ଚଳିତ ବର୍ଷ ହୋଲି ପର୍ବକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି । ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଏବଂ ସିନ୍ଧୁ ଗ୍ରନ୍ଥ ଉପରେ ଆଧାରିତ ଜ୍ୟୋତିଷଙ୍କ ଅନୁସାରେ ଫାଲଗୁଣ ମାସ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ ୨ ରେ ପଡୁଛି । ଶାସ୍ତ୍ର ଅନୁସାରେ ଭାଦ୍ରବ ଶେଷ ହେବା ପରେ କିମ୍ବା ଭାଦ୍ରବ ଶେଷ ସମୟକୁ ହୋଲିକା ଦହନ କରାଯାଏ । ହୋଲିକା ଦହନ ପାଇଁ ସର୍ବୋତ୍ତମ ସମୟ ୨ ମାର୍ଚ୍ଚ ରାତି ୧୨:୫୦ ରୁ ୨:୦୨ ସମୟ ରହିବ । ୩ ମାର୍ଚ୍ଚରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଫାଲଗୁଣ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ହେବ । ଗ୍ରହଣ ଯୋଗୁଁ ଭାରତରେ ହୋଲି ପରଦିନ ଚୈତ୍ର କୃଷ୍ଣ ପକ୍ଷ ପ୍ରତିପଦ ପାଳିତ ହେବ । ମାର୍ଚ୍ଚ ୩ ସନ୍ଧ୍ୟାବେଳେ ଭାରତର ସବୁ ସ୍ଥାନରେ ଚନ୍ଦ୍ର ବାହାରିବା ପରେ ଗ୍ରହଣ ୫:୫୯ ପରେ ଦୃଶ୍ୟମାନ ହେବ ।…
Author: madhulekha
ପ୍ରସିଦ୍ଧ ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ ଯାଦବ ଚେକ୍ ବାଉନ୍ସ ମାମଲାରେ ଏବେ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି । ଅନେକ ଥର କୋର୍ଟର ସମୟସୀମା ବୃଦ୍ଧି ସତ୍ତ୍ୱେ ଋଣ ପରିଶୋଧ କରି ନ ପାରିବାରୁ ସେ ଆତ୍ମସମର୍ପଣ କରିଥିଲେ । ପୂର୍ବରୁ ସେ କର୍ତ୍ତୃପକ୍ଷଙ୍କୁ ତାଙ୍କର ଆର୍ଥିକ ପରିସ୍ଥିତି ବିଷୟରେ ବୁଝାଇଥିଲେ । ଭାବପ୍ରବଣ ହୋଇ ରାଜପାଲ କହିଥିଲେ ଯେ, ତାଙ୍କ ପାଖରେ ଟଙ୍କା ନାହିଁ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ବନ୍ଧୁ ମଧ୍ୟ ନାହାନ୍ତି।। ରାଜପାଲଙ୍କ ଜାମିନ ଶୁଣାଣି ଗୁରୁବାର ଅନୁଷ୍ଠିତ ହେବ। ଏନେଇ ତାଙ୍କ ପରିବାର ଓ ପ୍ରଶଂସକମାନେ ଆଶାବାଦୀ ରହିଛନ୍ତି। ରାଜପାଲଙ୍କ ମ୍ୟାନେଜର ଗୋଲ୍ଡିଙ୍କ ସୂଚନା ଅନୁଯାୟୀ, ଅଭିନେତାଙ୍କୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ବଲିଉଡ୍ ଏକଜୁଟ୍ ହୋଇଛି।ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ଭଳି ଆଗଧାଡିର ନେତା ଆର୍ଥିକ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି। ନିର୍ଦ୍ଦେଶକ ଡେଭିଡ୍ ଧୱନ ଏବଂ…
ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବ ତେଲ । ବାହାନ ପୋର୍ଟାଲରେ ହେବ ବଡ଼ ପରିବର୍ତ୍ତନ । ଓଡ଼ିଶା ସରକାର ଗାଡ଼ି ଚାଳକଙ୍କ ପାଇଁ ଜାରି କରିଥିବା ଏକ ବିବାଦୀୟ ନିୟମକୁ ପ୍ରତ୍ୟାହାର କରିନେଇଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଯେଉଁ ଗାଡ଼ିର ବୈଧ ପଲ୍ୟୁସନ ସାର୍ଟିଫିକେଟ୍ ନଥିବ, ସେମାନଙ୍କୁ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ । ଆଜି ହାଇକୋର୍ଟରେ ଶୁଣାଣି ସମୟରେ ସରକାର ଏହି ନିୟମକୁ ଉଠାଇ ନେଇଥିବା ସୂଚନା ଦେଇଛନ୍ତି ।କୋର୍ଟରେ ସରକାରଙ୍କ ସ୍ପଷ୍ଟୀକରଣ, ପେଟ୍ରୋଲ ପମ୍ପଗୁଡ଼ିକୁ ଦିଆଯାଇଥିବା ପୂର୍ବ ନିର୍ଦ୍ଦେଶକୁ ସରକାର ରଦ୍ଦ କରିଛନ୍ତି। ହାଇକୋର୍ଟଙ୍କୁ ଏକ ଶପଥପତ୍ର ମାଧ୍ୟମରେ ଏହା ଜଣାଇଛନ୍ତି ।କୋର୍ଟ କହିଛନ୍ତି ଯେ ଜୋରିମାନା ଆଦାୟ ପାଇଁ କାହାର ପଲ୍ୟୁସନ ସାର୍ଟିଫିକେଟ୍ ରୋକାଯାଇପାରିବ ନାହିଁ। ଏହାସହ ଆଇନ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ‘ବାହାନ ପୋର୍ଟାଲ’ରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପରିବହନ କମିଶନରଙ୍କୁ ଏକ…
