ଅଗସ୍ତ୍ୟ ନନ୍ଦାଙ୍କ ଫିଲ୍ମ ‘ଇକ୍କିସ’ ଜାନୁଆରୀ ୧ ତାରିଖରେ ହଲରେ ରିଲିଜ କରିବାକୁ ଯାଉଛି । ଯାହା ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ।ମୁମ୍ବାଇରେ ଫିଲ୍ମର ଗୋଟିଏ ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା । ଯାହା ଦେଖିବାକୁ ବିଗ୍ ବି ଅମିତାଭ ଯୋଗ ଦେଇଥିଲେ । ଫିଲ୍ମ ଦେଖି ସାରିବା ପରେ ଅମିତାଭ ରିଭ୍ୟୁ ଦେଇଛନ୍ତି ।
ସେ ତାଙ୍କ ବ୍ଲଗ୍ ମାଧ୍ୟମରେ ନାତିଙ୍କ ଫିଲ୍ମକୁ ପ୍ରଶଂସା କରିଛନ୍ତି । ସେ ତାଙ୍କ ନାତିକୁ ପ୍ରଶଂସା କରି କହିଥିଲେ ଯେ, ଅଭିନୟରେ ମ୍ୟାଚୁରିଟି ଏବଂ ଅନଫିଲଟର୍ଡ ସତ୍ୟତା ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା । ନାତି ପାଇଁ ଅମିତାଭଙ୍କ ଆଖିରେ ଗର୍ବ ଲୁହ ଭରିଗଲା । ଅମିତାଭ ତାଙ୍କ ବ୍ଲଗରେ ନାତିର ଜନ୍ମଠାରୁ ଆରମ୍ଭ କରି ଅଭିନେତା ହେବା ପର୍ଯ୍ୟନ୍ତ ଥିବା ସମସ୍ତ ଜର୍ଣ୍ଣିକୁ ମନେପକାଇଥିଲେ ।ଶେଷରେ ବିଗ୍ ବି ନିର୍ଦ୍ଦେଶନାର ମଧ୍ୟ ପ୍ରଶଂସା କରିଥିଲେ । ଯାହା ଭାରତ-ପାକ୍ ଯୁଦ୍ଧ ସମୟରେ ବସନ୍ତର ଯୁଦ୍ଧରେ ସହିଦ ହୋଇଥିବା ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ ଖେତରପାଲଙ୍କ ଜୀବନୀ ଉପରେ ଆଧାରିତ ।
