ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ୍ ପଟ୍ଟା । ଏ ନେଇ ଆଜି ବଡ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।ପଟ୍ଟାରେ ଥିବା କ୍ୟୁଆର କୋର୍ଡ ରେ ସ୍କାନ କଲେ ସମ୍ପୂର୍ଣ୍ଣ ତଥ୍ୟ ବାହାରିବ। ଠକମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା କରିପାରିବେନି। ଠକାମୀ ଉପାୟରେ ଜମି କିଣା ବିକା କଲେ ସଙ୍ଗେ ସଙ୍ଗେ ତହସିଲଦାର ଓ RIଙ୍କ ପାଖକୁ ଖବର ଯିବ।
Author: madhulekha
ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୩ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ବ୍ରହ୍ମପୁର ନେଇଯାଇଛି । ସୂଚନାମୁତାବକ ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ଗାଡି ମାଲିକ ବେନିୟମ ଭାବେ ବାଲି ଉଠାଇ ନେଉଥିଲେ । ଏନେଇ ରାଜସ୍ୱ ବିଭାଗ କର୍ମଚାରୀମାନେ ଟ୍ରାକ୍ଟରକୁ ଜବତ କରି ନେବାସହ ଏନେଇ ୩୦ ହଜାର ଟଙ୍କା ଜରିମାନା ପକାଇଥିଲେ । ଏହାପରେ କିଛି କର୍ମଚାରୀ ଜରିମାନା ଅର୍ଥ ଠାରୁ ଅଧିକ ଟଙ୍କା ଟ୍ରାକ୍ଟର ମାଲିକଙ୍କୁ ଦାବି କରିଥିଲେ। ଫଳରେ ଟ୍ରାକ୍ଟର ମାଲିକ ବ୍ରହ୍ମପୁର ଭିଜିଲାନ୍ସ ଏସ ପି ଙ୍କ ସହ ଯୋଗାଯୋଗ କରିଥିଲେ।ଆଜି ପୂର୍ବ ଯୋଜନା ଅନୁଯାୟୀ ଟ୍ରାକ୍ଟର…
ବଢ଼ୁଥିବା ଶବ୍ଦ ଓ ଆଲୋକ ପ୍ରଦୂଷଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଲେଜର ଲାଇଟ୍ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି ହାଇକୋର୍ଟ । ବିକଟାଳ ଶବ୍ଦ କରୁଥିବା ଡିଜେ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାତି ୧୦ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନହେବ, ସେ ଦିଗରେ ପୋଲିସ ତୀକ୍ଷ୍ଣ ନଜର ରଖିବାକୁ କୋର୍ଟ କହିଛନ୍ତି ।ଶୁଣାଣି ସମୟରେ କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ସହରରେ ଅତ୍ୟଧିକ ଲେଜର ଲାଇଟ୍ ଏବଂ ଉଚ୍ଚଶବ୍ଦ ବିଶିଷ୍ଟ ଡିଜେ ବ୍ୟବହାର ଯୋଗୁଁ ସବୁ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଛି। ବିଶେଷ କରି ଏହା ଶିଶୁ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି।
ଚାଲାକି କଲେ ବୋଲି ବଞ୍ଚିଗଲେ । ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ୩୫ ଘଣ୍ଟା ଡିଜିଟାଲ ଆରେଷ୍ଟ । ରାଜଧାନୀରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ନାଲକୋର ଅବସରପ୍ରାପ୍ତ ସେଫଟି ବିଭାଗର ମୁଖ୍ୟ ଥିଲେ ସରୋଜ କୁମାର ପଟ୍ଟନାୟକ ତାଙ୍କ ପତ୍ନୀ ନିର୍ଝରନି ପଟ୍ଟନାୟକ ସାଇବର ଲୁଟେରାଙ୍କଠୁ ଅଳ୍ପକେ ବର୍ତ୍ତିଛନ୍ତି । ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କକୁ ଯାଇଥିବା ବେଳେ ଜଣାପଡ଼ିଲା ସତ । ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ । ସୂଚନା ଅନୁସାରେ, ପୋଲିସ ପରିଚୟ ଦେଇ ସାଇବର ଠକ ଦମ୍ପତିଙ୍କ ସହ କଥା ହୋଇଥିଲେ । ସେମାନଙ୍କର ଆତଙ୍କି ଲିଙ୍କ ଥିବା କହି ଧମକାଇଥିଲେ । ଏପରିକି କାଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି । ଆଧାର କାର୍ଡ ବ୍ୟବହାର ଯୋଗୁଁ ତାଙ୍କୁ ୬ ଲକ୍ଷର କମିଶନ ମିଳିଛି । ଏପରିକି ମନି ଲଣ୍ଡରିଂ କେସରେ…
ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ।ତାଙ୍କ ସହମତି ବିନା ଅପରାଧିକ ଷଡ଼ଯନ୍ତ୍ରର ଅଂଶ ଭାବରେ ତାଙ୍କ ଗର୍ଭାଶୟ ବାହାର କରିଥିବା ଅଭିଯୋଗ କରିଛନ୍ତି ରଞ୍ଜନା। “ତାଙ୍କ ଅସୁସ୍ଥତାର ଚିକିତ୍ସା ଚାଲିଥିବା ସମୟରେ ତାଙ୍କ ଗର୍ଭାଶୟ କାଢ଼ିବା ବିଷୟରେ ଜାଣିବାକୁ ପାଇଥିଲେ” ବୋଲି ଦାବି କରିଛନ୍ତି ରଞ୍ଜନା। ଏନେଇ ତାଙ୍କ ଓକିଲ କରୁଣାକର ଝାଙ୍କ ସହ ମଙ୍ଗଳବାର ବିହାରର ସୁପୌଲ ସହରର ମହିଳା ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଛନ୍ତି ।ରଞ୍ଜନା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ୨୦୦୬ ମସିହାରେ ଯେତେବେଳେ ସେ ମୁମ୍ବାଇ ଯାଇଥିଲେ । ଉଦିତ ନାରାୟଣ ଏବଂ ଦୀପା ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ ଏବଂ ତାଙ୍କୁ ଘରକୁ ପ୍ରବେଶ କରିବାକୁ ମନା କରିଥିଲେ। ତା’ପରେ ସେ…
ବଲିଉଡ୍ ଷ୍ଟାର ହାସ୍ୟ ଅଭିନେତା ରାଜପାଲ ଯାଦବ । ଚେକ୍ ବାଉନ୍ସ ମାମଲାରେ ବଢିବାରେ ଲାଗିଛି ଅଡୁଆ । ମାମଲାରୁ ମୁକୁଳିବାରେ ବଦଳରେ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛନ୍ତି । ଜାମିନ ଆବେଦନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଆଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୬ ଫେବୃଆରୀରେ କରିବେ । ଶୁଣାଣି ସମୟରେ ଅଭିନେତାଙ୍କ ପକ୍ଷରେ ଉପସ୍ଥିତ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ସେ ତାଙ୍କ କ୍ଲାଏଣ୍ଟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ସହ କଥା ହୋଇପାରିଲେ ନାହିଁ । ଓକିଲ କହିଥିଲେ ଯେ, ଜାମିନ ଆବେଦନ ଦାଖଲ ହୋଇଛି ଏବଂ ପ୍ରତିପକ୍ଷକୁ ଉତ୍ତର ପ୍ରଦାନ ପାଇଁ ସମୟ ଦେବା ଆବଶ୍ୟକ । ଏହାସହ ମାମଲାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଅନୁରୋଧ କରାଯାଇଥିଲା । ଓକିଲ ଏହା କହିଥିଲେ କି ସେ ପରବର୍ତ୍ତୀ ତାରିଖରେ ବିସ୍ତୃତ ଦଲିଲ୍…