ସ୍କୁଲ ୟୁନିଫର୍ମ ଫିଙ୍ଗି ଦେଲେ ଛାତ୍ରଛାତ୍ରୀ। ନାଁ ସ୍କୁଲ ଭିତରକୁ ପଢିବାକୁ ଗଲେ, ନାଁ ମଧ୍ୟାହ୍ନ ଭୋଜନ କଲେ। ସ୍କୁଲରେ ଶିକ୍ଷକ ଅଭାବ ଥିବାରୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା | ସୂଚନାମୁତାବକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ.ଜି ୟୁ.ପି ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ୩୫୦ରୁ ଅଧିକ ଛାତ୍ରଛlତ୍ରୀ ପଢୁଥିବା ବେଳେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ପ୍ରତିବାଦରେ ଛାତ୍ରଛାତ୍ରୀମାନେ ସ୍କୁଲ ପୋଷାକ ଫେରାଇଦେବା ସହ ମଧ୍ୟlହ୍ନ ଭୋଜନ ନ ଖାଇ ଉପାସ ରହି ପ୍ରତିବାଦ ଜଣାଇଛନ୍ତି । ଶିକ୍ଷକ ଅଭାବ ଅଭିଯୋଗକୁ ପ୍ରଧାନ ଶିକ୍ଷକ ସ୍ୱୀକାର କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷପ…
ଗନ୍ଧମାର୍ଦ୍ଦନ ହେବ ନକ୍ସଲ ମୁକ୍ତ । ବରଗଡ ଜିଲ୍ଲାର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲ ହେବ ମାଓ ମୁକ୍ତ । ଏବେ ଓଡ଼ିଶା ପୋଲିସର ଟାର୍ଗେଟରେ ଗନ୍ଧମାର୍ଦ୍ଦନ ପାହାଡରେ ଲୁଚି ରହିଥିବା ମାଓବାଦୀ ।ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଗନ୍ଧମାର୍ଦ୍ଦନକୁ ମାଓବାଦୀମୁକ୍ତ କରାଯିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ ହୋଇ ସାରିଛି ବୋଲି ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ସଞ୍ଜୀବ ପଣ୍ଡା କହିଛନ୍ତି। ଖବରଦାତା ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ମାଓବାଦୀ ସମସ୍ୟାର ସମାଧାନ ପାଇଁ ଗୁରୁ ଦାୟିତ୍ୱ ରହିଛି। ଏହାକୁ ଗୁରୁତ୍ୱର ସହିତ ନେଇ ପୋଲିସ୍ କାମ କରୁଛି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବିଶେଷ ସଫଳତା ମିଳିଛି। ବର୍ତ୍ତମାନ ମାଓବାଦୀଙ୍କ କାର୍ଯ୍ୟକଳାପ କେବଳ ୨ ଅଞ୍ଚଳ(ଏରିଆ)କୁ ନେଇ ସୀମିତ ରହିଛି। ଗୋଟିଏ ହେଉଛି କନ୍ଧମାଳ,…
ଛାତ୍ରୀଙ୍କୁ ଦୁଷ୍କର୍ମ କରି ସାହିତ୍ୟ ସାର୍ ଗିରଫ । ଥରେ ନୁହେଁ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳର ଘଟଣା । ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ।ଆଜି ହଳଦୀକୁଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ମୁହଁ ଖୋଲିବା ସହ ଲହୁଣିପଡ଼ା ଥାନାରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ। ଫଳରେ ରସିକିଆ ଶିକ୍ଷକ ତାପସ କୁମାର ବଢ଼ାଇଙ୍କୁ ଗିରଫ କରି ପୋଲିସ ଏବେ ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଶିକ୍ଷକ ଓ ଛାତ୍ରୀଙ୍କ ସମ୍ପର୍କରେ ଏହି ଘଟଣା ଏକ କଳଙ୍କ ସଦୃଶ ହୋଇଥିବା ବେଳେ ସାରା ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ଓ ଉତ୍ତେଜନା ସୃଷ୍ଟି ହୋଇଛି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେରେଙ୍କୁ ନୋଟିସ ଦିଆଯାଇଛି ।୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି । ୨୦୨୪ ବିଧାନସଭା ନିର୍ବାଚନ ସମୟରେ କନକ ବର୍ଦ୍ଧନ ସିଂଦେଓ ନିଜ ନାମାଙ୍କନ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେର ଅଭିଯୋଗ କରିଥିଲେ। ନିଜ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇବା ସହ ସମ୍ପତ୍ତି ବିଷୟରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ କନକ ବର୍ଦ୍ଧନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ସରୋଜ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କରିଥିଲେ ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କେଭି କରିଥିଲେ ଆବେଦନ । କେଭିଙ୍କ ଆବେଦନଙ୍କୁ ଖାରଜ କରି ମାମଲା ଚାଲିବ କହିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ…
