ବିଦ୍ୟୁତ୍ ଜାମୱାଲ ତାଙ୍କ ଫିଟନେସ୍ ପାଇଁ ଖୁବ୍ ଜଣାଶୁଣା । ମାର୍ଶାଲ ଆର୍ଟ ଜଗତରେ ମଧ୍ୟ ସେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।ତାଙ୍କର ଏକ ଭାଇରଲ ହେଉଥିବା ଭିଡିଓରେ ସେ ତାଙ୍କ ମୁହଁରେ ଗରମ ମହମ ଢାଳୁଥିବାର ଦେଖିବାକୁ ମିଳିଛି । ଯାହାଦ୍ବାରା ଅନେକ ପ୍ରତିକ୍ରିୟା ଏହି ଭିଡିଓରେ ମିଳୁଛି । ଏହି ଭିଡିଓରେ ମାର୍ଶାଲ ଆର୍ଟ ଡ୍ରେସରେ ସେ ନଜର ଆସିଛନ୍ତି । ଯେଉଁଥିରେ ସବୁଜ ସାର୍ଟ, ଧଳା ପ୍ୟାଣ୍ଟ ସହିତ ମୁଣ୍ଡରେ ଗୋଟିଏ କଳା କପଡ଼ା ବାନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କ ପାଖରେ କିଛି ଲୋକ ଠିଆ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଗରମ ମହମ ମୁହଁରେ ଢାଳିବା ପରେ ମଧ୍ୟ ସେ ଅଧାରେ ଅଟକି ଯାଇନଥିଲେ ବରଂ ନାଚିଥିଲେ । ଏହି ଭିଡିଓରୁ ଶାରୀରିକ ଏବଂ ମାନସିକ ଦୃଢ଼ତା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଜୋର ଧରିଛି । ତେଣୁ ଅନେକ ଲୋକ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।
ମୁହଁରେ ଗରମ ମହମ ଢାଳିଲେ ବିଦ୍ୟୁତ୍
By madhulekha1 Min Read
