ଫିଲ୍ମ ଧୁରନ୍ଧର ବକ୍ସ ଅଫିସରେ କମାଲ୍ କରୁଛି । ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ସ୍ବାଗ୍ ଦେଖି ଫ୍ୟାନ୍ସ ପାଗଳ । ଡ୍ୟାନ୍ସ ହେଉ ଦମଦାର ଡାଇଲଗ, ପ୍ରତି ସିନରେ ଅକ୍ଷୟ ଖାନ୍ନା ଛାଇଛନ୍ତି ।ଶୁଣିବାକୁ ମିଳିଛି ଯେ, ଅଭିନେତା ସୁପରହିଟ୍ ଫ୍ରାଞ୍ଚାଇଜ ଦ୍ରିଶ୍ୟମ ୩ କରିବାରୁ ପଛଘୁଞ୍ଚା ଦେଇଛନ୍ତି । ଅଜୟ ଦେବଗନଙ୍କ ଫିଲ୍ମରୁ ବ୍ୟାକ୍ଆଉଟ୍ କରିଛନ୍ତି ଅକ୍ଷୟ ଖାନ୍ନା । ଫିଲ୍ମରେ ଫିକୁ ନେଇ ଇସ୍ୟୁ ଏବଂ କ୍ରିଏଟିଭ ଡିଫରେନ୍ସ ଯୋଗୁଁ ଅକ୍ଷୟ ଖାନ୍ନା ଦ୍ରିଶ୍ୟମରେ କାମ କରିବେ ନାହିଁ । ଧୁରନ୍ଧରର ଜବରଦସ୍ତ ସଫଳତା ପରେ ଅକ୍ଷୟ ଖାନ୍ନା ଫି ବଢାଇଦେଇଛନ୍ତି ।
ଫି ଛଡା ନିଜର ଅନସ୍କ୍ରିନ ଲୁକରେ ମଧ୍ୟ ପରିବର୍ତ୍ତନ କରିବା ପାଇଁ ମେକର୍ସ କହିଥିଲେ । ଯାହା ପାଇଁ ମନା କରିଦେଇଥିଲେ ଅକ୍ଷୟ । ତେଣୁ ଫିଲ୍ମରୁ ବ୍ୟାକ୍ଅଫ୍ କରିଛନ୍ତି ଅକ୍ଷୟ ଖାନ୍ନା ।
