Author: madhulekha

ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ। ଚାକିରି ଦେବାକୁ କହି ଠକେଇ ମାମଲରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ମହିଳା ସ୍ବେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ବରୀ ଜେନାଙ୍କୁ ଗିରଫ କରାଯାଇଛି। ଖଣ୍ଡଗିରି ପୋଲିସର ଏକ ଟିମ କେନ୍ଦୁଝରରୁ ଗିରଫ କରିଛି । ଚାକିରି ଦେବାକୁ କହି ଖଣ୍ଡଗିରି ଥାନାରେ ମାମଲା ହୋଇଥିଲା । ଅଭିଯୋଗ ପରେ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ୱରୀ । ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ ନିର୍ଦ୍ଦେଶ ଭାବେ ପୋଲିସ ସୁରେଶ୍ୱରୀକୁ ଗିରଫ କରିଛି ।

Read More

ବିହାରର ଔରଙ୍ଗାବାଦ ଜିଲ୍ଲାରେ ୫ ଜଣ ନାବାଳିକା ସାଙ୍ଗ ବିଷର ସ୍ୱାଦ କିପରି ବୋଲି ଚାଖୁଥିଲେ । ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି।ଏବେ ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଳି ଦେଇଛି। ପୋଲିସ ଝିଅଟିର ବୟାନ ରେକର୍ଡ କରିଛି ଏବଂ ଘଟଣାର ତଦନ୍ତ କରୁଛି । ଘଟଣା ଜାନୁଆରୀ ୨୯ ତାରିଖରେ ଔରଙ୍ଗାବାଦ ଜିଲ୍ଲାର ମୋତି ବିହାରା ଗାଁରେ ଘଟିଥିଲା । ୫ ଜଣ ନାବାଳିକା ଝିଅ ଏକ ବିଲକୁ ଯାଇଥିଲେ, କିନ୍ତୁ କେବଳ ଜଣେ ହିଁ ଘରକୁ ଫେରିଥିଲେ। ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏକମାତ୍ର ବଞ୍ଚିଥିବା ଝିଅ ଘଟଣା ବାବଦରେ ବର୍ଣ୍ଣନା କରିଥିଲେ ।୧୪ ବର୍ଷୀୟା ଝିଅଙ୍କ ଅନୁଯାୟୀ, ସେମାନେ ସମସ୍ତେ ଏକ ନିର୍ଜନ ଅଞ୍ଚଳକୁ ଯାଇ ଏକ ବିଷାକ୍ତ ପଦାର୍ଥ ଖାଇଥିଲେ ଯାହା ସାଧାରଣତଃ ବଗ ମାରିବା ପାଇଁ ବ୍ୟବହୃତ ହେଉଥିଲା । ସେ କହିଥିଲେ ଯେ ସେମାନେ ସମସ୍ତେ ଏହାକୁ ସ୍ୱାଦ…

Read More

କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ ଘଟଣାରେ ଦେବାଶିଷ ପ୍ରତିକ୍ରିୟା ରଖି କହିଛନ୍ତି, ଏବାବଦରେ ମୁଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲି । ତାଙ୍କ ନିର୍ଦ୍ଦେଶକ୍ରମେ ଡିଓପିଟି ବିଭାଗ ଘଟଣାର ଅନୁଧ୍ୟାନ କରିବ । ପୂର୍ବରୁ ପ୍ରଟୋକଲ ମାନି ମତେ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି, ବର୍ତ୍ତମାନ ମୋ ସହ ଏଭଳି କାହିଁକି କଲେ ମୁ ଜାଣିନାହି । ଇମେଲରେ ନିମନ୍ତ୍ରଣ କରିଥିଲେ, ଇମେଲରେ ନିମନ୍ତ୍ରଣ ଯଥେଷ୍ଟ ନୁହେଁ । ରାତି ସାଢେ ୮ଟାରେ ଇମେଲ ଆସିଛି , ସକାଳେ କାର୍ଯ୍ୟକ୍ରମ । ଇମେଲ ମୋ ରାଜ୍ୟସଭା ଅଫିସକୁ ଆସିଛି । ଫଳକ ଓ ନିମନ୍ତ୍ରଣ କାର୍ଡରେ ମୋ ନାଁ ରଖିଲେନି । ଆଶା କରିବି ବିଭାଗ ଘଟଣାର ତର୍ଜମା କରି ପଦକ୍ଷେପ ନେବ । ଅନ୍ୟପଟେ ସେପଟେ ସ୍ୱାଧିକାର ଭଙ୍ଗ ନୋଟିସ୍ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଆମେ ପ୍ରୋଟୋକଲ ବାସ୍ତଵିକ କ’ଣ ରହିଛି…

