ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ ଡନ ୩ରୁ ଅଲଗା ହୋଇ ଯାଇଛନ୍ତି । ଧୂରନ୍ଧର ଫିଲ୍ମର ସଫଳତା ପରେ ରଣବୀର ଏହି ମେଗା ବଜେଟ ଫିଲ୍ମରୁ ଓହରିଯିବା ପ୍ରଶଂସକଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ଫରହାନ ଅଖତର୍ଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଡନ୍-୩’କୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ କ୍ରେଜ୍ । କିନ୍ତୁ ଅଡୁଆ ଫିଲ୍ମର ପିଛା ଛାଡୁନି । ନିକଟରେ ଖବର ଆସିଥିଲା, ଫିଲ୍ମ ପୁଣି ଥରେ ଟ୍ରାକ୍କୁ ଫେରିଛି ଏବଂ ରଣବୀର ଏହାର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୦୨୬, ଜାନୁଆରୀ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଚର୍ଚ୍ଚା ଥିଲା । ଏବେ କିନ୍ତୁ ନୂଆ ରିପୋର୍ଟରେ ଦାବି ହୋଇଛି, ରଣବୀର ‘ଡନ୍-୩’ ଛାଡ଼ିଛନ୍ତି । ଖୁବ ଶୀଘ୍ର ମୂଖ୍ୟ ଭୂମିକା ପାଇଁ ଅଭିନେତା ଚୟନ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।
ଡନ୍-୩’ ଛାଡ଼ିଲେ ରଣବୀର
By madhulekha1 Min Read
