‘ଦିନ ତମାମ ବିବାଦ ଓ ବୟାନବାଜି ପରେ ଶେଷରେ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଉଠିଥିବା ଝଡ଼ ଏବଂ କଳିକୁ ନେଇ ମୁହଁ ଖୋଲିଲେ କମେଡ଼ିଆନ ମିଷ୍ଟର ଗୁଲୁଆ । ସେ କହିଛନ୍ତି, ମୁଁ ବର୍ଷାଙ୍କୁ ବାଡ଼ାଇ ନାହିଁ ବରଂ ସେ ମୋତେ ପ୍ରଥମେ ବାଡ଼ାନ୍ତି। ସେ ମୋତେ ଏବଂ ମୋ ବାପାଙ୍କୁ ରାତିରେ ଫୋନ କରି ଧମକ ଦେଇଛନ୍ତି। ମୋତେ ବର୍ଷା କୋଟିଏ ଟଙ୍କା ମାଗିଥିଲେ। ଘର ପାଖକୁ ଗୁଣ୍ଡା ନେଇ ଅନେକ ଥର ଆସିଥିଲେ। ମୋ ଶ୍ବଶୁର ମୋତେ ଗୋଟିଏ ଟଙ୍କା ଦେଇନାହାନ୍ତି। ଅଯଥା ମୋତେ ବଦନାମ କରାଯାଉଛି, ଅପରାଧୀ ସଜାଉଛନ୍ତି ବର୍ଷା। ମୁଁ ବର୍ଷାଙ୍କ ସହ ଚାପରେ ବାହା ହୋଇଥିଲି। ବାହା ନ ହେଲେ ଜୀବନ ହାରିବେ ବୋଲି ମୋତେ ଧମକ ଦେଇଥିଲେ।
ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି: ଗୁଲୁଆ
ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି। ଶାରିରୀକ ସଂପର୍କ ରଖିବାକୁ ବର୍ଷା ମୋତେ ମନା କରିଥିଲେ ବୋଲି ଗୁଲୁଆ କହିଛନ୍ତି। ଏ ଘଟଣା ବହୁତ ଦିନ ପୂର୍ବରୁ ଘଟିଛି ହେଲେ ଯେହେତୁ ଲୋକେ ମତେ ଜାଣନ୍ତି ତେଣୁ ମୁଁ ଘର ଭିତରେ ସମସ୍ଯାର ସମାଧାନ ପାଇଁ ଚେଷ୍ଟା କରିଛି । ବର୍ଷାଙ୍କ ବାପାଙ୍କ ଗୋଡହାତ ବି ଧରିଛି । କିନ୍ତୁ କିଛି ସମାଧାନ ହେଇନି, ଧମକ ମିଳି ଚାଲିଛି । ତାଙ୍କ ବାପା ମତେ ଯେଉଁଠି ଥିଲେ ବି ଉଠେଇ ଆଣିବେ ବୋଲି ଧମକ ଦେଇଛନ୍ତି ।ପରକୀୟା ପ୍ରୀତି ନେଇ ପ୍ରତିକ୍ରିୟା ରଖିଲେ ଗୁଲୁଆ । କହିଲେ- ବର୍ଷା ବିବାହ ପୂର୍ବରୁ ପରକୀୟା ପ୍ରୀତି କଥା ଯଦି କହୁଛନ୍ତି ତେବେ ମତେ ବାହା ହେବାକୁ ଆତ୍ମହତ୍ୟା ଧମକ କାହିଁକି ଦେଉଥିଲେ । ମତେ ବାହା ହୁଅ ନହେଲେ ମୁଁ ଆତ୍ମହତ୍ୟା କରିବି ବୋଲି କାହିଁକି ସେ କହୁଥିଲେ । ୮ ମାସ ହେଲା ସେ ମୋ ପାଖରେ ରହୁ ନାହାନ୍ତି । କାହା ସହ ରହୁଛନ୍ତି ସେ ଜାଣିଛନ୍ତି । ପରକୀୟା ପ୍ରୀତି ତାଙ୍କର ନାହିଁ ବୋଲି କିଏ କହିବ ? ଆମର ଯେତେବେଳେ ଝଗଡ଼ା ହେବ ପୋଲିସ ନହେଲେ ମିଡିଆ ସମାଧାନ କରିବ ।
