Author: madhulekha

ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ଶୁକ୍ରବାର ଶେଷ ହୋଇଛି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ ପୂର୍ବତନ ସେନା ମୁଖ୍ୟ ଏମ୍.ଏମ୍. ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନକୁ ନେଇ ବଜେଟ ଅଧିବେଶନର ପ୍ରଥମ ଭାଗରେ ପ୍ରବଳ ‌ହୋହଲ୍ଲା ଓ ହଟ୍ଟଗୋଳ ଦେଖାଯାଇଥିଲା। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା କ୍ଷଣି ହୋହଲ୍ଲା ଚାଲିଥିବାବେଳେ ଉଭୟ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।ସଂସଦର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ପ୍ରଥମଟି ଜାନୁଆରୀ ୨୮ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ। ଦ୍ୱିତୀୟ ପର୍ଯ୍ୟାୟ ୨୩ ଦିନ ବିରତି ପରେ ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହେବ ଏବଂ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Read More

ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଖବର।ରସିକିଆ ଶିକ୍ଷକ ହେଉଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ଗୁଣ୍ଢେଇଗୋଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର । ପୀଡିତା ମାଆଙ୍କ ଅଭିଯୋଗ ଆଧାରରେ ତପନଙ୍କ ବିରୋଧରେ କୁଣ୍ଢେଇଗୋଳା ଥାନାରେ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି ।ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର ଖାଇବାଛୁଟି ସମୟରେ କେତେକ ଛାତ୍ରୀଙ୍କୁ ‘ଗୁଲଗୁଲା’ ଓ ‘ସିଙ୍ଗଡା’ ଭଳି ଅଶୋଭନୀୟ ଶବ୍ଦରେ ସମ୍ବୋଧନ କରିଥିଲେ। ଏତିକିରେ ସେ ଅଟକି ନ ଥିଲେ। ଛାତ୍ରୀମାନଙ୍କୁ ଆଜି କି ଦିନ ବୋଲି ପଚାରିବା ସହ ‘ହଗ୍ ଡେ’, ‘ପ୍ରପୋଜ୍ ଡେ’ ଏବଂ ‘ଚକୋଲେଟ୍ ଡେ’ ବିଷୟରେ ଅଜବ ପାଠ ପଢ଼ାଇଥିଲେ। ଏପରିକି ସେ ଛାତ୍ରୀମାନଙ୍କୁ ଚକୋଲେଟ୍ ମାଗିବା ସହ ନାଲି ଆଖି ଦେଖାଇ ଧମକାଇଥିବା ମଧ୍ୟ ଅଭିଯୋଗ ହୋଇଛି।ସେପଟେ…

Read More

ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି, କମିଲା ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୫,୭୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୮୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୫,୭୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୨,୮୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦର ୧୫ହଜାର ଟଙ୍କା ହ୍ରାସ ପାଇ କିଲୋଗ୍ରାମ୍‌ ପିଛା ୨ଲକ୍ଷ ୮୦ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୯୫ହଜାର ଟଙ୍କା ରହିଥିଲା ।

Read More

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଦିନିକିଆ ପାରାଦୀପ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରକୃତିର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମିରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ପାଇଁ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ଏହା ସହିତ ବିଭିନ୍ନ କୋଣରୁ ପାରାଦୀପର ମୁନିସିପାଲିଟି ହେଉ କିମ୍ବା ବନ୍ଦରନଗରୀର ବିକାଶ ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ ହର ନାଦଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥାମାନଙ୍କ ସହ ବିସ୍ତୃତ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ୨୦୪୭ ସୁଦ୍ଧା ଏହି ଅର୍ଥନୈତିକ ଜୋନରୁ ରାଜ୍ୟ ରାଜକୋଷକୁ ୩୩ ପ୍ରତିଶତ ଅର୍ଥ…

