ପୁରୀ ସମୁଦ୍ର କୂଳରେ ବିଚରଣ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଜୀବନ୍ତ ଶାମୁକା। ରାତିରେ ଦଳ ଦଳ ହୋଇ କୂଳକୁ ଆସୁଛନ୍ତି ଓ ବାଲିରେ ବିଚରଣ କରି ସୂର୍ଯ୍ୟ ଉଦୟର ଘଣ୍ଟାଏ କି ଦୁଇ ଘଣ୍ଟା ଭିତରେ ପୁଣି ସମୁଦ୍ର ଭିତରକୁ ଚାଲି ଯାଉଛନ୍ତି।। ତେବେ ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଦୃତ ଭାବରେ ଭାଇରାଲ ହେବାରେ ଲାଗିଛି।ପୁରୀ ନିଳାଦ୍ରୀ ସି-ବିଚ୍ ସହ ବ୍ଲୁ ଫ୍ଲାଗ୍ ବିଚ୍ ରେ ଗତ କିଛି ଦିନ ହେଲା ଏଭଳି ହଜାର ହଜାର ସଂଖ୍ୟାରେ ଜୀବନ ଶାମୁକାଙ୍କୁ ଦେଖି ଆମୋଦିତ ହେଉଛନ୍ତି ପର୍ଯ୍ୟଟକ। ପୂର୍ବରୁ କେବେ ପୁରୀ ବେଳାଭୂମୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁନଥିଲା, ତେବେ ଏତେସଂଖ୍ୟାରେ ଶାମୁକା ଗଭୀର ସମୁଦ୍ର ଛାଡ଼ି କୂଳକୁ ଆସିବା ଜଳବାୟୁ ପରିବର୍ତ୍ତନର କାରଣ ନା ଅନ୍ୟ କିଛି ତାହା ଜଣାପଡ଼ିନି। ଏଥିସହିତ ବେଳାଭୂମିରେ ନିୟୋଜିତ ଥିବା ଲାଇଫଗାର୍ଡ ମାନେ ମଧ୍ୟ ଏହି ପ୍ରାଣୀମାନଙ୍କର ସୁରକ୍ଷା ପ୍ରତି…
Author: madhulekha
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ବିରୋଧୀ ସଜବାଜ ହେଉଛନ୍ତି । ଏନେଇ ଏକ ନୋଟିସ୍ ଲୋକସଭାର ମହାସଚିବଙ୍କୁ ଦିଆଯାଇଛି ।କଂଗ୍ରେସ ସମେତ ୧୧୮ ସାଂସଦ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ ନୋଟିସ । ଲୋକସଭା ମହାସଚିବଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରାଯାଇଛି । ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଥିବା ବେଳେ TMC ଏପର୍ଯ୍ୟନ୍ତ ଏଥିରେ ସ୍ବାକ୍ଷର କରିନାହିଁ ।ବଜେଟ୍ ଅଧିବେଶନ ସମୟରେ ଲୋକସଭାରେ ବିରୋଧୀ ଓ ସରକାରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ବିରୋଧୀଙ୍କ ଅଭିଯୋଗ , ବାଚସ୍ପତି ପକ୍ଷପାତ କରୁଛନ୍ତି । ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ଦେଉନାହାନ୍ତି । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଗୃହରେ କହିବାକୁ ସମୟ ଦିଆଯାଉ ନାହିଁ । ବାଚସ୍ପତି କେବଳ ଶାସକ ଦଳକୁ ସମର୍ଥନ କରୁଛନ୍ତି ଓ ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ନିଲମ୍ବିତ କରୁଛନ୍ତି ବୋଲି ବିରୋଧୀ କହିଛନ୍ତି…
ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି ପାଳନ କରାଯାଏ।ସେପଟେ ଗତ ବର୍ଷ ମହାଦୀପ ଅଘଟଣ ରୋକିବାକୁ ବଡ଼ ଯୋଜନା ହୋଇଛି। ମହା ଦୀପ ଉଠିବା ବେଳେ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। କେବଳ ଆବଶ୍ୟକତା ଅନୁଯାୟୀ ସେବାୟତ ଉପସ୍ଥିତ ରହିବେ। ଅନ୍ୟ ଲାଇନ ଦିପାଟ ମେଣ୍ଟ ସହ କାମ କରିବେ ନିର୍ଦ୍ଧାରିତ ରାତ୍ର୧୦ଟା ରେ ଉଠିବ ମହାଦୀପ। ତାପରେ ମହାପ୍ରଭୁଙ୍କ ଇଚ୍ଛା। ଯିଏ ଯାହା ଷଡ଼ଯନ୍ତ୍ର କଲେ ବି ପ୍ରଭୁ ତାର ନିଷ୍ପତି ନେବେ ବୋଲି କହିଛନ୍ତି ବିଧାୟକ ବାବୁ ସିଂ। ସବୁ ସୁରୁଖୁରୁରେ ହେବା ପାଇ ହୋଇଛି ଆଲୋଚନା।