ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ।କଙ୍ଗନା ରଣାୱତ ଭଗବାନ ଶିବଙ୍କ ପୂଜା କରିବା ସମୟରେ ସମସ୍ତ ଆବଶ୍ୟକ ପରମ୍ପରା ପାଳନ କରିଛନ୍ତି ।
କଙ୍ଗନା ବାବା ବୈଦ୍ୟନାଥ ଧାମରେ ଶିବ ମନ୍ତ୍ର ଜପ, ଭଜନ ଗାଇବା ଏବଂ ରୁଦ୍ରାଭିଷେକ କରିଥିଲେ । ନିଜ ଇନଷ୍ଟାଗ୍ରାମରେ କଙ୍ଗନା ଫଟୋ ସେୟାର କରି ଲେଖିଛନ୍ତି, ଆଜି ବୈଦ୍ୟନାଥ ଏବଂ ବାସୁକୀ ଧାମର ଦର୍ଶନ କରିଛି । ଏହା ମୋର ୯ମ ଜ୍ୟୋର୍ତିଲିଙ୍ଗ ଦର୍ଶନ ଏବଂ ଅନ୍ୟ ୩ଟି ବାକି ରହିଛି । ଡିସେମ୍ବର ସରିବା ପୂର୍ବରୁ ସମସ୍ତ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ଚାହୁଛି ।
