Author: madhulekha

ପ୍ରକାଶ ପାଇଲା OTET ରେଜଲ୍ଟ । OTET-୨୦୨୫ ଫଳାଫଳ ପ୍ରକାଶ ପାଇଛି। ୧୭ ଡିସେମ୍ବରରେ ହୋଇଥିବା ପରୀକ୍ଷାର ରେଜଲ୍ଟ ବାହାରିଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ ହଜାର ୯୫୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ପେପର-୧ ଓ ପେପର-୨ରେ ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅପରାହ୍ନ ୨ଟା ରୁ ରେଜଲ୍ଟ ବୋର୍ଡ ୱେବ ସାଇଟ www.bseodisha.ac.in ରେ ଉପଲବ୍ଧ ହୋଇଛି । ତେବେ ମେ’ ତୃତୀୟ ସପ୍ତାହରେ ପରବର୍ତ୍ତୀ ଓଟିଇଟି- ୨୦୨୬ ପରୀକ୍ଷା । ଖୁବ ଶୀଘ୍ର ଆବେଦନ ନେଇ ତାରିଖ ପ୍ରକାଶ ପାଇବ କହିଛନ୍ତି, ବିଏସଇ । ପରୀକ୍ଷା ତାରିଖ ଓ ସିଲାବସ ନେଇ ମଧ୍ୟ ସୂଚନା ଦେବ ବୋର୍ଡ ।

Read More

ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୪୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୫,୨୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୯୫,୦୦୦ ଟଙ୍କା ହୋଇଛି ।

Read More

ଚଳିତ ମାସ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁରଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନାର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ କରିବେ । ୫୦୦ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ ।ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ୱାଇଁ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି , ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୫୦୦ ଶ୍ରଦ୍ଧାଳୁ ଆସିବେ, ୧୩ ତାରିଖ ସନ୍ଧ୍ୟାରେ ପ୍ରାୟ ୨୦୦ ଜଣ ଓ ଅବଶିଷ୍ଟ ୧୪ ତାରିଖ ସକାଳୁ ପହଞ୍ଚିବେ । ୬୦ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତି ଓ ବିଧବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ସଂପୃକ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କ ତାଲିକା ପ୍ରସ୍ତୁତ କରି ପୁରୀ ପ୍ରଶାସନକୁ ଦେବେ । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦର୍ଶନର ବ୍ୟବସ୍ଥା କରାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫ ହଜାର ଶ୍ରଦ୍ଧାଳୁ…

Read More

ଓଡିଶାରେ ଭାରତ ବନ୍ଦର ପ୍ରଭାବ ବିଶେଷ ପଡି ନାହିଁ ଏଭଳି କିଛି କହିଛନ୍ତି, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।ଆହୁରି କହିଛନ୍ତି, ପ୍ରାୟତଃ ଗାଡି ଘୋଡା ଚାଲୁଛି , ବନ୍ଦର ବିଶଷ ପ୍ରଭାବ ପଡିନାହିଁ । ଟୋକା ପଞ୍ଝାଏ ବୁଲୁଛନ୍ତି, ବନ୍ଦ ପାଇଁ ଯାଉଛନ୍ତି । ତେବେ ବନ୍ଦ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନକୁ ନେଇ କଡ଼ା କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ସମର୍ଥନ ଜଣାଇଛି, ଦେଶରେ ଶ୍ରମିକଙ୍କ ସଂଖ୍ୟା ଅଧିକ। ଶାସକ ଦଳରେ ରହିଲେ, ସବୁ ଠିକ୍‌ ଲାଗିବ ବୋଲି କହିଛନ୍ତି ଅରୁଣ। ସେ କହିଛନ୍ତି, ସାଧାରଣ ଲୋକେ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେଣି।ସୂଚନାଥାଉକି ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଶ୍ରମ କୋଡ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଧର୍ମଘଟ ଡାକରା ଦେଇଛନ୍ତି । ୨୧…

