Author: madhulekha

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ ବଦଳିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ରାଜଧାନୀ ଭୁବନେଶ୍ଵରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୮ ଡିଗ୍ରୀ ରହିଥିବା ବେଳେ ବାରିପଦା ଓ ସମ୍ବଲପୁରରେ ପାରଦ ୩୩.୪ ଡିଗ୍ରୀ, ତାଳଚେର ଓ ଭବାନୀପାଟଣାରେ ୩୩ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରୀ, ଢେଙ୍କାନାଳରେ ୩୩.୯ ଡିଗ୍ରୀ, ନବରଙ୍ଗପୁରରେ ୩୩ ଡିଗ୍ରୀ ଓ ଖୋର୍ଦ୍ଧାରେ ପାରଦ ୩୩.୫ ଡିଗ୍ରୀ ରହିଛି ।ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ଓ ୨୪ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବାର ଆକଳନ କରାଯାଇଛି । ୨୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର,…

Read More

ରାଜଧାନୀରେ ନିୟମ ଭାଙ୍ଗୁଛନ୍ତି ବାର ଓ ପବ୍ । ମ୍ୟୁଜିକ ଆଳରେ ଚଲାଉଛନ୍ତି ଡ୍ୟାନସ ବାର। ସାମ୍ନାକୁ ଆସିଛି ବାର ଭିତରେ ନାଚ ଗୀତର ଆସର ସହ ଅସ୍ମିତା କ୍ଷୁର୍ଣ୍ଣ ହେଲା ଭଳି ଦୃଶ୍ୟ । ଯାହାକୁ ନେଇ ଅଭିଯୋଗ ପରେ ଯାଂଚ ଆରମ୍ଭ କରିଛି ଅବକାରୀ ଟିମ୍ ।ରାତି ବଢିବା ସାଙ୍ଗକୁ ବଢୁଛି ଡିଜେର ଶବ୍ଦ। ରଙ୍ଗୀନ ଆଲୋକର ମାୟାଜାଲ ଭିତରେ ନାଚୁଛନ୍ତି ଯୁବତୀ ଆଉ ତାଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ନିଶାସକ୍ତ ଗ୍ରାହକ।ଷ୍ଟେଜ୍ ଉପରେ ଯୁବତୀଙ୍କ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଗ୍ରାହକଙ୍କ ସିଧାସଳଖ ହାତକୁ ଟଙ୍କା ବଢାଇଦେବା, ଅବକାରୀ ବିଭାଗର କଟକଣାକୁ ଚ୍ୟାଲେଞ୍ଜ କରୁଛି। ଅବକାରୀ ନିୟମ ଅନୁଯାୟୀ ବାର୍ ଭିତରେ ୨୪ ଘଣ୍ଟିଆ ସିସିଟିଭି ସର୍ଭେଲାନ୍ସ ରହିବା ଜରୁରୀ। ଷ୍ଟେଜ୍‌ର ଉଚ୍ଚତା ଓ ରେଲିଂ ୩ ଫୁଟ୍ ଏବଂ ଗ୍ରାହକଙ୍କ ଠାରୁ ୫ ଫୁଟ୍ ଦୂରତା ରହିବା ବାଧ୍ୟତାମୂଳକ। ଯୁବତୀଙ୍କ ଉପରେ ଟଙ୍କା ଉଡାଇବା ମନା,…

Read More

ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶାବଳୀ । ଏବେ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ। ନିୟମ ଉଲ୍ଲଂଘନ କଲେ ହେବ ପୋଲିସ କାର୍ଯ୍ୟାନୁଷ୍ଠାନ। ନୂତନ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀମାନେ ଯେକୌଣସି ସମୟରେ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରିପାରିବେ। ଯଦି କୌଣସି ବ୍ୟକ୍ତି ପରିଚୟ ପତ୍ର ଦେଖାଇବାରେ ବିଫଳ ହୁଅନ୍ତି ବା କ୍ୟାମ୍ପସରେ ରହିବାର ସଠିକ୍ କାରଣ ଦର୍ଶାଇ ନପାରନ୍ତି, ତେବେ ତାଙ୍କୁ ‘ଅନଧିକାର ପ୍ରବେଶକାରୀ’ ଭାବେ ଗଣ୍ୟ କରାଯାଇ ତୁରନ୍ତ ପୋଲିସ ଜିମା ଦିଆଯିବ। ସେହିପରି ବିଶ୍ୱବିଦ୍ୟାଳୟ ପରିସରକୁ ନିଶାମୁକ୍ତ ରଖିବା ପାଇଁ ମଦ, ତମାଖୁ, ଇ-ସିଗାରେଟ୍ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।ଏହା ବ୍ୟତୀତ, ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପରିବେଶରେ ବ୍ୟାଘାତ ସୃଷ୍ଟି କରୁଥିବା କାର୍ଯ୍ୟକଳାପକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି, ଯଥା ଅନାବଶ୍ୟକ ଭାବେ ବୁଲାବୁଲି କରିବା, ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଅଶାନ୍ତିକର ପରିବେଶ ସୃଷ୍ଟି କରିବା ଇତ୍ୟାଦି।