Read More

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ସାଉଥ୍ ବ୍ଲକ୍’ରୁ ବାହାରି ଏବେ ତାର ନୂଆ ଠିକଣା ସେବାତୀର୍ଥକୁ ଯିବ । ତେବେ ସଂଯୋଗର କଥା ୧୯୩୧ ମସିହା ଫେବୃଆରୀ ୧୩ ତାରିଖ ଦିନ ହିଁ ବ୍ରିଟିଶମାନେ ନୂଆଦିଲ୍ଲୀକୁ ଭାରତର ରାଜଧାନୀ ଭାବେ ଘୋଷଣା କରିଥିଲେ । ଆଉ ଆଜି ସମାନ ଦିନରେ ସାଉଥ୍ ବ୍ଲକ୍ ରୁ ବିଦାୟ ନେବ PMO ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେବା ତୀର୍ଥକୁ ସ୍ଥାନାନ୍ତର କରିବାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ଗମନାଗମନକୁ ସହଜ କରିବା। ଏହା ସାଧାରଣ ଜନତାଙ୍କ ପାଇଁ ଟ୍ରାଫିକ ଜାମରୁ ମଧ୍ୟ ମୁକ୍ତି ପ୍ରଦାନ କରିବ। ଏହି କମ୍ପ୍ଲେକ୍ସ ବିଜୟ ଚୌକ ନିକଟରେ ନିର୍ମିତ ହୋଇଛି।ନୂତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତିନୋଟି ମୁଖ୍ୟ କୋଠା ରହିଛି। ସେବା ତୀର୍ଥ ନିର୍ମାଣ ପାଇଁ ୧,୧୮୯ କୋଟି ଖର୍ଚ୍ଚ ହୋଇଛି। ସେବା ତୀର୍ଥ ୧, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସ୍ଥିତ।ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଅଂଶବିଶେଷ ଭାବେ ନିର୍ମିତ ଅତ୍ୟାଧୁନିକ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ…

Read More

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଗତକାଲି ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ମସ୍ତିସ୍କାଘାତ ହୋଇଥିବା ଜଣାପଡ଼ିଲା । ଏବେ କଟକର ଏକ ଘରୋଇ ହସ୍ପିଟାଲ ଚିକିତ୍ସାତ ହେଉଛନ୍ତି । ୧୯୭୦ ମସିହାରୁ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଧୁନିକ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ପ୍ରସିଦ୍ଧ ।

Read More

ଆଜି ବିଶ୍ୱ ରେଡ଼ିଓ ଦିବସ। ଦିନେ ଖବର ପ୍ରସାରଣ ମୁଖ୍ୟ ମାଧ୍ୟମ ଥିଲା ରେଡ଼ିଓ। ଆଜିର ଡିଜିଟାଲ ଯୁଗରେ, ଏହାର ବିକଳ୍ପରେ ଆସିଛି। ତଥାପି ଅନେକଙ୍କ ମନରେ ଏବେ ବି ରେଡିଓର ସ୍ୱତନ୍ତ୍ର ସ୍ଥାନ ରହିଛି। ୧୯୪୬ ମସିହା ଆଜିର ଦିନରେ ଜାତିସଂଘ ରେଡ଼ିଓର ପ୍ରତିଷ୍ଠା ହୋଇଥିଲା । ପରିବର୍ତ୍ତିତ ପରିବେଶରେ ରେଡିଓ ସମ୍ବାଦ ଏବଂ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଗୁଡ଼ିକ ମୁଖ୍ୟ ମାଧ୍ୟମ ଭାବରେ ଲୋକପ୍ରିୟତା ବଜାୟ ରଖିଛି । ଚଳିତବର୍ଷ ରେଡିଓ ଦିବସର ବାର୍ତ୍ତା ହେଉଛି “ରେଡ଼ିଓ ଏବଂ ଜଳବାୟୁ ପରିବର୍ତ୍ତନ ।”ଇତିହାସରେ, ରେଡିଓ ସୂଚନା ଆଦାନପ୍ରଦାନ ଏବଂ ବିଶ୍ୱର ଲୋକଙ୍କୁ ଶିକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯୁବକମାନଙ୍କୁ ସେମାନଙ୍କୁ ପ୍ରଭାବିତ କରୁଥିବା ବିଷୟଗୁଡ଼ିକର ଆଲୋଚନାରେ ନିୟୋଜିତ କରିବା ପାଇଁ ଏହା ବ୍ୟବହୃତ ହୁଏ। ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଏହା ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ। ବର୍ତ୍ତମାନ ସୁଦ୍ଧା, ଏହା…

