Author: madhulekha

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗକୁ ହତ୍ୟା ଧମକ । ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଯାଉଥିବା ବେଳେ, ଦାଦନ ଶ୍ରମିକକୁ କୁଆଡେ ଯାଉଛ ବୋଲି ପଚାରୁଥିବା ସମୟରେ ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦୌଡ଼ି ଆସି ଦୁର୍ବ୍ୟବହାର ଦେବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି । ବିଧାୟକଙ୍କ ଏତଲା ଅନୁସାରେ, ଡିସେମ୍ବର ୩ ତାରିଖ ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ସେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଯାଇଥିଲେ ।ସେହି ସମୟରେ ୨ ନମ୍ବର ପ୍ଲାଟଫର୍ମରେ କୋର୍ବା ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ୍ ଆସିଥିଲା । ଆଉ ବିଧାୟକ ଷ୍ଟେସନରେ ବସିଥିବା ସ୍ଥାନୀୟ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ଵ ମହିଳା, ପୁରୁଷ ଓ ଶିଶୁଙ୍କୁ ଦେଖି ଦାଦନ ଚାଲାଣ ସନ୍ଦେହରେ…

Read More

ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ। ସେଥିପାଇଁ ପୁଅକୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମା’କୁ ମାଡ଼ ମାରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି ତିହିଡି଼ ଥାନା ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମରେ।ସୂଚନା ଅନୁଯାୟୀ, ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁର ଦେବାଶିଷ ନାୟକ ଜଣେ ନିୟମିତ ନିଶା ସେବନକାରୀ। ସେ ସକାଳ ୮ଟା ବେଳେ ନିଜ ମାଙ୍କୁ ପିଟିଥିଲା। ମା’ ତଳେ ପଡ଼ିଯିବା ପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ପଡ଼ୋଶୀଙ୍କ ପାଟି ଶୁଣି ସେ କେଉଁଆଡ଼େ ଚମ୍ପଟ ମାରିଥିଲା।ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ…

Read More

ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି। ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଏକ ବିଶେଷ ଦିନ। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍ମରଣୀୟ ବିଜୟରକୁ ସ୍ମରଣ କରିବା ସହ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସେନା ଦିବସ ପ୍ରତିବର୍ଷ ପାଳନ କରାଯାଏ । ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାମୁଦ୍ରିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଏ !୪ ଡିସେମ୍ବର ୧୯୭୧ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ। ଏଥିରେ ଆଇଏନଏସ ନିପଟ, ଆଇଏନଏସ ନିର୍ଘାତ ଓ ଆଇଏନଏସ ବୀର ପରି ଅତ୍ୟାଧୁନିକ…

Read More

ଆଜି ଗୋଟିଏ ଦିନରେ ମଝି ସମୁଦ୍ରରୁ ଦୁଇଟି ବିଶାଳ ସାର୍କଙ୍କ ମୃତଦେହ ମିଳିଛି।ବୁଧବାର ସକାଳେ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗୋପସାଗର ଦୀଘା ମୁହାଣରେ ଲାଗିଥିଲା ଏକ ବିଶାଳକାୟ ସାର୍କ। ଗତକାଲି କିଛି ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଟ୍ରଲର୍‌ ଯୋଗେ ଯାଇଥିବା ବେଳେ ୨ କୁଇଣ୍ଟାଲ ୧୦ କିଲୋ ଓଜନର ଏହି ମୃତ ସାର୍କଟି ଜାଲରେ ପଡ଼ିଥିଲା । ସେହିପରି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳ ସାର୍କ । ଏହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ । ଭୋଗରାଇ ବ୍ଲକ ସାହାବାଜିପୁର ଗାଁର ନନ୍ଦୁ ବେହେରାଙ୍କ ଭୁଟୁଭୁଟିରେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛଟି ଜାଲରେ ଲାଗିଥିଲା । ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ ।…