Read More

କେନ୍ଦୁଝରରେ ଶିଳାନ୍ୟାସ କଲେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ଏକ ବିବିଧ ଶିଳ୍ପ ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଉପସ୍ଥାପନା କରିଛନ୍ତି। କେନ୍ଦୁଝର କେବଳ ଖଣି ଏବଂ ଇସ୍ପାତ ପାଇଁ ଜଣାଯିବ ନାହିଁ। ଆମେ ଏହାକୁ ବହୁବିଧ କ୍ଷେତ୍ର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ର କରିବାକୁ ପ୍ରତିବଦ୍ଧ। ଆମର ଦୃଷ୍ଟିକୋଣ ହେଉଛି ଏକ ସୁନାର କେନ୍ଦୁଝର ନିର୍ମାଣ କରିବା ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ସୂଚନାନୁସାରେ, ୧୦୦ କୋଟି ଟଙ୍କା ନିବେଶରେ ବିକଶିତ ହେବାକୁଥିବା ଟେକ୍ସଟାଇଲ୍ ପାର୍କରେ ୧୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ । ଆଧୁନିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ସହାୟତା ସହିତ ହିଣ୍ଡାଲ୍କୋ ୭ ଏକର ଜମିରେ ଏକ ପୋଷାକ ଉତ୍ପାଦନ…

Read More

ଚୌଦ୍ୱାର ଜେଲରୁ ଦୁଇ ବିହାରୀ କଏଦୀ ଚମ୍ପଟ ଘଟଣା । ଓଡିଶା ପୋଲିସକୁ ବଡ ସଫଳତା ମିଳିଛି । ବୃନ୍ଦାବନରୁ ଗିରଫ ହୋଇଛି ଜଣେ କଏଦୀ । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି। ଚମ୍ପଟ ମାରିଥିବା କଏଦୀ ଜଣକ ମଧୁକାନ୍ତ ରାଣା। । ବୃନ୍ଦାବନର ଏକ ମଠରେ ଲୁଚିଥିବା ବେଳେ ଉଠାଇ ଆଣିଛି ପୋଲିସ ।ଅନ୍ୟ ଜଣେ କଏଦୀଙ୍କୁ ଖୋଜିବା ପାଇଁ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି ।ଏନେଇ ଡିଜି ସୂଚନା ଦେଇଛନ୍ତି । ପାଖାପାଖି ବହୁ ସମୟ ଧରି ସେ ଫେରାର ଥିଲେ । ଆଜି ତାଙ୍କୁ ପୋଲିସ ଗିରଫ କରିଛି । ସୂଚନାମୁତାବକ ଗତ ଅକ୍ଟୋବର ଦୁଇ ତାରିଖ ରାତିରେ ଦୁଇ କଏଦୀ ଫେରାର ହୋଇ ଯାଇଥିଲେ। ଘଟଣା ପରେ ଏକ ତଦନ୍ତ କରିଥିଲା ଜେଲ ବିଭାଗ । ଡିଆଇଜି ଅନୁସୁୟା ଜେନା ଏକ ତଦନ୍ତ କରି ଅକ୍ଟୋବର ମାସ ୯ ତାରିଖରେ ଏକ ରିପୋର୍ଟ…

