ଆସିଛି ନୂଆ ବର୍ଷ ୨୦୨୬ । ନୂଆ ବର୍ଷର ଆରମ୍ଭ ସହିତ ଅନେକ ବଡ଼ ଆର୍ଥିକ ନିୟମ ମଧ୍ୟ ବଦଳୁଛି, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ । LPG ସିଲିଣ୍ଡର ମହଙ୍ଗା| ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ 1580.50 ରୁ 111 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଲକାତାରେ, ମୂଲ୍ୟ 1684 ରୁ 1795, ଚେନ୍ନାଇରେ 1739.50 ରୁ 1849.50, ଏବଂ ମୁମ୍ୱାଇରେ 1531.50 ରୁ 1642.50 ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ ଲାଗୁ କରାଯାଇଛି। ୧ ଜାନୁଆରୀ, ୨୦୨୬ ଠାରୁ, ଅନଲାଇନ ଠକେଇ ରୋକିବା ପାଇଁ UPI ଏବଂ ଅନ୍ୟାନ୍ୟ ଡିଜିଟାଲ କାରବାର ପାଇଁ ନିୟମ କଡ଼ାକଡ଼ି କରାଯାଇଛି। ସେହି ସମୟରେ, SIM କାର୍ଡ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଆଧାର କାର୍ଡ ଏବଂ ପାନ କାର୍ଡକୁ ଲିଙ୍କ୍ କରିବାର ସମୟସୀମା ଡିସେମ୍ବର…
Author: madhulekha
ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ଆସିଛି ନୂଆ ବର୍ଷ -୨୦୨୬ । ନୂଆ ସମ୍ଭାବନା ସହ ଆସିଛି ନୂଆବର୍ଷ । ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି । ନୂଆବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼ ।ରାତି ୧ଟା ୩୩ରେ ଦ୍ବାର ଫିଟାଯାଇଛି । ଗତକାଲି ରାତି ୧୦.୨୫ ରେ ପହୁଡ଼ ହୋଇଥିଲା ।ରାତି ୨ଟାରୁ ପୁଣି ଆରମ୍ଭ ହୋଇଥିଲା ଦର୍ଶନ। ଗୋପାଳ ବଲ୍ଲଭ ଭୋଗ ପାଇଁ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । ସକାଳ ୬ ଟା ରୁ ପୁଣିଥରେ ଆରମ୍ଭ ହୋଇଥିଲା ଦର୍ଶନ । ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯନ୍ତ୍ରଣା ଓ ଜ୍ୱରର ସବୁ ମୌଖିକ ଔଷଧ ନିର୍ମାଣ, ବିକ୍ରି ଓ ବିତରଣ ଉପରେ ତତ୍କାଳ ପ୍ରଭାବ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ୧୦୦ ମିଲଗ୍ରାମ (ଏମଜି)ରୁ ଅଧକ ମାତ୍ରାର ନିମୁସ୍ଲାଇଡ ଟାବଲେଟ ଓ ସିରପକୁ ଦେଶରେ ନିଷିଦ୍ଧ କରି ଦିଆଯାଇଛି।ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ଆକ୍ଟ ୧୯୪୦ର ଧାରା 26A ଅଧିନରେ ଏହି ପ୍ରତିବନ୍ଧକ ଲାଗିଛି । ୧୦୦ ମିଲିଗ୍ରାମରୁ ଅଧିକ ନିମେସୁାଇଲଡ୍ ଔଷଧ ନେବା ମଣିଷ ପାଇଁ ବିପଦଜ୍ଜନକ ହୋଇପାରେ । ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବଜାରରେ ସୁରକ୍ଷିତ ବିକଳ୍ପ ଉପଲବ୍ଧ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନିମେସୁାଇଲଡ୍ ଏକ ନନ୍ ଷ୍ଟେରୟଡନାଲ୍ ଔଷଧ, ଯାହାକୁ ପେନ୍ କିଲର ଭାବେ ବ୍ୟବହାର କରାଯାଏ । ୨୦୧୧ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୨ରୁ କମ୍ ବୟସର ପିଲାଙ୍କ ପାଇଁ ନିମେସୁଲାଇଡ୍ ବ୍ୟବହାର ଉପରେ ବ୍ୟାନ ଲଗାଇଥିଲେ । ତେବେ, ସରକାର ଏହାକୁ…
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୫,୮୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୪,୫୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୫,୮୮୦ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୪,୫୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୦,୦୦୦ ଟଙ୍କା ହୋଇଛି ।
ନବବର୍ଷ- ୨୦୨୬ । ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ଲାଗିବ ପ୍ରବଳ ଗହଳି । ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଜି ରାତି ୧୧ଟାରେ ପହୁଡ଼ ପଡ଼ି ରାତି ୨ଟାରେ ଦ୍ବାରଫିଟା ନୀତି ହେବ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ବ୍ୟାରିକେଡ କରାଯାଇଛି । ୭୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨୦ ଜଣ ଓଏଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ଉତ୍ତରା ଛକଠାରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଖୋଲାଯାଇଛି କଣ୍ଟ୍ରୋଲ ରୁମ୍ । ଲୁଟେରାଙ୍କ ଉପରେ ଆଣ୍ଟି ସ୍ନାଚିଂ ଟିମ୍ ନଜର ରଖିଥିବା ପୁରୀ ଏସପି କହିଛନ୍ତି । ଦଳାଚକଟା ସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଦଳ ମୁତୟନ ରହିବେ । ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ। ଆମ୍ବୁଲାନ୍ସ…