Read More

୧୨ ଜୁନ୍ ୨୦୨୫ରେ, ଅପରାହ୍ନରେ ଗୁଜୁରାଟର ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ବୋଇଂ ୭୮୭-୮ ବିମାନ ଉଡ଼ାଣ ଆରମ୍ଭ ହେବାର ମାତ୍ର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ପଛ ଭାଗ ମେଡିକାଲ୍ ହଷ୍ଟେଲ୍ କୋଠାରେ ଧକ୍କା ଦେଇଥିଲା। ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସମେତ ୨୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ। ମୃତକଙ୍କ ମଧ୍ୟରେ ୬୦ ଜଣ ବିଦେଶୀ ଥିଲେ। ତବେ କକପିଟରେ ଥିବା ଜଣେ ପାଇଲଟ୍ ଜାଣିଶୁଣି ଇନ୍ଧନ ସ୍ୱିଚ୍ ବନ୍ଦ କରିବା ଯୋଗୁଁ ଘଟିଥିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା। ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ସେମାନଙ୍କର ଚୂଡ଼ାନ୍ତ ରିପୋର୍ଟରେ ପ୍ରକାଶ କରିପାରନ୍ତି। ଇଟାଲୀର ପ୍ରସିଦ୍ଧ ଖବରକାଗଜ କୋରିଏର ଡେଲା ସେରା ଏୟାର ଇଣ୍ଡିଆ ଫ୍ଲାଇଟ୍-AI17 ର ଦୁର୍ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଦାବି କରିଛି।ବିମାନ ଚଳାଚଳ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ ତଦନ୍ତ ଏପର୍ଯ୍ୟନ୍ତ…

Read More

ପୀତବାସ ପଣ୍ଡା ହତ୍ୟା ଘଟଣା ଚାର୍ଜସିଟ୍‌ରେ ଟ୍ୱିଷ୍ଟ୍ । ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ରହିଥିବା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଦର୍ଶାଇଥିଲା । ତେବେ ଚାର୍ଜସିଟ୍‌ରେ ଆଉ ଗୋଟିଏ କାରଣ ଯୋଡ଼ାଯାଇଛି ।ପୀତବାସ ପଣ୍ଡା ହତ୍ୟା ମାମଲାରେ ସଙ୍ଗୀନ ଅଭିଯୋଗ ଆଣିଲେ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ। ପଚାରିଲେ କୁଆଡ଼େ ଗଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ? ପୀତବାସଙ୍କ ପଇତାରୁ ମିଳିଥିଲା ସିକ୍ରେଟ୍ ଚାମ୍ବର ଚାବି। ଆଉ ସେହି ସିକ୍ରେଟ୍ ଚାମ୍ବରରୁ ମିଳିଥିଲା ପେନ୍ ଡ୍ରାଇଭ୍। ଉକ୍ତ ପେନ୍ ଡ୍ରାଇଭରେ ଥିଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ। ଚାର୍ଜସିଟରେ ତଥ୍ୟ ଥିଲା କିନ୍ତୁ କୋର୍ଟରେ ଦର୍ଶାଯାଇନି। ପେନ୍‌ଡ୍ରାଇଭ୍‌ରେ ମଧ୍ୟ ସେହି ଚାରୋଟି ଫଟୋ ରହିଥିଲା । ପୀତବାସ ସର୍ବସାଧାରଣ ସ୍ଥାନରେ ବିକ୍ରମଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ବୋଲି ଓକିଲ ଦୀପକ ପଟ୍ଟନାୟକ ପୁଲିସ ନିକଟରେ ବୟାନ ଦେଇଛନ୍ତି । ଏହାସହ…

Read More

ଓଡ଼ିଶାରେ ଭୋଟର ତାଲିକାର ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) । ଏପ୍ରିଲରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ଭୋଟର ମ୍ୟାପିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୧୨ ରାଜ୍ୟରେ ଏସଆଇଆର୍ ପ୍ରକ୍ରିୟା ଚାଲିଥିବାବେଳେ ଓଡ଼ିଶାରେ ଏ ଦିଗରେ ପ୍ରକ୍ରିୟା ଆଗେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ।। ୨୦୦୨ରେ ଶେଷ ଥର ପାଇଁ ଓଡ଼ିଶାରେ ଏସଆଇଆର୍ କରାଯାଇଥିଲା । ୨୦୦୨ (ଏସଆଇଆର୍ ସମୟର) ଭୋଟର ତାଲିକା ଓ ୨୦୨୫ ତାଲିକାକୁ ସମ୍ମିଳିତ କରି ଭୋଟରଙ୍କୁ ମ୍ୟାପିଂ କରାଯାଉଛି ।ପ୍ରତି ଭୋଟରଙ୍କୁ ନେଇ ଦୁଇଟି ଫର୍ମ ପୂରଣ କରାଯିବ । ଗୋଟିଏ ଫର୍ମ ଭୋଟର ରଖିବେ, ଅନ୍ୟଟି ବିଏଲଓ ନେବେ । ଏହି ଫର୍ମରେ ଭୋଟରଙ୍କ ନୂଆ ରଙ୍ଗୀନ ଫଟୋ ଲଗାଯିବ । ଫର୍ମରେ ଭୋଟରଙ୍କ ଏପିକ୍ ନମ୍ବର, ବାପାଙ୍କ ନାମ, ବୁଥ୍, ନିର୍ବାଚନମଣ୍ଡଳୀ ତଥ୍ୟ ରହିବ ।…