Read More

ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି। ଆଧାର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସନ୍ତା ସୋମବାର ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବ। । ଏଥିପାଇଁ ଓକାକ ପୋର୍ଟାଲ www.ocac.inରେ ପଞ୍ଜୀକରଣ ପାଇଁ ପରାମର୍ଶ ଦିଆଯାଇଛି । ଇଚ୍ଛୁକ ବ୍ୟକ୍ତି ସେମାନଙ୍କ ଆଧାର ସମ୍ବନ୍ଧୀତ ଅଭିଯୋଗ ଗୁଡିକୁ ଓକାକ ପୋର୍ଟାଲରେ ପଞ୍ଜୀକୃତ କରାଇ ପଞ୍ଜୀକରଣ ପାର୍ଥୀ ସ୍ୱୀକାର ପତ୍ର ସହିତ ଓକାକ ଟାୱାର ତଳ ମହଲା ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଜଣାଇପାରିବେ । ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସର ସୋମବାର ସକାଳ ୧୦ଟା ୩୦ମିନିଟରୁ ଉପସ୍ଥିତ ରହି ସମ୍ପୃକ୍ତ ଅଧିକାରୀଙ୍କୁ ସେମାନଙ୍କର ଅଭିଯୋଗ ଜଣାଇପାରିବେ ।

Read More

ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ରାଜଗାଙ୍ଗପୁର ତଳକିପଡ଼ାର ୫୯ ବର୍ଷୀୟ ରାଜେଶ ଗୁପ୍ତା ନିଜ ପରିବାର ଓ ବନ୍ଧୁଙ୍କ ଗହଣରେ ବିବାହବାର୍ଷିକୀ ପାଳନ ପାଇଁ ଖଣ୍ଡାଧାର ଇକୋ କଟେଜ୍‌ର ୪ଟି କଟେଜ୍‌ ବୁକ୍‌ କରିଥିଲେ। ରାତିରେ ନାଚଗୀତ ମଧ୍ୟରେ ହର୍ଷ ଉଲ୍ଲାସ ସହ ୩୦ତମ ବିବାହ ବାର୍ଷିକୀ ପାଳନ କଲେ। ରାତିରେ ସବୁକିଛି ଠିକ ଠାକ ଥିଲା ମାତ୍ର ସକାଳେ ମର୍ଣ୍ଣିଙ୍ଗ୍ ୱାକ ସମୟରେ ହଠାତ୍ ରାଜେଶ ଅସୁସ୍ଥ ଅନୁଭବ କରିବାରୁ ବଣାଇଁ ଡାକ୍ତରଖାନା ଅଣାଯାଇଥିଲା । ହେଲେ ଚିକିଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି । ଏନେଇ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଲହୁଣିପଡ଼ା ପୋଲିସ ଉପଖଣ୍ଡ ଚିକିତ୍ସାଳୟରେ ତଦନ୍ତ ଜାରି ରଖିଛି l ବଣାଇଁ ଉପଖଣ୍ଡ…

Read More

ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ରୋଗୀଙ୍କ ସୁବିଧା ପାଇଁ ବହିର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଏବେ ରୋଗୀମାନେ ନିର୍ଦ୍ଧାରିତ ଦିନ ବ୍ୟତୀତ ଅନ୍ୟ କାର୍ଯ୍ୟ ଦିବସରେ ଚିକିତ୍ସା କରୁଥିବା ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ପାଇପାରିବେ ।ଏହି ନୂତନ ନିୟମ ଅନୁସାରେ ଯଦି କୌଣସି ରୋଗୀ ନିର୍ଦ୍ଧାରିତ ଦିନରେ ଡାକ୍ତରଙ୍କୁ ରିପୋର୍ଟ ଦେଖାଇବାରେ ଅସମର୍ଥ ହୁଅନ୍ତି, ତେବେ ସେ ପରବର୍ତ୍ତୀ ଦିନ କିମ୍ୱା ଯେକୌଣସି ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସମ୍ପୃକ୍ତ ଡାକ୍ତର ଚିକିତ୍ସା କରୁଥିବା ୱାର୍ଡ କିମ୍ୱା ଚାମ୍ୱରକୁ ଯାଇ ପରାମର୍ଶ ନେଇପାରିବେ ବା ରିପୋର୍ଟ ଦେଖାଇପାରିବେ ।