ଦୂରଦର୍ଶନର ନ୍ୟୁଜ୍ ଉପସ୍ଥାପିକା ସରଳା ମାହେଶ୍ଵରୀଙ୍କର ଦେହାନ୍ତ ଘଟିଛି। ସେ ତାଙ୍କର ଶାନ୍ତ ସ୍ଵର ଏବଂ ସ୍ଵଭାବ ଏବଂ ଶୁଦ୍ଧ ହିନ୍ଦୀ ଉଚ୍ଚାରଣ ଲାଗି ବେଶ୍ ଜଣାଶୁଣା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସରଳା ଦୂରଦର୍ଶନର ଏକ ପପୁଲାର୍ ଚେହେରା ଥିଲେ। ୧୯୮୦ ଏବଂ ୧୯୯୦ ଦଶକର ଜଣେ ପ୍ରସିଦ୍ଧ ସାମ୍ବାଦିକା ଥିଲେ ସରଳା। ଲୋକମାନେ ତାଙ୍କୁ ଶୁଣିବାକୁ ଭଲ ପାଉଥିଲେ। ସେ ୨୦୦୫ ପର୍ଯ୍ୟନ୍ତ ଦୂରଦର୍ଶନର ନ୍ୟୁଜ ଆଙ୍କର ଭାବରେ କାର୍ଯ୍ୟ କରିଥିଲେ। ତେଣୁ, ସେ କଳା-ଧଳାରୁ ରଙ୍ଗୀନ ଟେଲିଭିଜନକୁ ପରିବର୍ତ୍ତନର ସାକ୍ଷୀ ଥିଲେ।ଆଜି ତାଙ୍କର ଦେହାନ୍ତ ଘଟିଛି। ସରଳା ମାହେଶ୍ୱରୀଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ପୋଷ୍ଟ କରିଥିଲେ। ସେ କହିଛନ୍ତି ଯେ ଆଜି ଅପରାହ୍ନ ୪ଟା ସମୟରେ ଦିଲ୍ଲୀର ନିଗମବୋଧ ଘାଟରେ ସରଳାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। “ଦୂରଦର୍ଶନ ପରିବାର ପକ୍ଷରୁ ସରଳା ମାହେଶ୍ୱରୀଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । କିଙ୍ଗପିନ୍ ସହ ୩ ଦେହଜିବୀ, ୪ ଜଣ ଗ୍ରାହକଙ୍କୁ ଧରିଛି ପୋଲିସ ।ସୂଚନାମୁତାବକ ଗତ କିଛି ଦିନ ଧରି ଏହି ସେକ୍ସ ସ୍କାଣ୍ଡାଲ ଚାଲିଥିଲା। କୌଣସି ସୂତ୍ରରୁ ଖବରପାଇ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସ୍କାଡ୍ ଇନଚାର୍ଜ ରବି ନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିଲା। ଆଜି ପୂର୍ବାହ୍ନରେ ପୋଲିସ ଚଢ଼ାଉ ସମୟରେ ଘର ଭିତରୁ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଭିତରେ ପଶିଥିଲେ। ସେତେବେଳେ ଘର ଭିତରେ ଗ୍ରାହକ ଓ ଦେହଜୀବୀମାନଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ।
ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା ବେଳେ ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିବା ବେଳେ ଚେତାଶୂନ୍ୟ ହୋଇପଡିଛନ୍ତି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଭାବକଙ୍କୁ ଡକାଇ ଦୁଇ ଛାତ୍ରଙ୍କୁ ଅଭିଭାବକଙ୍କ ଜିମା ଦେଇଛନ୍ତି । ସେପଟେ ନିଶାସକ୍ତ ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି ମୋ ପୁଅ ଘରୁ ମଦ ପିଇ ଆସି ନାହିଁ । ବିଦ୍ୟାଳୟରେ ମଦ୍ୟପାନ କରିଛି । ପ୍ରଧାନ ଶିକ୍ଷକ ଏହାକୁ ଖଣ୍ଡନ କରି କହିଛନ୍ତି ମଦ ବାହାରେ ପିଇ ଆସିଥିବାର ଅନୁମାନ କରାଯାଉଛି । ତେବେ ସ୍କୁଲରେ ଛାତ୍ର ମଦ ପିଇବା ଏକ ଚିନ୍ତାଜନକ ବିଷୟ ଅଟେ ।
୩ ମାସ ଭିତରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୧୯୭୮ ଗଣତି ମଣତି ସହିତ ବର୍ତ୍ତମାନର ଗଣତି ମଣତି ମେଳ କରିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।। ୩ ମାସ ପରେ ଏ ନେଇ ହାଇକୋର୍ଟରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବେ ରାଜ୍ୟ ସରକାର ।