ଗ୍ରୀନ ଷ୍ଟିକର ଗାଡିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଏହି ମାସରେ ସମସ୍ତ ଆରଟିଓରେ ପର୍ଯ୍ୟାପ୍ତ ପରିମାଣ ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ । କୌଣସି ଦେୟ ଦେବାକୁ ପଡିବନି । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବ୍ୟକତା ନାହିଁ । ତେବେ ପୂର୍ବରୁ ଏକ ଗୁଜବ ରହିଥିଲା ଯେ, ଗାଡ଼ିରେ ଗ୍ରୀନ ଷ୍ଟିକର ନଲଗାଇଲେ ତେଲ ମିଳିବ ନାହିଁ । କିନ୍ତୁ ଏହାକୁ ମନ୍ତ୍ରୀ ଖଣ୍ଡନ କରି ଗୁଜବ କହିଛନ୍ତି । ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ଆରଟିଓରୁ ନେଇପାରିବେ । ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ ଷ୍ଟିକର ମିଳିବ । ତେବେ ଗ୍ରୀନ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ,…
Author: madhulekha
ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥିନିମନ୍ତେ ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ଓ୍ବାଟ ଯାଏ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବାକୁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ମାର୍ଟ ମିଟର ଓଡିଶା ସରକାରଙ୍କର ଶକ୍ତି ବିଭାଗ ଅଧୀନରେ ହିଁ ରହିବ । ଡିସକମ ଦ୍ୱାରା କେବଳ ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ । ସରକାରଙ୍କ ତରଫରୁ ଏ ନିଷ୍ପତ୍ତି ନିଆଯାଇଛି ।
ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । । ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି। ୩୫୫ AQI ସହ ତାଳଚେର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ଅନୁଗୋଳରେ AQI ୩୨୯, ବାରିପଦାରେ AQI ୩୨୪, କଟକରେ AQI ୩୦୪ ଓ ଭୁବନେଶରର AQI ୩୦୨ ରହିଛି।ଲଗାତାର ଭାବେ ଓଡ଼ିଶାରେ ଏଭଳି ବାୟୁ ପ୍ରଦୂଷଣ ପୂର୍ବରୁ କେବେ ନଥିଲା । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ଓ ପରିବେଶ ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।
ଆଜି ପୌଷପୁର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି । ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି।ଗତକାଲି ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ରତ୍ନ ସିଂହାସନରେ ବର୍ଷକୁ ୪ ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ । ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ ।
ଲୋକପ୍ରିୟ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଏବଂ ରାଣୀ ମୁଖାର୍ଜୀ ନିଜର ଦମଦାର ଅଭିନୟ ପାଇଁ ଆଜିବି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ଏହି ଦୁଇ ଷ୍ଟାର ଏକାଠି ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମଟି ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏର ସିକ୍ୱେଲ୍। ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, “ଓ ମାଇ ଗଡ୍ 3” ଫିଲ୍ମରେ ରାଣୀ ମୁଖାର୍ଜୀ, ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବେ। “ଓଏମଜି” ହେଉଛି ଅକ୍ଷୟ କୁମାରଙ୍କ ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍। ଏହି ଫ୍ରାଞ୍ଚାଇଜ୍ ର ତୃତୀୟ ଭାଗରେ ରାଣୀ ମୁଖାର୍ଜୀ ସାମିଲ୍ ହେଲେ ଏହା ଫିଲ୍ମକୁ ଏକ ଭିନ୍ନ ସ୍ତରକୁ ନେଇଯିବ। “ଓ ମାଇ ଗଡ୍” ଉପରେ ପ୍ରି-ପ୍ରଡକ୍ସନ୍ କାମ ଆରମ୍ଭ ହୋଇସାରିଛି। ଫିଲ୍ମଟି ୨୦୨୬ ମଧ୍ୟଭାଗରେ ରିଲିଜ ହେବ। କୁହାଯାଉଛି ଯେ ନିର୍ଦ୍ଦେଶକ ଅମିତ ରାୟ ପୂର୍ବ ଦୁଇଟି ଫିଲ୍ମ ଅପେକ୍ଷା ଏଥିରେ ଅଧିକ ଗୁରୁତ୍ୱପୂର୍ଣ୍ଣ କାହାଣୀ ନେଇ…