ଏସସିବି ଆଇସିୟୁ ବେଡରୁ ମହିଳା ରୋଗୀ ଖସିପଡିବା ଘଟଣାରେ ତଦନ୍ତ କମିଟି ଗଠିତ। ଏସସିବି ମେଡିକାଲ୍ ତରଫରୁ ଅନୁଧ୍ୟାନ ପାଇଁ ତଦନ୍ତ କମିଟି ଗଠନ ହୋଇଛି। କମିଟି ଘଟଣାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡା. ସରୋଜ ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ କମିଟିରେ ୨ ଆସୋସିଏଟ ପ୍ରଫେସର, ୨ ଆସିଷ୍ଟାଣ୍ଟ ପ୍ରଫେସର ସାମିଲ ଅଛନ୍ତି। ସେପଟେ ଏସ୍ସିବି ମେଡିସିନ୍ ଆଇସିୟୁରେ ସାଂଘାତିକ ଅବ୍ୟବସ୍ଥାର ଭିଡିଓ ଭାଇରାଲ୍ ପରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇସିୟୁ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ତିନି ଜଣ ନର୍ସିଂ ଅଫିସରଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ମେଡିସିନ୍ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରମାଣ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅପରେସନ ସିନ୍ଦୂର ସମୟରେ ବିଶ୍ବ ଦେଖିଲା ଭାରତର ପରାକ୍ରମ । ଭାରତ ନିଜ ଶତ୍ରୁକୁ ଧ୍ବଂସ କରିବା ପାଇଁ କିଛି ବି କରିପାରିବ । ଏହି ଅପରେସନରେ ଭାରତ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କୀ ଠିକଣାକୁ ନଷ୍ଟ କରିବା ସହିତ ଆତଙ୍କୀକୁ ନିପାତ କରିଥିଲା । ହାରି ଭିତରେ ଆଇଏଏଫ୍ ଭାଇସ୍ ଚିଫ୍ ଏୟାର ମାର୍ଶଲ ନାଗେଶ କପୁର ରାଫେଲକୁ ଅପରେସନ ସିନ୍ଦୂରର ହିରୋ ରୂପେ ଅଭିହିତ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଫେବ୍ରୁଆରୀ ୧୭-୧୯ ଯାଏ ସରକାରୀ ଗସ୍ତରେ ଭାରତ ଆସିବେ । ଏହି ସମୟରେ ସେ ଏଆଇ ଇମ୍ପାକ୍ଟ ସମିଟ୍ରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଚର୍ଚ୍ଚା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ପିଏମ୍ ମୋଦୀଙ୍କ ଆମନ୍ତ୍ରଣରେ ଭାରତ ଆସିବେ । ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ଏହି ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ…
କେରଳର କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇପାରିଛନ୍ତି। ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବାବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହାଦ୍ବାରା ସେ ରାଜ୍ୟର ପ୍ରଥମ ଦୃଷ୍ଟିହୀନ ନ୍ୟାୟିକ ଅଧିକାରୀ ହୋଇପାରିଛନ୍ତି। ଥାନ୍ୟା ପ୍ରଥମ ଥର ପରୀକ୍ଷା ଦେଇଥିବାବେଳେ ଭିନ୍ନକ୍ଷମଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗତବର୍ଷ ସୁପ୍ରିମକୋର୍ଟଙ୍କ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନ୍ୟାୟିକ ଅଧିକାରୀ ଚାକିରିରୁ ନିଷେଧ କରାଯିବା ଉଚିତ୍ ନୁହେଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଥାନ୍ୟାଙ୍କ ଚୟନ ପାଇଁ ପଥ ପ୍ରଶସ୍ତ କରିଥିଲା। କୋର୍ଟରେ ସ୍କ୍ରିନ୍ ରିଡର ଓ ଡିକ୍ଟେସନ ଆପ୍ ଥାନ୍ୟାଙ୍କ କାର୍ଯ୍ୟ ସହଜ କରୁଛି ।ଥାନ୍ୟା କନ୍ନୁରରେ ଶିକ୍ଷା ଗ୍ରହଣ କରିଥିଲେ। ଏହାପୂର୍ବରୁ ୨୦୧୩ରେ ରାଜସ୍ତାନର ବ୍ରହ୍ମାନନ୍ଦ ଶର୍ମା ଦେଶର ପ୍ରଥମ ୧୦୦ % ଦୃଷ୍ଟିହୀନ ବିଚାରପତି ହୋଇପାରିଥିଲେ।