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତ ବେହେରାଙ୍କ ନିର୍ଦ୍ଦେଶରେ ବହାନଗା ମେଡିକାଲରେ ୬ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଥିବା ମେଡିକାଲ ସୁପରିଟେଣ୍ଡଣ୍ଟ ଧୀରେସ ଷଡଙ୍ଗୀ ସୂଚନା ଦେଇଛନ୍ତି । ମେଡିସିନ ପୋଡାଯିବା…

Read More

ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଏହି ଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ ପାଲଟିବ ମଥୁରା ଓ ଅମ୍ବାପଲ୍ଲୀ ପାଲଟିବ ଗୋପପୁର। ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ନ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ୟା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଏହା ପରେ ଧନୁଯାତ୍ରାର ପ୍ରଥମ ଦୃଶ୍ୟ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ।ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରଗଡ଼ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି ଧନୁଯାତ୍ରାର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି। ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ମହାମହିମ ଲେଖିଛନ୍ତି ‘ବରଗଡ଼ର ସୁପ୍ରସିଦ୍ଧ ଧନୁଯାତ୍ରାର ଶୁଭ ଅବସରରେ ମୁଁ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା…

Read More

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହେବ ଉଚ୍ଚ ସ୍ତରୀୟ ବୈଠକ । ରତ୍ନ ଗଣତି ମଣତି ନେଇ ଆସନ୍ତା ୨୭ ତାରିଖରେ ବସିବ ବୈଠକ । ଏ ନେଇ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି ।ଏଥିପାଇଁ ମୁକ୍ତି ମଣ୍ଡପ ପରାମର୍ଶ ନିଆଯିବ । ଗଣତି ମଣତି ପାଇଁ ଦର୍ଶନରେ ସମସ୍ୟା ହୋଇପାରେ । ତେଣୁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ା । ରତ୍ନ ଭଣ୍ଡାର ମରାମତି କାମ ସରିଛି । ଭିତର ଭଣ୍ଡାରରେ ସମସ୍ତ ରତ୍ନ ରଖି ଦିଆଯାଇଛି ।ତେବେ ଗଣତିମଣତି ପ୍ରକ୍ରିୟାରେ କେଉଁମାନେ ସାମିଲ ହେବେ, ସ୍ଥିର ହୋଇନି । ୨୭ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହେବ। ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ। ରତ୍ନ ଗୁଡ଼ିକର ଗୁଣ ମାନ ନିର୍ଣ୍ଣୟ କରାଯିବ । ୨ ଜଣ ଏକ୍ସପର୍ଟ ଏ କାର୍ଯ୍ୟରେ ସହାୟତା କରିବେ । ଏଥିପାଇଁ ରିଜର୍ଭ ବ୍ୟାଙ୍କର ସହଯୋଗ ଲୋଡ଼ାଯାଇଛି । ବିଶେଷ ପର୍ବ…

Read More

ଏବେ ପଲୁସନ୍ ସାର୍ଟିଫିକେଟ ପାଇଁ ସଚେତନ କରାଯିବ। ଜାନୁଆରୀ ୧ରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହେବ। ସେହି ଦିନରୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ମଧ୍ୟ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସଚେତନ କରିବେ। ପେଟ୍ରୋଲ ପମ୍ପ ନିକଟରେ pucc ସାର୍ଟିଫିକେଟ କରିବାକୁ ମଧ୍ୟ ବ୍ୟବସ୍ଥା କରାଯିବ।ବୈଧ ପଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ପ୍ରସଙ୍ଗରେ କୌଣସି ଗୁଜବର ଶିକାର ହୋଇ ବିବ୍ରତ ନ ହେବାକୁ ଜନସାଧରଣଙ୍କୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା କେବଳ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ ବୋଲି ସୂଚନା ଦିଆଯାଇଛି। ଇ-ଚାଲାଣ ବକେୟା ଥିଲେ ପ୍ରଦୂଷଣ ଯାଞ୍ଚରେ ଯେଉଁ ପ୍ରତିବନ୍ଧକକୁ ନେଇ ସ୍ପଷ୍ଟ କରାଯାଉଛି ଯେ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁଯାୟୀ ୯୦ ଦିନରୁ ଅଧିକ ଦିନ ଧରି ବକେୟା ଥିବା ଇ-ଚାଲାଣ ପାଇଁ ଏହା ଲାଗୁ ହୋଇଥାଏ। ୯୦…

Read More

ଫାଷ୍ଟଫୁଡ୍ ନେଲା ଜୀବନ। ଉତ୍ତରପ୍ରଦେଶର ଅମରୋହରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ଅହାନା (୧୬ ବର୍ଷ) ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି ।ଚାଉମିନ୍, ମ୍ୟାଗି, ପିଜା ଏବଂ ବର୍ଗର ଭଳି ଖାଦ୍ୟର ଅତ୍ୟଧିକ ସେବନ ଯୋଗୁଁ ଏକାଦଶ ଶ୍ରେଣୀର ଛାତ୍ରୀ ଅହାନାଙ୍କର ଅନ୍ତନଳୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଦୀର୍ଘ ଦିନର ଚିକିତ୍ସା ପରେ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ହାର୍ଟ ଫେଲ୍ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନାମୁତାବକ ଅମରୋହା ନଗରର ମୋହଲ୍ଲା ଅଫଗାନାନରେ ରହୁଥିବା ମନ୍ସୁର ଖାନ୍ ଙ୍କ ସବୁଠୁ ସାନ ଝିଅ ହେଉଛନ୍ତି ଅହାନା । ଅହାନଙ୍କ ଜଣେ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଅହାନା ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଉଥିଲେ । ଯେତେ ଆକଟ କଲେ ବି ସେ ମାନୁ ନ ଥିଲେ । ଅଧିକାଂଶ ସମୟରେ ସେ ମ୍ୟାଗି, ଚାଉମିନ୍, ପିଜ୍ଜା-ବର୍ଗର ଭଳି ଫାଷ୍ଟଫୁଡ୍ ଖାଉଥିଲେ…

Read More