Read More

ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି। ଦୁଇ ଦିନିଆ ଗସ୍ତରେ ଆସି ଅପରାହ୍ନ ସାଢ଼େ ୪ଟାରେ ଦିଲ୍ଲୀରେ ପହଞ୍ଚିବେ ଭ୍ଲାଦିମିର ପୁଟିନ । ଦିଲ୍ଲୀରେ ଆୟୋଜିତ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ସେ ଯୋଗ ଦେବା ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସମ୍ଭାବନା ମଧ୍ୟ ରହିଛି । ତାଙ୍କ ଆଗମନର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଇଁ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ଆୟୋଜନ କରିବେ। ପୁଟିନ୍‌ ଗତବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଯାଇଥିବା ସମୟରେ ତାଙ୍କୁ ସମାନ ବ୍ୟକ୍ତିଗତ ଆତିଥ୍ୟ ପ୍ରଦାନ କରିଥିଲେ। ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ-ଆମେରିକା ସମ୍ପର୍କ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି। ଆମେରିକା ଭାରତୀୟ ରପ୍ତାନି ଉପରେ ୫୦% ଟାରିଫ୍‌ ବୃଦ୍ଧି କରିଛି, ଯେଉଁଥିରେ ରୁଷିଆରୁ ତେଲ କ୍ରୟ ପାଇଁ…

Read More

ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।ଆସନ୍ତା 24 ଘଣ୍ଟାରେ ଘନ କୁହୁଡି ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୭ ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିପାରେ । କିନ୍ତୁ ୮ ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ୯ ତାରିଖରୁ ପୁଣି ତାପମାତ୍ରା…

Read More

କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଫେରାର। କୋଶି ବାଗ(୫୦) ନାମକ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ଅପରାହ୍ନରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ କ’ଣ ଖାଇବାକୁ ଦେବା ବାହାନା କରି ନିଜ ଘରକୁ ଡାକିନେଇଥିଲେ। ଝିଅ ଘର ଭିତରକୁ ଆସିବା ପରେ ଅଭିଯୁକ୍ତ କୋଶି କବାଟ ଦେଇ ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ ଚିତ୍କାର କରିଥିଲେ। ଝିଅର ଚିତ୍କାର ଶୁଣି ଘର ଆଖପାଖରେ ଥିବା ଲୋକେ ଦଉଡ଼ି ଆସିଥିଲେ। ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବିଶ୍ୱନାଥପୁର ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପକ୍ଷରୁ ବିଶ୍ୱନାଥ ପୋଲିସକୁ ଖବର ଦେବା ପରେ ଡାକ୍ତରଖାନା ପୋଲିସ ପହଞ୍ଚି ତଦନ୍ତ କରିଥିଲେ।ଅଭିଯୁକ୍ତଙ୍କୁ ଗିରଫ କରି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Read More