Read More

ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତମ୍ବାର ସନ୍ଧାନ କରିଥିବା ବେଳେ ଗୋଟିଏ ସ୍ଥାନରେ ସୁନା ଓ ନିକେଲ୍ ରହିଛି । ମୟୂରଭଞ୍ଜର କୋଳିଅଣା ବ୍ଲକର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଛି ସୁନା ସହ ତମ୍ବା ।ଏନେଇ ବିଧାନସଭାରେ ବାଙ୍ଗିରିପୋଷି ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ ଅଣତାରକା ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ବର୍ଷରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (GSI) ଦ୍ଵାରା ମଦନାସାହି-କାଞ୍ଜିଆ ବ୍ଲକକୁ ଏକତ୍ରିକରଣ କରି ଜିଓଲୋଜିକାଲ୍ ରିପୋର୍ଟ (Geological Report) ପ୍ରସ୍ତୁତ କରାଯାଇଛି ଏବଂ ଏହାର ପରବର୍ତ୍ତୀ ଆନୁଷଙ୍ଗିକ ପ୍ରକ୍ରିୟା ଯଥା ଖଣିଜ ବ୍ଲକର DGPS ସର୍ଭେ ଏବଂ ଜମିର ଯାଞ୍ଚ ପ୍ରସ୍ତୁତ ପ୍ରକ୍ରିୟା ଚାଲୁ ରହିଛି । ଉକ୍ତ ବ୍ଲକକୁ ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ କରିବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ |…

Read More

ଲାଞ୍ଚ ନେବା ବେଳେ ବାଲେଶ୍ୱର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ lଜଣେ ଟ୍ରକ୍ ମାଲିକଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଏହି ଚଢ଼ାଉ କରାଯାଇଥିଲା ତହସିଲଦାର ମଲ୍ଲିକ ଗତ ୧୧ ଫେବୃଆରୀରୁ ପଥର ବୋଝେଇ ୫ଟି ଟ୍ରକକୁ ଅଟକ ରଖିଥିଲେ। ଏହି ଟ୍ରକ୍‌ଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର ନ କରିବା ଏବଂ ମୋଟା ଅଙ୍କର ଜୋରିମାନାରୁ ବଞ୍ଚାଇବା ପାଇଁ ସେ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟ୍ରକ୍ ମାଲିକ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ, ମୂଲଚାଲ ପରେ ୪୦,୦୦୦ ଟଙ୍କାକୁ କମାଯାଇଥିଲା। ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଶ୍ରୀ ମଲ୍ଲିକ ଓ ଶ୍ରୀ ଜେନା ଭିଜିଲାନ୍ସ ହାତରେ ଧରା ପଡିଥିଲେ l ଭିଜିଲାନ୍ସ ପ୍ରଥମେ ଶ୍ରୀ ମଲ୍ଲିକଙ୍କୁ ଭଡା ଘରୁ ଧରିବା ପରେ ଦୟାନିଧି ଜେନାଙ୍କୁ ଉତ୍ତରେଶ୍ୱର ଠାରେ ଧରିଥିଲା l ସୋର…

Read More

ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା ମାଗଣା ସୁବିଧା ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।ସୁପ୍ରିମକୋର୍ଟ ଡିଏମକେ ସରକାର ନେତୃତ୍ୱାଧୀନ ତାମିଲନାଡୁ ପାୱାର ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ ଲିମିଟେଡର ଏକ ଆବେଦନର ଶୁଣାଣି କରି ଦେଶରେ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଓ ନଗଦ ହସ୍ତାନ୍ତର କରାଯିବାର ଟ୍ରେଣ୍ଡ ବଢ଼ିବାରେ ଲାଗିଛି ବୋଲି କହିଥିଲେ। ଏହା କୌଣସି ଗୋଟିଏ ରାଜ୍ୟରେ ସୀମିତ ନାହିଁ। ଏହାଦ୍ବାରା ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି ହେବ ଓ ଲୋକମାନେ କାମ କରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ତାମିଲନାଡ଼ୁ ବିଦ୍ୟୁତ୍ ନିଗମ ଆବେଦନର ଶୁଣାଣି କରି କାହିଁକି ଶେଷ ମୁହୂର୍ତ୍ତରେ…

Read More

ବିପଜ୍ଜନକ ସ୍ଥିତିରେ ସ୍କୁଲ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ୧୧୭୧ ବସରେ ନାହିଁ ଫିଟନେସ । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ବ୍ୟବହାର ହେଉଛି ୪୦୪୫ ବସ । ରାଜଧାନୀରେ ଗଡୁଥିବା ୧୭ଟି ବସର ନାହିଁ ଫିଟନେସ ସାର୍ଟିଫିକେଟ ।ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି, ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି । ତୁରନ୍ତ ଗାଡିର ଫିଟନେସ କରନ୍ତୁ । ନ ହେଲେ ବାତିଲ ହେବ RC । ଯାତ୍ରୀବାହୀ ବସ୍ ହେଉ କି ସ୍କୁଲ ବସ୍, ଯାହାର ବି ଫିଟନେସ ନାହିଁ, ତା ଉପରେ ଆକ୍ସନ ନିଆଯିବ । ପୂର୍ବରୁ ଆଖି ଦେଖି ଫିଟନେସ ଦିଆଯାଉଥିଲା । ଏବେ ATS ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଫିଟନେସ ଦିଆଯିବ । ସମୟ ଲାଗୁଥିବାରୁ ବର୍ତ୍ତମାନ ପୁଣି ମାନୁଆଲି ଫିଟନେସ ଦିଆଯିବ । ତେବେ ଖୁବ୍ଶୀଘ୍ର ATS ନିର୍ମାଣ ସରିବ ।