ମୂଷା ଖାଇଦେଲେ ୨ଶହ କେଜିର ମାରିଜୁଆନା । ଏକ ହାଇପ୍ରୋଫାଇଲ ନିଶାଦ୍ରବ୍ୟ ଚୋରା ଚାଲାଣ ମାମଲାରେ ରାଞ୍ଚିର ପୋଲିସ ଯୁକ୍ତିରେ କୋର୍ଟ ତାଜୁବ ହୋଇଛନ୍ତି । ପୋଲିସ ଜବତ କରି ରଖିଥିବା ୨ଶହ କେଜି ଓଜନର ମାରିଜୁଆନା ବା ଗଞ୍ଜେଇକୁ ମୂଷା ନଷ୍ଟ କରିଦେଇଥିବା ପୋଲିସ ପକ୍ଷରୁ କୋର୍ଟରେ ତଥ୍ୟ ରଖାଯାଇଛି । ୨୦୨୨ ଜାନୁଆରୀରେ ଏହାକୁ ପୋଲିସ ଜବତ କରିଥିଲା । ଏହି ମାମଲାରେ ରାଞ୍ଚିର ଏକ କୋର୍ଟ ସାକ୍ଷ୍ୟ ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ରାଞ୍ଚିରୁ ରାମଗଡ଼କୁ ଏକ ବୋଲେରରେ ମାରିଜୁଆନା ଚାଲାଣ ହେଉଥିବା ବେଳେ ପୋଲିସ ଏହାକୁ ଜବତ କରିବା ସହ ଇନ୍ଦ୍ରଜିତ ରାୟ ଓରଫ ଅନୁରଜିକୁ ପୋଲିସ ଗିରଫ କରିଥିଲା । ଗାଡ଼ିରେ ଥିବା ଆଉ ଦୁଇଜଣ ଫେରାର ହୋଇଯାଇଥିଲେ । ପରେ ଏନଡିପିଏସ ଆଇନରେ ମାମଲା ରୁଜୁ ସହ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା ପୋଲିସ । କିନ୍ତୁ…
ଚଳିତ ବର୍ଷ ୨୦୨ ମାମଲା ରୁଜୁ କରିଛି ଭିଜିଲାନ୍ସ । ୨୧୨ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେଥିରେ ଅଛନ୍ତି ଜଣେ IAS ସହ ୫୩ ଜଣ କ୍ଲାସ-୧ ଅଫିସର ଅଛନ୍ତି । ୪୯ଟି ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ମାମଲାରେ ୧୨୦ କୋଟି ଜବତ କରାଯାଇଛି। ୯୭ଟି ଲାଞ୍ଚ ମାମଲାରେ ୧୦୫ ସରକାରୀ ଅଧିକାରୀଙ୍କ ସହ ୧୧୪ ଗିରଫ ହୋଇଛନ୍ତି। ୧୫୩ ବିଲ୍ଡିଂ, ୧୮ କେଜି ସୁନା, ୭୧୪ ପ୍ଲଟ, ୧୨ ଫାର୍ମ ହାଉସ ସିଜ୍ କରାଯାଇଛି। ୩୬.୬୯ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୮.୮୧ କୋଟି ନଗଦ ରାଶି ଜବତ କରିଛି ଭିଜିଲାନ୍ସ।
ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।ପବିତ୍ର ଶ୍ରୀକ୍ଷେତ୍ର ପୁରୀ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁରୀ ମ୍ୟୁନିସିପାଲିଟିକୁ ମହାନଗର ନିଗମର ମାନ୍ୟତା ମିଳିଛି। ଚଳିତ ବର୍ଷ ଜୁଲାଇ ୩ ତାରିଖରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ, ରାଜ୍ୟ ସରକାର ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାସହିତ ରାଜ୍ୟର ପୌର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଲୋଇସିଂହା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ଭଳି ପ୍ରମୁଖ ସହରଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଇଛି।ମହାନଗର ଗଠନ ହେବା ଦ୍ୱାରା ପୁରୀ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଭିତ୍ତିଭୂମିର ବିକାଶ ସହ ଏକ ବୃହତ୍ ସହରାଞ୍ଚଳ ଗଠନ ହେବ ।
ରାସନ କାର୍ଡ ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର । ଆହୁରି ୨ ମାସ ବଢିଇଛନ୍ତି ରାସନ୍ କାର୍ଡ ଇ-କେୱାଇସି ଅବଧି । ଆଜି ଶେଷ ହେଉଥିଲା ଇ -କେୱାଇସି ଅବଧି । ପେବୃଆରି ମାସ ଯାଏଁ ଇ – କେୱାଇସି ଅବଧି ବୃଦ୍ଧି କରାଯାଇଛି । ୯୬ ପ୍ରତିଶତ ହିତାଧିକାରୀ ଇ – କେୱାଇସି କରିସାରିଲେଣି । ବଳକା ୪ ପ୍ରତିଶତ ଇ – କେୱାଇସି କରିନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ହିତାଧିକାରୀ ଇ-କେୱାଇସି ଭରିଦିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି । ସେପଟେ ଏପର୍ଯ୍ୟନ୍ତ ୮ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ ହୋଇଥିବା କଥା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ । ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ୧୯୯୧ ବ୍ୟାଚର ଆଇଏଏସ ଅଫିସର । ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ତାନରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ପଦବୀ ନେବା ପୂର୍ବରୁ ଅନୁ ଗର୍ଗ ରାଜ୍ୟର ଉନ୍ନୟନ କମିଶନର, ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ କାର୍ଯ୍ୟରତ ଥିଲେ। ଦୀର୍ଘ ଦିନ ଧରି ମୋହନ ସରକାରଙ୍କ ଶାସନ କଳ ସହିତ ଜଡିତ ଅଛନ୍ତି ଅନୁ ଗର୍ଗ। ସେ ପାୱାର କରିଡରରେ ଜଣେ…