ନବବର୍ଷ- ୨୦୨୬ । ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ଲାଗିବ ପ୍ରବଳ ଗହଳି । ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଜି ରାତି ୧୧ଟାରେ ପହୁଡ଼ ପଡ଼ି ରାତି ୨ଟାରେ ଦ୍ବାରଫିଟା ନୀତି ହେବ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ବ୍ୟାରିକେଡ କରାଯାଇଛି । ୭୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨୦ ଜଣ ଓଏଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ଉତ୍ତରା ଛକଠାରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଖୋଲାଯାଇଛି କଣ୍ଟ୍ରୋଲ ରୁମ୍ । ଲୁଟେରାଙ୍କ ଉପରେ ଆଣ୍ଟି ସ୍ନାଚିଂ ଟିମ୍ ନଜର ରଖିଥିବା ପୁରୀ ଏସପି କହିଛନ୍ତି । ଦଳାଚକଟା ସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଦଳ ମୁତୟନ ରହିବେ । ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ। ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ସିଂହଦ୍ବାର ସମ୍ମୁଖରେ ରହିବେ । ମନ୍ଦିର ଚତୁଃପାର୍ଶ୍ବରେ ମଧ୍ୟ ପୋଲିସ ସହାୟତା କେନ୍ଦ୍ର ଖୋଲାଯାଇଛି।
ନୂଆ ବର୍ଷ ପାଇଁ ରାତି ୧୧ଟାରେ ପହୁଡ଼ ପଡିଲା, ଖୋଲିବ ୨ଟାରେ !
By madhulekha1 Min Read