Read More

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଡ୍ରଗ୍ସ ସିଣ୍ଡିକେଟ୍‌ରେ ଜଡିତ ଥିବା ଅଭିଯୋଗରେ ପୁଲିସ ଜଣେ ମହିଳା ଡନ୍ ଖୁସନୁମା ଅନସାରୀ ଓରଫ ନେହାଙ୍କୁ ଗିରଫ କରିଛି । ନେହା ଗ୍ୟାଙ୍ଗ ମଧ୍ୟରେ “ମାଡାମ୍ ଜେହେର” ନାମରେ ଜଣାଶୁଣା। ତଦନ୍ତରୁ ଜଣାପଡିଛି ଯେ ନେହା ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ବ୍ୟୁଟି ପାର୍ଲର ଚଳାଉଥିଲେ। ଏହି ପାର୍ଲରର ଆଡ଼ରେ, ସେ ଲରେନ୍ସ ଏବଂ ହାସିମ୍ ବାବା ଗ୍ୟାଙ୍ଗ ପାଇଁ ଡ୍ରଗ୍ସ ସିଣ୍ଡିକେଟ୍ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ କାର୍ଯ୍ୟ ପରିଚାଳନା କରୁଥିଲେ।ପୋଲିସ ତାଙ୍କୁ ମହିପାଳପୁର ଫ୍ଲାଏଓଭର ନିକଟରୁ ଡ୍ରଗ୍ସ ସହ ଗିରଫ କରିଛି। ନେହା ହେଉଛି ଲରେନ୍ସ ଗ୍ୟାଙ୍ଗର ମୁଖ୍ୟ ବନ୍ଧୁକଧାରୀ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ବବି କବୁତର ଓରଫ ମହଫୁଜର ପ୍ରେମିକା। ଦୁହେଁ ଗତ ସାତ ବର୍ଷ ଧରି ଯୋଗାଯୋଗରେ ଅଛନ୍ତି। ବବି କବୁତର ହେଉଛି ସେହି ଅପରାଧୀ ଯିଏ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପୂର୍ବରୁ ରେକି କରିଥିଲା ଏବଂ ହତ୍ୟାକାରୀମାନଙ୍କୁ ମୁସେୱାଲାଙ୍କ…

Read More

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପରୀକ୍ଷାର ପ୍ରଥମ ଦିନରେ କିପରି ଭାବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ତାହାର ଅନୁଧ୍ୟାନ ପାଇଁ ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମସ୍ତ ପ୍ରକାରର ବ୍ୟବସ୍ଥା ପରିଚାଳନାକୁ ଗୁରୁତ୍ବ ଦେଇଥିଲେ । ମନ୍ତ୍ରୀ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Read More

ପ୍ରେମିକାକୁ ଲଜ୍ ରେ ରଖି ଦୁଷ୍କର୍ମ କରିବା ଅଭିଯୋଗରେ ୪ ଅଟକ। ପ୍ରେମିକ ସମେତ ୪ ଜଣଙ୍କୁ ଅଟକ ରଖିଛି କେନ୍ଦ୍ରାପଡା ସଦର ପୋଲିସ। ଅଭିଯୋଗ ଅନୁଯାୟୀ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଯୁବତୀଙ୍କର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳୀବଣ ଗାଁର ରାହୁଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲାl ନିକଟରେ ରାହୁଲ ନିଜ ପ୍ରେମିକାକୁ ଆଣି କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଶ୍ୟାମଗୁଡ଼ିଆ ଅଞ୍ଚଳରେ ଥିବା ଓମ୍ ସାଇ ଗେଷ୍ଟ ହାଉସରେ ରଖିଥିଲେ l ବିବାହର ପ୍ରତିଶ୍ରୁତି ଦେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ସହିତ ଅନୈତିକ କାର୍ଯ୍ୟ କରିବା ପାଇଁ ଚାପ ପକାଇଥିଲେ l ଏମିତିକି ବିଭିନ୍ନ ସମୟରେ ତାଙ୍କୁ ମାରଧର ମଧ୍ୟ କରୁଥିଲେlକୌଶଳକ୍ରମେ ଯୁବତୀ ଜଣକ ସେଠାରୁ ଖସି ଆସି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଲଜ୍ ଉପରେ ଚଢାଉ କରି ଯୁବତୀଙ୍କ…

Read More