Read More

ଦୁର୍ଘଟଣାରୁ ବର୍ତ୍ତିଲେ ଆନ୍ଦୋଳନକାରୀ । ରାୟଗଡା ଶିରିଗୁଡ଼ା ଛକରେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍ । ଆଜି ବନ୍ଦ ଡାକରା ଦେଇଥିବା ବେଳେ ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା।ଶତାଧିକ ଆନ୍ଦୋଳନକାରୀଙ୍କ ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ଉପସ୍ଥିତ ଥିଲେ। ସେତିକିବେଳେ ଅଟକି ରହିଥିବା ପୋଲିସ ବସ ବ୍ରେକ ଫେଲ ହୋଇ ହଠାତ ଗଡିଗଲା। ବ୍ୟାରିକେଡ ଭାଙ୍ଗି ପ୍ରାୟ ୧୦୦ ମିଟର ଗଡ଼ିଗଲା ବସ୍ । ସାମନାରେ ଥିବା ଲୋକମାନେ ଚିତ୍କାର କରି ଏଣେତେଣେ ଧାଇଁଲେ । ତେବେ ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ।

Read More

ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିବାକୁ ଯାଇ ପୁରୀ ବୁଧବାର ଏହି ସୂଚନା ଦେଇଛନ୍ତି। ବିନା ଆଧାରରେ ଅଭିଯୋଗ ଲଗାଇବା ରାହୁଲଙ୍କ ଅଭ୍ୟାସ। ମନ୍ତ୍ରୀ କହିଛନ୍ତି କି, ‘ରାଜନୀତିରେ ୨ ପ୍ରକାର ନେତା ଥାନ୍ତି। ଜଣେ ଦାୟିତ୍ବ ପାଳନ କରି ସମାଜର ସେବା କରନ୍ତି ଏବଂ ଦେଶ ବଦଳାଇବା କାମ କରନ୍ତି। ଆଉ କିଛି ନେତା ଥାନ୍ତି ଯେଉଁମାନେ ବେଳେବେଳେ ଦେଶକୁ ଆସନ୍ତି। ବିଦେଶ ଯାତ୍ରା କରନ୍ତି, ଯେବେ ସଂସଦ ଆସନ୍ତି ଅନ୍ୟ କାହା କଥା ନ ଶୁଣି ବାହାରକୁ ଚାଲିଯାନ୍ତି। ଆଜି ବି ଭାଷଣ ଦେବା ପରେ ସଂସଦରୁ ବାହାରକୁ ଚାଲିଯାଇଥିଲେ।’ ଏକ ଖବରଦାତା ସମ୍ମିଳନୀରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ପୁରୀ କହିଛନ୍ତି, ରାହୁଲ ତାଙ୍କୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି। କିନ୍ତୁ…

Read More

ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ଗୁରୁବାର ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍‌ ବାତିଲ ଦାବିରେ ୧୦ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦେବା ସହ ଅନ୍ୟ ସଙ୍ଗଠନଗୁଡିକର ସମର୍ଥନ ଲୋଡ଼ିଛନ୍ତି। ଅନ୍ୟପଟେ ଆଜି ୧୦ଟା୧୫ରେ ବନ୍ଦହେବ ଲୋକସେବା ଭବନ ଗେଟ୍ । ଶ୍ରମିକ ସଂଗଠନର ବନ୍ଦ ଡାକାରା ପରିପ୍ରେକ୍ଷୀରେ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ଖାରବେଳ ଭବନ, ଲୋକସେବା ଭବନ , ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । କୃଷିଭବନ କର୍ମଚାରୀଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶାବଳି । ସମସ୍ତ କର୍ମଚାରୀ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି ।ଅନ୍ୟପକ୍ଷରେ ପିଲାମାନେ ସ୍କୁଲ, କଲେଜ ଯିବା ନେଇ ଏବେଠାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ଯଦି ଗାଡ଼ି, ମଟର ଚଳାଚଳ ନ…

Read More