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି, ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ। ଏପରିକି ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ପର୍ବପର୍ବାଣି ମଧ୍ୟ ସଠିକ ରହିବ। ଏନେଇ ୫ଜଣ ପ୍ରକାଶକଙ୍କୁ ନିର୍ଭୁଲ ତଥ୍ୟ ପଞ୍ଜିକା ଏବଂ କ୍ୟାଲେଣ୍ଡର ପ୍ରକାଶନ କରିବାକୁ କୁହାଯାଇଛି। ମହାବିଷୁବ ସଂକ୍ରାନ୍ତିଠାରୁ ୨୦୨୭ ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ପାଞ୍ଜି ଏବଂ କ୍ୟାଲେଣ୍ଡରରେ ପ୍ରସ୍ତୁତ କରିବେ। ଏନେଇ କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରିପାଠୀଙ୍କୁ ଅନୁମତି ଦିଅଯାଇଛି। ୨୦୨୫ରେ ପୟାଶ୍ରାଦ୍ଧ, ସରସ୍ୱତୀ ପୂଜା, କାଳୀପୂଜା, ଶିବରାତ୍ରି, ଜନ୍ମାଷ୍ଟମୀ ବିଭିନ୍ନ ପର୍ବ ପର୍ବାଣିକୁ ନେଇ ନ୍ଦ୍ବନ୍ଦ୍ବ ଦେଖାଯାଇଥିଲା । ଅନ୍ୟପକ୍ଷେ ଯେଉଁ…
ହାଇକୋର୍ଟରେ PUCC ସମ୍ପର୍କିତ ଜନସ୍ବାର୍ଥ ମାମାଲା ଖାରଜ । ବକେୟା ଚାଲାଣ ପୈଠ ନ କଲେ ମିଳିବନି PUCC । ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ବଳିଷ୍ଠ ଯୁକ୍ତି ଉପସ୍ଥାପନ ପରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ ।ମୋଟର ଯାନ ଆଇନ ଧାରା ୧୬୭, ଉପଧାରା ୧୨ ଅନୁଯାୟୀ କୋର୍ଟ ରାୟ ଶୁଣାଇଛନ୍ତି । ଏହାସହିତ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ ।ଅବଶ୍ୟ ଗତ ୨୭ ଜାନୁଆରୀରେ ହାଇକୋର୍ଟ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ, ସେହି ମୁତାବକ PUCC ନଥିଲେ ପେଟ୍ରୋଲ ମିଳିବା ନେଇ ଜାରି ହୋଇଥିବା କଟକଣା କାର୍ଯ୍ୟକାରୀ ହୋଇନଥିଲା । କିନ୍ତୁ ନିକଟରେ ପରିବହନ ବିଭାଗ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି । ଯେଉଁଥିରେ ସଂଶୋଧିତ ମୋଟର ଭେହିକଲ ରୁଲ୍ ବାବଦରେ କୋର୍ଟଙ୍କୁ ଅବଗତ କରାଯାଇଛି । ଯାହା ସମ୍ପର୍କରେ…
ଏସସିବି ଆଇସିୟୁ ବେଡ୍ରୁ ରୋଗୀ ପଡିବା ଘଟଣା । ସେଦିନ ଡ୍ୟୁଟିରେ ଥିବା କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କର୍ମଚାରୀଙ୍କ ବିରୋଧରେ ତଦନ୍ତ ଚାଲିବ । ତଦନ୍ତ ନସରିବା ଯାଏଁ କାର୍ଯ୍ୟରୁ ଅନ୍ତର ରହିବେ । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଏସ୍ସିବି କର୍ତ୍ତୃପକ୍ଷ । ସୂଚନାଯୋଗ୍ୟ, ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ । ଜଣେ ମହିଳା ରୋଗୀ ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ହେଉଥିବା ବେଳେ ବେଡ୍ରୁ ବାଡ ଭାଙ୍ଗି ତଳକୁ ଖସିପଡିଥିଲେ । ମହିଳା ରୋଗୀ ଜଣକ ବେଡ୍ରୁ ଖସିପଡୁଥିବା ବେଳେ କେହି ଜଣେ ଏହାକୁ ମୋବାଇଲରେ ଭିଡିଓ କରିଥିଲେ । ଆଇସିୟୁ ଭିତରେ ରୋଗୀମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଖସିପଡ଼ୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏସ୍ସିବି କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେଇ ସେଦିନ ଡ୍ୟୁଟିରେ ଥିବା…
NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୫ ବର୍ଷରୁ କମ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତର ମାନଙ୍କ ଦରମା ମାସକୁ ୨୦ ହଜାର ଟଙ୍କା ବୃଦ୍ଧି ପାଇଛି। ଏହାଦ୍ବାରା ସେମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା ହୋଇଛି। ସେହିପରି ୫ରୁ ୧୦ ବର୍ଷ ମଧ୍ୟରେ ସେବା କରିଥିବା ଡାକ୍ତର ମାନଙ୍କ ଦରମା ମାସକୁ ୨୫ ହଜାର ବୃଦ୍ଧିପାଇଁ ୭୪,୪୬୭ ଟଙ୍କାରେ ପହଞ୍ଚିଛି। ୧୦ରୁ ୧୫ ବର୍ଷ ସେବା ପାଇଁ ମାସକୁ ୩୦ ହଜାର ଟଙ୍କା ବୃଦ୍ଧିପାଇ ୮୦,୪୬୭ ହୋଇଥିବ ବେଳେ, ୧୫ ବର୍ଷରୁ ଉର୍ଦ୍ଧ୍ବସେବା ପାଇଁ ଆୟୁଷ ଡାକ୍ତର ମାନଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧, ୪୬୭ ଟଙ୍କାରେ ପହଞ୍ଚିଛି।ଆୟୁଷ ସ୍ବାସ୍ଥ୍ୟସେବାରେ ଅଧିକ…
ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା । ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା । ଜାମିନ ପାଇବା ପରେ ଆଜି ମଙ୍ଗଳବାର ବଲାଙ୍ଗୀର ଏସ୍ଡିଜେଏମ କୋର୍ଟରେ ଅପରାହ୍ନ ପ୍ରାୟ ୧ଟା ୪୫ରେ ନିଶା ନିଜ ଓକିଲଙ୍କ ସହ ହାଜର ହୋଇଛନ୍ତି । ତେବେ ବଲାଙ୍ଗୀର ଏସ୍ଡିଜେଏମ କୋର୍ଟରେ ହାଜର ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା। ଏଭଳି ୨ ଆୟୋଜକଙ୍କୁ ମଧ୍ୟ ବଲାଙ୍ଗୀର ପୋଲିସ ଗିରଫ କରିଥିଲା।
କଟକ ଏସସିବି ମେଡିକାଲରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ସୂଚନା ରହିଛି ।ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁର ବୋଲି କୁହାଯାଉଛି । ତେବେ ଏହାର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ । ଖସିପଡ଼ୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଇସିୟୁ ଭିତରେ ରୋଗୀ ମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି।
ଫେବୃଆରୀ ୧୨ ତାରିଖରେ ଭାରତ ବନ୍ଦ ଡାକରା । କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ ଏହି ବନ୍ଦ ଡାକରା ଦେଇଥିବା ବେଳେ ୧୦ରୁ ଅଧିକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ସେହିଭଳି ବ୍ୟାଙ୍କ ଆସୋସିଏସନ୍ ମଧ୍ୟ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଛି । ତେଣୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିପାରେ । ନୂଆ ଶ୍ରମ ସଂହିତା (ଲେବର କୋଡ୍ସ୍), କାର୍ଯ୍ୟକାଳୀନ ନୀତି ବିରୋଧୀ ଏବଂ ଶ୍ରମିକ ହିତ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ହୋଇଛି । ଏହାର ପ୍ରଭାବରେ ବ୍ୟାଙ୍କିଂ ସେବା ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଏଜ୍ ଆସୋସିଏସନ୍ (AIBEA), ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ୍ ଆସୋସିଏସନ୍ (AIBOA) ଏବଂ ବ୍ୟାଙ୍କ ଏମ୍ପ୍ଲଏଜ୍ ଫେଡରେସନ୍ ଅଫ୍ ଇଣ୍ଡିଆ (BEFI) ଭଳି ପ୍ରମୁଖ ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ସେମାନେ…