ଯାଜପୁରଜିଲ୍ଲା କାଳିଆପାଣି ଥାନା କାଳିଆପାଣି ପଞ୍ଚାୟତର ଜଣେ ଆଦିବାସୀ ଦଶମ ଶ୍ରେଣୀ ଛାତ୍ରୀ ଏବେ ୪ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଗର୍ଭଧାରଣ ପରେ ଏହି ଛାତ୍ରୀ ଜଣକ ପାଠଛାଡ଼ି ଘରେ ରହୁଥିଲେ। ପ୍ରେମିକର ପ୍ରତାରଣା ଓ ସାମାଜିକ ଲଜ୍ଜା କାରଣରୁ ପୀଡ଼ିତାଙ୍କ ମାନସିକ ଚାପ ବଢ଼ିବାରେ ଲାଗିଛି। ନିରୁପାୟ ପୀଡ଼ିତାଙ୍କ ବଡ଼ ଭଉଣୀ ଶେଷରେ ଗତକାଲି ଥାନାରେ ଏତଲା ଦାଏର କରିଥିଲେ।ପୀଡ଼ିତା ସ୍କୁଲ ଯାଉଥିବା ସମୟ‌ରେ ଗାଁ ପାଖ ବଜାରରେ ଗ୍ୟାରେଜ୍‌ରେ କାମ କରୁଥିବା ଗୁରୁଜଙ୍ଗ ଗାଁର ଜଣେ ଯୁବକ ଏହି ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପୀଡ଼ିତାଙ୍କ ବାପାମାଆ ୬ ମାସ ଧରି ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ଥିବା ସୁଯୋଗରେ ଅଭିଯୁକ୍ତ ଅନୈତିକ ସମ୍ପର୍କ ରଖି ଆସୁଥିଲା। ଅନ୍ତଃସତ୍ତ୍ବା ପରେ ପୀଡ଼ିତା ଓ ପରିବାର ବିବାହ ପାଇଁ ଦାବି କରିଥିଲେ। ରୋଗଶଯ୍ୟାରେ ଥାଇ ପୀଡ଼ିତାଙ୍କ ବାପାମାଆ ନ୍ୟାୟ ପାଇଁ ଗ୍ରାମବାସୀଙ୍କୁ ନେହୁରା ହୋଇଥିଲେ। ଏକାଧିକ ବାର ଗ୍ରାମସଭା…

Read More

ନାନ୍ଦେଡ଼ ଜିଲ୍ଲାରେ ଜଣେ ଝିଅ କାନ୍ଦି କାନ୍ଦି ମୃତ ପ୍ରେମିକକୁ ବିବାହ ପାଇଁ କହୁଛି। କ୍ଷଣିକ ପାଇଁ ପ୍ରେମିକ ନାଁର ମଥାରେ ସିନ୍ଦୂର ପିନ୍ଧିଥିଲେ ଯୁବତୀ ।ଯୁବତୀ ଜଣକ ଯୁବକଙ୍କୁ ପ୍ରେମ କରୁଥିଲେ, କିନ୍ତୁ ତାଙ୍କ ପରିବାର ଏହି ପ୍ରେମକୁ ବିରୋଧ କରୁଥିଲେ । ନାନ୍ଦେଡ଼ ସହରର ପୁରୁଣା ଗଞ୍ଜ ଅଞ୍ଚଳରେ ଯୁବତୀଙ୍କ ବାପା ଦୁଇ ପୁଅ ଏବଂ ଅନ୍ୟମାନଙ୍କ ସହିତ ମିଶି ପ୍ରେମିକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ପୋଲିସର ସୂଚନା ଅନୁଯାୟୀ, ଯୁବକଙ୍କୁ ପ୍ରଥମେ ଗୁଳି କରାଯାଇଥିଲା ଏବଂ ପରେ ମୁଣ୍ଡକୁ ପ୍ରହାର କରି ହତ୍ୟା କରାଯାଇଥିଲା।ଏହି ଘଟଣା ପରେ, ଝିଅଟି ତାଙ୍କ ମୃତ ପ୍ରେମିକଙ୍କ ଘରକୁ ଗଲା ଏବଂ ଅନ୍ତିମ ସଂସ୍କାର ପୂର୍ବରୁ ମୃତଦେହ ସମ୍ମୁଖରେ ନିଜ ମଥାରେ ପ୍ରେମିକ ନାଁର ସିନ୍ଦୁର ଲଗାଇ ତାଙ୍କ ମରଶରୀରକୁ ବିବାହ କଲା । ଏହି ସମୟରେ, ଝିଅଟି ହତ୍ୟାକାରୀ ବାପା, ମା ଏବଂ ଭାଇମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ…

Read More

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାସି ପ୍ରକ୍ରିୟା । ଇ-କେୱାସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି, ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୭୪୭ ଜାଲ୍ ରାସନ କାର୍ଡ ଧରାପଡିଛି । ଗତବର୍ଷ ଜୁନ୍‌ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Read More