ସୁଗମ ହେଲା ଲୋକଭବନ ସହ ଯୋଡ଼ି ହେବା ବ୍ୟବସ୍ଥା । ସ୍ୱତନ୍ତ୍ର ଆପ୍ (Application) ମଧ୍ୟାମରେ ଏବେ ଜନସାଧାରଣ ଲୋକଭବନ ସହ ଯୋଡି ହୋଇପାରିବେ । ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ଲୋକଭବନରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା, “ଇ-ଲୋକଭବନ ଓଡ଼ିଶା ଆପ୍” (e-Lok Bhavan Odisha App)ର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ।ଗତକାଲି (ଶୁକ୍ରବାର) ଲୋକଭବନ ପାଇଁ ସ୍ୱୟଂଚାଳିତ ସାକ୍ଷାତ ବ୍ୟବସ୍ଥା (Automated Appointment System) ” ଇ-ଲୋକଭବନ ଓଡ଼ିଶା ଆପ୍”କୁ ରାଜ୍ୟପାଳ ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ରାଜ୍ୟପାଳଙ୍କ ସଚିବାଳୟ ସହିତ ନାଗରିକଙ୍କ ସମ୍ପର୍କକୁ ସୁଗମ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ସୁରକ୍ଷିତ ୱେବ୍-ଆଧାରିତ ପ୍ଲାଟଫର୍ମ ।ସାଧାରଣ ନାଗରିକମାନେ ସେମାନଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରି ସାକ୍ଷତ ପାଇଁ ପଞ୍ଜିକରଣ କରିପାରିବେ । ଅନୁମୋଦନ ଅନୁଯାୟୀ ସାକ୍ଷାତ ପାଇପାରିବେ ଏବଂ ସ୍ଥିତି ଜାଣିପାରିବେ । ଅନୁରୋଧ ଅନୁମୋଦିତ ହେବା ପରେ…
Author: madhulekha
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଏବଂ ସମର୍ପଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ।ପୁଲୱାମା ଆତଙ୍କୀ ଆକ୍ରମଣକୁ ୭ ବର୍ଷ ପୁରିଛି । ଶହୀଦ ବୀର ଯବାନଙ୍କୁ ଝୁରୁଛି ଦେଶ ଝୁରୁଛି ପରିବାର । ୪୦ ଯବାନଙ୍କ ବଳିଦାନରୁ ମନେ ପକାଉଛନ୍ତି ଦେଶବାସୀ । ମାଟି ମା’ ସେବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସେ ବୀର ପୁଅଙ୍କୁ କୋଟି କୋଟି ପ୍ରଣାମ । ପୁଲୱାମାର ନ୍ୟାସନାଲ ହାଇୱେ ଉପରେ ଆଗକୁ ବଢୁଥିଲା ସିଆରପିଏଫ୍ ଯବାନଙ୍କ କାଫିଲା । ସେପଟେ ସିଆରପିଏଫ୍ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲୁଚି ରହିଥିଲେ ଆତଙ୍କବାଦୀ । ଗୋଟିଏ ଛୋଟିଆ ଗାଡିରେ ରଖାଯାଇଥିଲା ୩ଶହ କିଲୋର ବସ୍ଫୋଟକ । ଆଉ ସୁଯୋଗ…
ଲିଙ୍ଗରାଜ ମନ୍ଦିର ପରିସରକୁ ପ୍ଲାଷ୍ଟିକ୍ ମନା। ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ରେ ଭୋଗ ନେଇପାରିବେ ନାହିଁ ଶ୍ରଦ୍ଧାଳୁ। ପୂଜା ସାମଗ୍ରୀ, ପ୍ରସାଦସେବନ ତଥା ଖାଦ୍ୟ ସାମଗ୍ରୀ ନେବାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ ହୋଇଛି । ପ୍ଲାଷ୍ଟିକ୍, ପଲିଥିନ୍ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍ପିସିବି କହିଛି। ଏଥିସହ ଭକ୍ତ, ପୂଜା ସାମଗ୍ରୀ ବିକ୍ରୟ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି ।
ଏବେ ଥଣ୍ଡା କମୁଥିବା ବେଳେ ଆସନ୍ତା ୧୫ରେ ଲଘୁଚାପ ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ଆଶଙ୍କା ରହିଛି । ପୂର୍ବ ଭାରତ ମହାସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ମହାସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହୁଛି । ଏହା ପ୍ରଭାବରେ ଆସନ୍ତା ୧୫ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ବର୍ଷା ହେବ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।
ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବଢିଲା ଭାରତୀୟ ପାସପୋର୍ଟର ଶକ୍ତି । ପୁଣି ଶକ୍ତିଶାଳୀ ହେଲା ଭାରତୀୟ ପାସପୋର୍ଟ ।Henley Passport Indexରେ ଚଳିତବର୍ଷ ଭାରତ 75 ରାଙ୍କ ହାସଲ କରିଛି । 2025 ମସିହାରେ ଏବି ରାଙ୍କ 85 ରହିଥିଲା । ଚଳିତବର୍ଷ 10ଟି ସ୍ଥାନ ଉପରକୁ ଉନ୍ନତି କରିଛି ଭାରତୀୟ ପାସପୋର୍ଟ । ଏହି ରାଙ୍କିଂର ସିଧାସଳଖ ସୁବିଧା ମିଳିବ ଭାରତୀୟ ଯାତ୍ରୀ ତଥା ଭ୍ରମଣକାରୀଙ୍କୁ । ବିଗତ କିଛି ବର୍ଷ ଧରି ଏହି ରାଙ୍କରେ ସିଙ୍ଗାପୁର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଛି । ଏହାର ପାସପୋର୍ଟ ବିଶ୍ବର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଅଟେ । ଏହି ଦେଶର ପାସପୋର୍ଟ ଧାରୀ ବିନା ଭିସାରେ 192ଟି ଦେଶକୁ ବୁଲିବାକୁ ଯାଇପାରିବେ । ଦ୍ବିତୀୟ ସ୍ଥାନରେ ଜାପାନ ଓ ତୃତୀୟ ସ୍ଥାନରେ ସ୍ବିଡେନ ଓ UAE ରହିଛନ୍ତି । ଆମେରିକା ଓ ବ୍ରିଟେନ ଶୀର୍ଷ 10ରେ ସ୍ଥାନ ଅଧିକାର କରିଛନ୍ତି ।ପାସପୋର୍ଟର ଶକ୍ତି ଏହାର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଉଦଘାଟନ କରିଛନ୍ତି। ଆଜିଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଇସିନା ହିଲର ସାଉଥ ବ୍ଲକରୁ ସେବା ତୀର୍ଥକୁ ସ୍ଥାନାନ୍ତରିତ ହୋଇଛି। ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ରହିବ। ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟକାଳ ସେବା ତୀର୍ଥରେ ପ୍ରଥମ ନିଷ୍ପତ୍ତି ନିଆଯାଇଛି । ଚାଷୀ, ମହିଳା, ଯୁବକଙ୍କ ଉପରେ କେନ୍ଦ୍ରିତ ଅନେକ ଯୋଜନାର ଫାଇଲ୍ ଉପରେ ପିଏମ୍ ମୋଦୀ ସ୍ୱାକ୍ଷର କରିଛନ୍ତି । ପିଏମ୍ ରାହାତ (PM RAHAT) ଯୋଜନା, ଲକ୍ଷପତି ଦିଦିଙ୍କ ସଂଖ୍ୟାକୁ ଦ୍ୱିଗୁଣ କରି ୬ କୋଟି କରିବା ପାଇଁ ଟାର୍ଗେଟ୍ ଦିଆଯାଇଛି । ଏହି ନିଷ୍ପତ୍ତି ଅଧିନରେ କୃଷି ଭିତ୍ତିଭୂମି ପାଣ୍ଠି (ଏଗ୍ରୀକଲ୍ଚର ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ)କୁ ଦ୍ୱିଗୁଣିତ କରି ୨ ଲକ୍ଷ କୋଟି ଟଙ୍କା କରାଯାଇଛି । ଅନ୍ୟପଟେ ୧୦,୦୦୦ କୋଟି ଟଙ୍କାର କର୍ପସ ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟବାସୀଙ୍କ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’କୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ନବରଙ୍ଗପୁର, ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁରଠାରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ ହୋଇଛି। ୫ଟି ଜିଲ୍ଲାରୁ ପ୍ରାୟ ୫୦୦ ଶ୍ରଦ୍ଧାଳୁ ତୀର୍ଥଯାତ୍ରୀ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଯୋଜନାରେ ଚଳିତ ବର୍ଷ ରାଜ୍ୟର ୫ ହଜାର ହିତାଧିକାରୀ ଏବଂ ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାର ଲକ୍ଷ୍ୟ ରହିଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ୬୦ ରୁ ୭୫ ବର୍ଷ ବୟସ ସୀମା ମଧ୍ୟରେ ଥିବା ବରିଷ୍ଠ ନାଗରିକ ଓ ୭୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବିଧବା ମା’ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି। ଯୋଜନାର ହିତାଧିକାରୀମାନଙ୍କୁ ଏସି ବସରେ ଯାତାୟତ ସହ…