Read More

ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା । ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର | ହବ୍‌ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।୧୪ଟି ରୁଟରେ ଯିବ ପ୍ରଶ୍ନପତ୍ର। ଏଥିପାଇଁ ବନ୍ଧୁକଧାରୀ ପୋଲିସ ମୁତୟନ ହେବେ । ଦୁଇ ଦିନରେ ୨୭ଟି ରୁଟରେ ପ୍ରଶ୍ନପତ୍ର ପଠାଯିବ । ଚଳିତ ବର୍ଷ ୨୧୧ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି । ଯୁକ୍ତ ୨ରେ ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ୪ଲକ୍ଷ ୧ହଜାର ୬୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।ଯେଉଁଠାରେ ଅଧ୍ୟକ୍ଷ ଦାୟିତ୍ବରେ ନାହାନ୍ତି, ସେଠାରେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯାଇଛି। ସୁପରଭାଇଜରଙ୍କ ବ୍ୟତୀତ ଇଏମ୍‌ଏଚ୍‌ରେ ଡେପୁଟି ସୁପରଭାଇଜର, ଇଏମ୍‌ଏଚ୍‌ ସହାୟକ, ଜଣେ ଲେଖାଏଁ ଅଧିକାରୀ ଓ ନାଇଟ୍‌ ୱାଚ୍‌ମ୍ୟାନ୍‌ ହବ୍‌ ଦାୟିତ୍ବରେ ରହିଛନ୍ତି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସହ ପୁଲିସ ପହରା ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର…

Read More

ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ ।ମନ୍ଦିର ଗମ୍ଭୀରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢାଯିବ। ପ୍ରାୟ ଏକବର୍ଷ ପରେ ଆଜି ଗୋଟିଏ ଦିନରେ ହିଁ ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ ଭକ୍ତଙ୍କୁ। ପ୍ରଖ୍ୟାତ ଦେବ ଭାବେ ପରିଚିତ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ। ତେବେ ଆଜିଠାରୁ ମହାଶିବରାତ୍ରୀ ଯାଏଁ ୩…

Read More

ରତୀୟ ରିଜର୍ଭ ବ୍ୟାଙ୍କ (RBI) ଲୋନ ରିକଭରି ଏବଂ ରିକଭରି ଏଜେଣ୍ଟଙ୍କ ନିଯୁକ୍ତି ସମ୍ପର୍କରେ ବିସ୍ତୃତ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଯେଉଁ ଗ୍ରାହକମାନେ ସେମାନଙ୍କର ଋଣ ପରିଶୋଧ କରିବାକୁ ଅକ୍ଷମ କିମ୍ବା ବିଳମ୍ବ କରୁଛନ୍ତି ସେମାନଙ୍କୁ ଅଯଥା ଚାପରୁ ସୁରକ୍ଷା ଦେବା।RBI ସ୍ପଷ୍ଟ କରିଛି ଯେ ବ୍ୟାଙ୍କଗୁଡ଼ିକୁ ଏବେ ଏକ ସ୍ପଷ୍ଟ ନୀତି ପ୍ରସ୍ତୁତ କରିବାକୁ ପଡିବ ଯେଉଁଥିରେ ରିକଭରି ଏଜେଣ୍ଟଙ୍କ ଯୋଗ୍ୟତା, ଯାଞ୍ଚ, ଆଚରଣ ସଂହିତା ଏବଂ ତଦାରଖ ଅନ୍ତର୍ଭୁକ୍ତ। ଏହା ବିଶେଷ କରି ପୁନରୁଦ୍ଧାର ସମୟରେ ହଇରାଣର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।ପୁନଃପ୍ରାପ୍ତି ମାମଲା ଦେବା ପୂର୍ବରୁ, ବ୍ୟାଙ୍କକୁ ଲିଖିତ ନୋଟିସ, SMS କିମ୍ବା ଇମେଲ ମାଧ୍ୟମରେ ଗ୍ରାହକଙ୍କୁ ଏଜେଣ୍ଟଙ୍କ ସୂଚନା ପ୍ରଦାନ କରିବାକୁ ପଡିବ। ଯଦି ଏଜେଣ୍ଟ ପରିବର୍ତ୍ତନ କରନ୍ତି, ତେବେ ସେମାନଙ୍କୁ ତୁରନ୍ତ ସୂଚିତ କରାଯିବ। ଗ୍ରାହକଙ୍କ ସୂଚନା ଗୋପନୀୟ ରଖିବାକୁ ପଡିବ ଏବଂ ଆବଶ୍ୟକ ପରିମାଣରେ…

Read More