Read More

ଆଜି ହେଉଛି ଭାଲେଣ୍ଟାଇନ ଡେ’।ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାଆନ୍ତି ପ୍ରେମୀଯୁଗଳ । ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ । ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର । କିନ୍ତୁ ଏହା ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ୭ଫେବୃଆରୀରୁ ଆରମ୍ଭ ହୁଏ ।ଭାଲେଣ୍ଟାଇନ୍ ଡେ’ର କାହାଣୀ ରୋମ୍‌ର ଜଣେ ସନ୍ଥଙ୍କ ଉପରେ ଆଧାରିତ। ତାଙ୍କର ନାଁ ସେଣ୍ଟ୍‌ ଭାଲେଣ୍ଟାଇନ୍ ଥିଲା । ଏହାର ଇତିହାସ ସହିତ ଜଡିତ ଅନେକ କାହାଣୀ ଅଛି, କିନ୍ତୁ ସବୁଠାରୁ ପ୍ରସିଦ୍ଧ କାହାଣୀଟି ତୃତୀୟ ଶତାବ୍ଦୀର ରୋମ ସହିତ ଜଡିତ। ରୋମ ସମ୍ରାଟ କ୍ଲାଉଡିୟସ୍ ଦ୍ୱିତୀୟ ବିଶ୍ୱାସ କରୁଥିଲେ ଯେ ବିବାହ ସୈନିକମାନଙ୍କୁ ଦୁର୍ବଳ କରିଥାଏ, ତେଣୁ ସେ କମ୍ ବୟସର ସୈନିକମାନଙ୍କର ବିବାହକୁ ନିଷେଧ କରିଥିଲେ। କିନ୍ତୁ ସନ୍ଥ ଭାଲେଣ୍ଟାଇନ୍ ରାଜାଙ୍କ ଆଦେଶକୁ ଅବମାନନା କରି ଗୁପ୍ତ ଭାବରେ ଅନେକ ସୈନିକଙ୍କୁ ବିବାହ କରାଇଥିଲେ । ଯେତେବେଳେ ରାଜା ଏହା…

Read More

ପୁରୀର ଶାମୁକା ବିଚ୍ ପ୍ରକଳ୍ପର ମାଷ୍ଟର ପ୍ଲାନ ଏବେ ପୁଣି ଥରେ ବଦଳିବ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଶାମୁକା ପ୍ରକଳ୍ପର ନୂଆ ଡିଜାଇନ ପ୍ରସ୍ତୁତ କରାଯିବ।ଏଥିପାଇଁ ପର୍ଯ୍ୟଟନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ପୁରୀ ଜିଲା ଶିପସରୁବାଲିସ୍ଥିତ ସମୁଦ୍ର ବେଳାଭୂମିରେ ଶାମୁକା ପ୍ରକଳ୍ପ ଜରିଆରେ ତଟବର୍ତ୍ତୀ ପର୍ଯ୍ୟଟନକୁ ଏକ ନୂଆ ଦିଗନ୍ତ ଦେବା ପାଇଁ ୧୯୯୬ ମସିହାରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ସେହିବର୍ଷ କେନ୍ଦ୍ର ସରକାର ସ୍ପେଶାଲ ଟୁରିଜିମ୍‌ ଅଥରିଟି, ପୁରୀ ଗଠନ କରିଥିଲେ। ସମୁଦ୍ର କୂଳରେ ପ୍ରାୟ ୩୫୦୦ ଏକର ଜମିରେ ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳ ଭାବେ ଏହା ଗଢ଼ି ଉଠିଥାନ୍ତା। ହୋଟେଲ, ରିସୋର୍ଟ ନିର୍ମାଣ ସହିତ ପର୍ଯ୍ୟଟକଙ୍କ ପାଇଁ ନାନାଦି ସୁବିଧା ହୋଇଥାନ୍ତା। ହେଲେ ସେତେବେଳେ ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପକୁ ଯେଉଁ ଗୁରୁତ୍ବ ମିଳିବା କଥା ତାହା ହେଲା ନାହିଁ। ୨୦୦୭ ମସିହାରେ ଏହି ପ୍ରକଳ୍ପ ଓଡ଼ିଶା ପର୍ଯ୍ୟଟନ…

Read More