ଆସିଲା ଗତ ବର୍ଷ ଅର୍ଥାତ୍ ୨୦୨୫ରେ ମୃତ୍ୟୁ ହୋଇଥିବା ବାଘଙ୍କ ସଂଖ୍ୟାର ରିପୋର୍ଟ । ୨୦୨୫ରେ ୧୬୬ଟି ବାଘଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଦେଶରେ ବାଘ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶ ସର୍ବାଧିକ ରହିଛି । ମଧ୍ୟପ୍ରଦେଶରେ ସର୍ବାଧିକ ୫୫ଟି ବାଘଙ୍କର ମୃତ୍ୟୁ ହୋଇଥିଲା ।୨୦୨୫ରେ ମହାରାଷ୍ଟ୍ରରେ ୩୮, କେରଳରେ ୧୩ ଏବଂ ଆସାମରେ ୧୨ଟି ବାଘ ମୃତ୍ୟୁ ହୋଇଛି। ୧୬୬ ମୃତ ବାଘଙ୍କ ମଧ୍ୟରେ ୩୧ଟି ଶାବକ ଅଛନ୍ତି। ସ୍ଥାନ ଅଭାବରୁ ନିଜ ନିଜ ମଧ୍ୟରେ ସଂଘର୍ଷରୁ ଅନେକ ବାଘଙ୍କ ମୃତ୍ୟୁ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ୨୦୨୪ରେ ଭାରତରେ ୧୨୬ଟି ବାଘଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ସର୍ବପ୍ରଥମେ ଜାନୁଆରି ୨ରେ ମହାରାଷ୍ଟ୍ରର ବ୍ରହ୍ମପୁରୀ ବନଖଣ୍ଡରେ ଏକ ବୟସ୍କ ବାଘର ମୃତ୍ୟୁ ହୋଇଥିଲା। ଏହାର ତିନି ଦିନ ପରେ ମଧ୍ୟପ୍ରଦେଶର ଏକ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଗୋଟିଏ ବାଘର…
Author: madhulekha
ଦେଶରେ ଖୁବ୍ଶୀଘ୍ର ପ୍ରଥମ ବୁଲେଟ ଟ୍ରେନ ଚାଲିବାର ଦେଖାଯିବ। ନୂତନ ବର୍ଷ ଅବସରରେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ ଭାରତ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା ଏହାର ପ୍ରଥମ ବୁଲେଟ ଟ୍ରେନ ପାଇବ। ଏହା ସହରଗୁଡ଼ିକ ମଧ୍ୟରେ ସଂଯୋଗକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବ।ପ୍ରଥମ ପର୍ଯ୍ୟାୟରେ ୫୦୮କିଲୋମିଟର ଗଡ଼ିବ ବୁଲେଟ୍ ଟ୍ରେନ୍ । ଏହା ଭିତରେ ୮ଟି ପାହାଡ଼ ଟନେଲ ଓ ଗୋଟିଏ ସାମୁଦ୍ରିକ ଟନେଲ୍ ଦେଇ ଗତି କରିବ ଏହି ବୁଲେଟ୍ ଟ୍ରେନ୍ । ଏହି ପ୍ରକଳ୍ପର ମୋଟ୍ ଦୈର୍ଘ୍ୟ ୫୦୮ କିଲୋମିଟର୍, ଯେଉଁଥିରେ ୨୭କିଲୋମିଟରରୁ ଅଧିକ ଟନେଲ୍ ରହୁଛି । ଏଥିରୁ ୨୧ କିଲୋମିଟର୍ ଅଣ୍ଡରଗ୍ରାଣ୍ଡ ଏବଂ ୬.୪ କିଲୋମିଟର୍ ସର୍ଫେସ୍ ଟନେଲ୍ ରହିଛି । ପ୍ରକଳ୍ପରେ ଥିବା ୮ଟି ପର୍ବତ ଟନେଲ୍ରୁ ୭ଟି ମହାରାଷ୍ଟ୍ରରେ ମୋଟ୍ ୬.୦୫ କିଲୋମିଟର୍ ଏବଂ ଗୁଜରାଟରେ ଗୋଟିଏ ୩୫୦ ମିଟର୍ ଲମ୍ବା ରହିଛି । ଏହି ପ୍ରକଳ୍ପରେ ମୋଟ୍…
ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି । ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ହିଁ ତ୍ରୁଟି ଧରାପଡିଛି । ଯାହାର ସମାଧାନ ଖୁବଶୀଘ୍ର କରାଯିବ । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ହେବା ପରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ । ଶ୍ରୀମନ୍ଦିର ଧାଡି ଦର୍ଶନକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ସାମ୍ନାକୁ ଆସିଛି । ଧାଡି ଦର୍ଶନ କାର୍ଯ୍ୟକାରୀ ସ୍ଥିତିକୁ ଗଲା ବେଳେ ସାମାନ୍ୟ ତ୍ରୁଟି ଦେଖା ଦେଲା । ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯାଇ ଧାଡି ଦର୍ଶନ ଲାଗୁ କରାଯିବ । ଏଥିପାଇଁ କାମ କରୁଥିବା ଏଜେନ୍ସିମାନଙ୍କୁ କୁହାଯାଇଛି । ତ୍ରୁଟିକୁ ଟେକ୍ନୋଲୋଜି ଉପଯୋଗ କରି ସୁଧାରିବା ପାଇଁ ଚେଷ୍ଟା ଚାଲିଛି । ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଧାଡି ଦର୍ଶନ ଚାଲୁ କରାଯିବ ।…
ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ । ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି । ବିଏମ୍ସିର ପ୍ରସ୍ତୁତ ବୈଠକ ପରେ ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ । ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ । ମୋଟ୍ ୭ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ ଜାନୁଆରୀ ୨୩ ତାରିଖରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଖଣ୍ଡିଗିରି ମାଘ ମେଳା ଯାତ୍ରା ।ତେବେ ଖଣ୍ଡଗିରି ମେଳା କିପରି ସୁରୁଖୁରୁରେ ସରିବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯିବ ।
ଜାନୁଆରି ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ ।ଆରଟିଓମାନଙ୍କରେ ଗ୍ରୀନ ଷ୍ଟିକର ପ୍ରଦାନ କରାଯିବ । ତେବେ ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ନେଇପାରିବେ ବୋଲି ବିଜ୍ଞପ୍ତିପରେ କୁହାଯାଇଛି । ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ ଷ୍ଟିକର ମିଳିବ ।ତେବେ ଏନେଇ ଆରଟିଓ ଅଫିସରେ ଏକ ସ୍ପେସାଲ ସେଣ୍ଟର ଖୋଲିବ । ତେବେ ଗ୍ରୀନ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ, ଆରସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ । ତେବେ ଆରଟିଓ ଅଫିସ ଯାଇ ଗ୍ରୀନ ଷ୍ଟିକର ଆଣିବା ସମୟରେ ଅରିଜିନାଲ ପିୟୁସିସି କପି, ଆରସି ଏବଂ ପରିଚୟ ପତ୍ର ଦେଖାଇବାକୁ ହେବ । ଯଦି ଗାଡି ମାଲିକଙ୍କ ବିନା…
ଏ ବର୍ଷ ଆକାଶରେ ଦେଖାଯିବ ସୁପରମୁନ୍ । ସୁପରମୁନ୍ ଓ ମାଇକ୍ରୋମୁନ୍ ଭଳି ମହାଜାଗତିକ ଦୃଶ୍ୟ ଏବର୍ଷ ଆକାଶରେ ଦୃଶ୍ୟମାନ ହେବ । ଜାନୁଆରୀ ୩ ତାରିଖରେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ।ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ।ଆସନ୍ତାକାଲି ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ତିନି ଲକ୍ଷ ୬୨ହଜାର କିଲୋମିଟର ଦୂରରେ ରହିବ। ସାଧାରଣ ଦିନରେ ଦେଖାହେଉଥିବା ଚନ୍ଦ୍ରଠାରୁ ଏହା ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ ‘ସୁପରମୁନ’ ଆସନ୍ତା ନଭେମ୍ବର ୨୪ରେ ଦେଖାଯିବ। ଶେଷ ‘ସୁପରମୁନ’ ଡିସେମ୍ବର ୨୩ରେ ଦେଖିବାକୁ ମିଳିବ। ଚଳିତ ବର୍ଷ ୩ଟି ସୁପରମୁନ୍ ସହ ୩ଟି ମାଇକ୍ରୋମୁନ ଦେଖିବାକୁ ମିଳିବ। ମେ’ ୧, ମେ’ ୩୧ ଏବଂ ଜୁନ୍ ୨୯ରେ ‘ମାଇକ୍ରୋମୁନ’ ଦେଖିବାକୁ ମିଳିବ।ସୁପରମୁନ୍ ଶବ୍ଦର ବ୍ୟବହାର ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ୍ ନର୍ଲ୍ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ ସୋସିଆଲ୍ ମିଡିଆର ବହୁଳ…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଉଠିଲାଣି ଦାବି । ଏସବୁ ଭିତରେ କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ ବଢିଛି ଅଡୁଆ । ୧୪ ଦିନରେ ୪ ହିନ୍ଦୁଙ୍କୁ ଆକ୍ରମଣ ହୋଇଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଜୀବନ ମୃତ୍ୟୁ ସହ ଲଢୁଛନ୍ତି ।ଏହାରି ଭିତରେ ଆଇପିଏଲ ପାଇଁ ବାଂଲା ପ୍ଲେୟାରଙ୍କୁ କିଣିବାକୁ ନେଇ ଶାହାରୁଖ ଖାନଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । ହେଲେ କଂଗ୍ରେସ ଶାହରୁଖଙ୍କୁ ସମର୍ଥନ କରିବା ସହିତ ବିଜେକିକୁ ସମାଲୋଚନା କରିଛି ।ଆଇପିଏଲ୍ ୨୦୨୬ ପାଇଁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଖେଳିବେ ନା ନାହିଁ । ଏହା ଉପରେ ବିସିସିଆଇ ଏବେ ଯାଏ କିଛି ନିଷ୍ପତ୍ତି ନେଇନାହିଁ । କିନ୍ତୁ ନିଲାମୀରେ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୯.୨୦ କୋଟି ଟଙ୍କାରେ କିଣିଛି…