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଅକ୍ଷୟ ପଟ୍ଟନାୟକ (୮୭) । ୧୯୭୦ ମସିହାରେ ସେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ମ୍ୟୁନସିପାଲ କର୍ପୋରେସନରେ ମେକାନିକାଲ ଇଞ୍ଜିନିଅର ଭାବରେ କାମ କରୁଥିଲେ । ସେତେବେଳେ ଆରମ୍ଭ ହୋଇଥିଲା ବିଭିନ୍ନ ମେକାନିକାଲ ଯନ୍ତ୍ରପାତି ସହ ପୁରୁଣା ସାମଗ୍ରୀ ସାଇତି ରଖିବାର ନିଶା । ମାଡ୍ରାସରୁ ଓଡିଶା ଫେରିବା ପରେ ଆରମ୍ଭ କରିଥିଲେ ଏକ ବୈଷୟିକ ସଂଗ୍ରହାଳୟ । ବର୍ତ୍ତମାନ ଅକ୍ଷୟ ପଟ୍ଟନାୟକଙ୍କ ସଂଗ୍ରହାଳୟରେ ୩୫ ଟି ବିଭାଗର ୩୦ ହଜାରରୁ ଅଧିକ ସାମଗ୍ରୀ ରହିଛି ବୋଲି ସେ କହିଛନ୍ତି । ଅନେକ ସାମଗ୍ରୀ ଜର୍ମାନ, ଜାପାନ ଓ ପ୍ରାନ୍ସ ଭଳି ଦେଶରୁ ସଂଗ୍ରହ ହୋଇଥିବା ରଖାଯାଇଛି । ୧୧୦୦ ରୁ ଅଧିକ ପ୍ରକାର ରେଡିଓ, ଗ୍ରାମଫୋନ, ଲାଇଟ, ଚରଖା, ଟାଇପ ମେସିନ, କିରୋସିନ ଚାଳିତ ରେଫ୍ରିଜେଟର, ଟିଭି, ଟେଲିଫୋନ, ବିଶ୍ୱର ପ୍ରଥମ କ୍ୟାମେରା, ପୁରୁଣା ମଡେଲ କ୍ୟାମେରା, ପୋଥି, ନୋଟ୍ ଗଣନା ଯନ୍ତ୍ର, ନୋଟ୍ ଯାଞ୍ଚ…
ଗୋଟିଏ ବର୍ଷରେ ସର୍ବାଧିକ ୧୮ ଟି ନାଟକ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଡ. ଦୀପକ ଜେନା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବିତନା ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗାଁର ଅଧ୍ୟାପକ ଦୀପକ ଜେନାଙ୍କୁ ଚାରି ଆଡ଼ୁ ଶୁଭେଛାର ସୁଅ ଛୁଟୁଛି ।ଅଧ୍ୟାପନା ସହିତ ଯାତ୍ରା ନାଟକରେ ରୁଚି ରଖୁଥିବା ଦୀପକ ଚଳିତ ବର୍ଷ “ତୁ ମୋ ଭାଗ୍ୟରେ ନାହୁଁ” ନଅଙ୍କ ଦୁର୍ଭିକ୍ଷ” “କଟି କଟି ଡବଲ କଟି” “ହାଇଦର” ଓ ‘ତୁ ମୋ ବଜରଙ୍ଗୀ’ ଭଳି ଅନେକ ନାଟକ ଲେଖି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଦ୍ବାରା ରଚିତ ନାଟକରେ ସାମାଜିକ ବିଷୟ ବସ୍ତୁ ଓ ସାଂପ୍ରତିକ ପରିସ୍ଥିତି ଉପସ୍ଥାପିତ ହୋଇଛି । ଦୀପକଙ୍କ ଏହି ସଫଳତା ମିଳିବା ପରେ ସେ ପଢ଼ାଉଥିବା ବରୁଣେଶ୍ୱର କଲେଜର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ଅଧିକରୁ ଅଧିକ ନାଟକ ଲେଖିବାକୁ ପ୍ରେରଣା…
ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ନାମଲେଖା ଆଗୁଆ କରାଯିବ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିପିଇଟି)କୁ ଆଗୁଆ କରାଯିବ ।ସେହିପରି ସ୍ନାତକ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ମଧ୍ୟ ସଠିକ୍ ସମୟରେ କରି ତ୍ୱରିତ ଫଳ ପ୍ରକାଶ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ ସେମାନଙ୍କ ଶେଷ ସେମିଷ୍ଟର ପରୀକ୍ଷା ସାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ସରିବାର ମାସକ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବେ। ଯଦ୍ଦ୍ବାରା ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଓଡ଼ିଶାର ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ଅନ୍ୟ ସେମିଷ୍ଟର ପରୀକ୍ଷା…