ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍ । ଆଇନ୍ରେ ଶ୍ରୀମନ୍ଦିର ଭଳି ରହିବ ବ୍ୟବସ୍ଥା । ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ।ଜାନୁଆରୀ 2026ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ଭଳି ଆଇନ ବ୍ୟବସ୍ଥା ମଧ୍ୟ ରହିବ । ଯଦି ନୀତି କାନ୍ତିରେ ତ୍ରୁଟି ବିଚ୍ୟୁତି ଦେଖା ଯାଏ ଆକ୍ସନ ନିଆଯାଇ ପାରେ।କମିଟି ରିପୋର୍ଟରେ ଭକ୍ତ, ସେବାୟତ, ଏଏସଆଇ, ରାଜ୍ୟ ଗ୍ରନ୍ଥାଗାର, ଆଇନ ବିଶାରଦମାନଙ୍କ ମତ ରହିଛି। ଆଗାମୀ ଦିନରେ ମଧ୍ୟ ଅନେକଙ୍କ ମତ ସଂଗ୍ରହ କରାଯାଇ ଚୂଡ଼ାନ୍ତ ରିପୋର୍ଟ ଆସିପାରେ। କମିଟି ଗଠନ ପରେ ଲିଙ୍ଗରାଜ ମନ୍ଦିରରେ ବିଶୃଙ୍ଖଳା କମିବାରେ ଲାଗିଛି। ଆଗକୁ ରିପୋର୍ଟ ଗୁଡ଼ିକ ସରକାର ଅନୁଧ୍ୟାନ କରି ଆଇନ୍ରେ ପରିଣତ କରିବେ ।
ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍
By madhulekha1 Min Read