ତନଘନା ପରେ ବିଲ ଭିତରୁ ଉଦ୍ଧାର ହେଲା ଲୁଟ୍ ଏଟିଏମ୍ । ଯାଜପୁର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ ଥିଲା । ଲୁଟି ନେଇଥିଲେ ଟଙ୍କା ବୋଝେଇ ଏଟିଏମ୍ । ଯାଞ୍ଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ବଜାରରୁ ଏକ ଡାଲା ଅଟୋରେ ଏଟିଏମ୍ ଲୁଟ ହୋଇଥିବା ସିସିଟିଭିରେ କଏଦ ହୋଇଛି । ମଇଁଦା ଛକଠାରେ ଥିବା ଏଚଡିଏଫସି ବ୍ୟାଙ୍କର ଏଟିଏମ୍ ମେସିନକୁ ଲୁଟେରାମାନେ ସମମ୍ପୂର୍ଣ୍ଣଭାବେ ଉଠାଇ ନେଇ ନିକଟରେ ଥିବା ଏକ ଡାଲା ଅଟୋରେ ଚୋରୀ କରି ନେଇଥିବା ଅଭିଯୋଗ ହୋଇଥିଲା ।। ବିଞ୍ଝାରପୁର ପୋଲିସ ତଦନ୍ତ କରି ବିଲରୁ ଖାଲି ଏଟିଏମ୍ ମେସିନକୁ ଉଦ୍ଧାର କରିଛି । ସେପଟେ ବ୍ୟାଙ୍କ ସମ୍ମୁଖରୁ ଏକ ଡାଲା ଅଟୋ ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।
ନୂଆବର୍ଷରେ ବରିଷ୍ଠ IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଅନୁ ଗର୍ଗଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ଉନ୍ନୟନ କମିଶନର ହୋଇଛନ୍ତି । ତେବେ ଶୁକ୍ରବାର ଉନ୍ନୟନ କମିଶନ ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ ସିଂହ। ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗଙ୍କୁ ଦାୟିତ୍ଵ ମିଳିବା ପରେ ରାଜ୍ୟ ସରକାର ଡିସି ଭାବରେ ଦେଓ ରଞ୍ଜନଙ୍କୁ ଦାୟିତ୍ଵ ଦେଇଥିଲେ। ଦେଓରଞ୍ଜନ ସିଂହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିବେ। ଆଜି ଦାୟିତ୍ୱ ନେବା ପରେ ଦେଓ ରଞ୍ଜନ ସିଂହ କହିଛନ୍ତି। ମୋ ଉପରେ ବିଶ୍ଵାସ ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶା ବିକାଶର ଏବେ ନୂଆ ଅଧ୍ୟାୟ ଲେଖାଯାଉଛି। ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧ ହେବ।
ଭାରତ ରତ୍ନ ହେଉଛି ଭାରତ ଗଣରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ । ଏହାର ଆରମ୍ଭ ୨ ଜାନୁଆରି, ୧୯୫୪ରେ ହୋଇଥିଲା । ଏହି ସମ୍ମାନ ଦେଶର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ସମ୍ମାନ ମରଣୋତ୍ତର ଭାବେ (ମୃତ୍ୟୁ ପରେ) ମଧ୍ୟ ଦିଆଯାଇପାରିବ। ଭାରତ ରତ୍ନକୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଭଳି ଅନ୍ୟ ପୁରସ୍କାରଠାରୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ।ପ୍ରଥମ ଭାରତ ରତ୍ନ ଦେଶର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ମହାନ ବୈଜ୍ଞାନିକ ଡଃ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କୁ ପ୍ରଦାନ କରାଯାଇଥିଲା।ଯେଉଁମାନେ ସମାଜସେବା, କଳା, ବିଜ୍ଞାନ, ସାହିତ୍ୟ, କ୍ରୀଡ଼ା ଆଦି କ୍ଷେତ୍ରରେ ଅସାଧାରଣ ଅବଦାନ ଦେଇଛନ୍ତି । ସେହିମାନଙ୍କୁ ଏହି ସମ୍ମାନ ମିଳିଥାଏ | ଏହି ସମ୍ମାନ ସାଧାରଣତଃ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯାଏ ।ସମ୍ମାନିତ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ଏକ…