ରାଜ୍ୟରେ ଚଳିତ ଖରିଫ୍ ଋତୁରେ ସରକାରୀ ସ୍ତରରେ ଧାନସଂଗ୍ରହ ଜାରି ରହିଛି । ପଞ୍ଜିକୃତ ଚାଷୀମାନେ ସେମାନଙ୍କ ମଣ୍ଡିକୁ ଆସି ନିଜର ଧାନ ବିକ୍ରୟ ଚାଲୁ ରଖିଛନ୍ତି । ସେମାନଙ୍କ ସୁବିଧା ନିମନ୍ତେ ସମସ୍ତ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପାନୀୟ ଜଳ, ସିସିଟିଭି ମୁତୟନ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଅଧିକାରୀମାନେ ନିୟୋଜିତ ରହି ଧାନକିଣା ଉପରେ ନଜର ରଖୁଛନ୍ତି । କୌଣସି ମଧ୍ୟସ୍ଥି କଥାକୁ ବିଶ୍ୱାସ ନ କରି କେବଳ ସରକାରୀ ସ୍ତରରେ ଧାନ ବିକ୍ରୟ କରିବା ଏବଂ କେବଳ ସରକାରଙ୍କ ନିର୍ଦ୍ଦେଶନାମାକୁ ଅନୁସରଣ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଧାନ ବିକ୍ରୟ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଚାଷୀ ମାନେ ଅଭିଯୋଗ କରିପାରିବା ସହ ସେମାନଙ୍କ ଅଭିଯୋଗ ଗୁଡିକର ତ୍ୱରିତ ଶୁଣାଣି କରାଯାଉଛି ।
ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଗାଇଡ୍ଲାଇନ୍ ଆଣିବ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ରିଲ୍ସ ମନା। ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ତାଗିଦ କରିବେ । ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ପଦକ୍ଷେପ ନେବେ । ଲୋକସେବା ଭବନରେ ରିଲ୍ସ ମୋ ନଜରକୁ ଆସିନାହିଁ କହିଲେ ମନ୍ତ୍ରୀା
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ୍ ୭ଟି ସେବାର ୩୧୪ଟି ପଦବି ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଓଡ଼ିଶା ସିଭିଲ୍ ସର୍ଭିସ୍ ଯେଉଁମାନେ ଦିଅନ୍ତି ସେମାନଙ୍କର ଲକ୍ଷ୍ୟ ଥାଏ ଓଏଏସ୍ ହେବେ। ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍ ପଦବି ନାହିଁ। କେବଳ ଓଏଏସ୍ ନୁହେଁ, ଓଏଫ୍ଏସ୍, ଓଆର୍ଏସ୍ ପାଇଁ ମଧ୍ୟ କୌଣସି ଗୋଟିଏ ପଦ ନାହିଁ।ରାଜ୍ୟର ଲକ୍ଷାଧିକ ଆଶାୟୀ ଆଜି ଓଏଏସ୍, ଓଏଫ୍ଏସ୍, ଓଆର୍ଏସ୍ ଚାକିରିରୁ ବଞ୍ଚିତ ହେବାର ବଡ଼ କାରଣ ହେଉଛି ପ୍ରଶାସନିକ ଅବ୍ୟବସ୍ଥା। ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ମଡେଲ୍ କ୍ୟାଡର୍ ରୁଲ୍କୁ ଅର୍ଥ ବିଭାଗ ଓ ରାଜସ୍ବ ବିଭାଗ ମାନିନାହାନ୍ତି। ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ବିଭିନ୍ନ କ୍ୟାଡର୍କୁ ପଦୋନ୍ନତି ଦେଇଥିବାରୁ ବିବାଦ କୋର୍ଟରେ…
ଗୃହ ସଚିବ ଭାବେ ହେମନ୍ତ ଶର୍ମାଙ୍କ ଦାୟିତ୍ୱ ଗ୍ରହଣ । ଦାୟିତ୍ୱ ଗ୍ରହଣ ପରେ ଗୃହ ସଚିବ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଗୁରୁତ୍ୱ । ରାଜ୍ୟରେ ପ୍ରତ୍ୟେକ ଜନ ସାଧାରଣ କେମିତି ନିରାପଦ ଏବଂ ସୁରକ୍ଷିତ ମନେ କରିବେ, ତାହା ହିଁ ମୋ ପ୍ରାଥମିକତା ହେବ । ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ । ଥାନା ଏବଂ ଫାଣ୍ଡିରେ ଭିତ୍ତିଭୂମି ଉନ୍ନତି, ଖାଲିଥିବା ପଦବୀ ପୂରଣ ସହ ପୋଲିସଙ୍କୁ ଗ୍ରାସ୍ ରୁଟ୍ ସ୍ତରରେ ମଜଭୂତ କରାଯିବ ।ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । ଶାନ୍ତି ଓ ଶୃଙ୍ଖଳାକୁ ଦିଆଯିବ । ଲୋକଙ୍କୁ ସୁରକ୍ଷା ଦେବା ଆମର ଲକ୍ଷ୍ୟ ।ଉଲ୍ଲେଖଯୋଗ୍ୟ ଯେ, ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଥିଲେ ।ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଥିବା ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ…
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନ କରିବା ପାଇଁ ନିର୍ମିତ ହୋଇଥିବା ସ୍ବର୍ଣ୍ଣ ଧନୁଷର ଶୋଭାଯାତ୍ରା । ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା ବିଶିଷ୍ଟ ସ୍ୱର୍ଣ୍ଣ ଧନୁଷ ଆଜି ବିଧିବଦ୍ଧ ଭାବରେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପ୍ରାୟ ୨୮୬ କେଜି ଓଜନର ଏହି ସ୍ବର୍ଣ୍ଣ ଧନୁଷରେ କପର, ଜିଙ୍କ, ଆଇରନ, ରୁପା ଏବଂ ୯୮୬ ଗ୍ରାମ ସୁନା ବ୍ୟବହୃତ ହୋଇଛି। ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମିତ ହୋଇଛି ସ୍ଵର୍ଣ୍ଣ ଧନୁଷ । ଏହି ଭେଟିଟି ସହୀଦ ଯବାନ ଏବଂ ଦେଶ ପାଇଁ ଜୀବନ ଦେଉଥିବା ମହାନ ବ୍ୟକ୍ତିତ୍ବଙ୍କ ଉଦ୍ଦେଶ୍ବରେ ତଥା ସନାତନ ଧର୍ମର ଅଧିକ ପ୍ରଚାର ପ୍ରସାର ପାଇଁ କରାଯାଇଛି । ସୁନାର ଧନୁ ଦେଖିବା ପାଇଁ ଛୁଟି ଆସିଥିଲେ ଅଞ୍ଚଳବାସୀ । ଏକ ଗାଡ଼ିକୁ ଫୁଲରେ ସଜାଯାଇ ଏହି ଧନୁକୁ…