ଚୌଦ୍ୱାର ସର୍କଲ୍ ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ ବିହାରର ଅପରାଧୀ ଫେରାର ଘଟଣା । ଗିରଫ ପରେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ରିମାଣ୍ଡରେ ନେଲା ଚୌଦ୍ୱାର ଥାନା ପୁଲିସ। ୨୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଖୋଳତାଡ କରିବ ପୋଲିସ । ଚୌଦ୍ବାର ଥାନା ତତଫରୁ କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ମଧୁକାନ୍ତକୁ ନିଆଯାଇଛି ।ଗତ ୧୩ ତାରିଖ ସନ୍ଧ୍ୟାରେ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିବା ପରେ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ରଖି ପଚରାଉଚରା ମଧ୍ୟ କରାଯାଇଥିଲା । ମଧୁକାନ୍ତ ରଣା ସହ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ରାଜା ସାହାଣୀ । ଶନିବାର ମଧୁକାନ୍ତଙ୍କୁ କଟକ ଜେଏମ୍ଏଫ୍ସି -୧ କୋର୍ଟଙ୍କ ସମ୍ମୁଖରେ ହାଜର କରିବା ବେଳେ ଚୌଦ୍ୱାର ଥାନା ପକ୍ଷରୁ ତାକୁ ୭ ଦିନିଆ ରିମାଣ୍ଡରେ ଦେବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ତେବେ କୋର୍ଟ ମଧୁକାନ୍ତ ରାଣାଙ୍କୁ ୬ ଦିନିଆ…
Author: madhulekha
ଏସ୍ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ ଏହାର ଚାଳକ ଓ କର୍ମଚାରୀଙ୍କ ମନମାନି ଦିନକୁ ଦିନ ବଢିବାରେ ଲାଗିଛି ।ପୁଣି ସାମ୍ନାକୁ ଆସିଲା SCB ମେଡ଼ିକାଲରେ ଅବ୍ୟବସ୍ଥାର ଚିତ୍ର । ବ୍ୟାଟେରି ଗାଡ଼ି ନିୟନ୍ତ୍ରଣ କକ୍ଷର ଭିଡିଓ ଭାଇରାଲ୍ । ନିଘୋଡ଼ ନିଦରେ ଶୋଇ ଫୋନ୍ ଉଠାଉ ନାହାନ୍ତି ଦାୟିତ୍ଵରେ ଥିବା କର୍ମଚାରୀ । ଏସସିବି ବ୍ୟାଟେରି ଗାଡ଼ି ପାଇଁ ଖୋଲିଥିବା ନିୟନ୍ତ୍ରଣ କକ୍ଷର ଏକ ଭିଡିଓ ଭାଇରାଲ୍ ହୋଇଛି । କକ୍ଷର ଦାୟିତ୍ବରେ ଥିବା କର୍ମଚାରୀ ଶୋଇଥିବା ବେଳେ ଲ୍ୟାଣ୍ଡ ଫୋନ୍ ରିଙ୍ଗ ହେଉଛି । ଯେଉଁ ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ବ୍ୟାଟେରି ଗାଡ଼ି ପାଇଁ ଲ୍ୟାଣ୍ଡ ଫୋନ୍ ନମ୍ବରରେ ଫୋନ୍ କରୁଛନ୍ତି ସେମାନଙ୍କ କଲକୁ ଏହି ନିୟନ୍ତ୍ରଣ କକ୍ଷରେ ରିସିଭ୍ କରାଯାଉନାହିଁ ।ତେବେ ରୋଗୀ ସମ୍ପର୍କୀୟ ରାତି ସମୟରେ ରୋଗୀଙ୍କୁ ନେବା ଆଣିବାରେ…
ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ। ବନ୍ଦେ ମାତରମରୁ ଆରମ୍ଭ ହେଲା ଗୃହକାର୍ଯ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଓଡିଶା ହେବ ଗ୍ରୋଥ ଇଞ୍ଜିନ । ୨୦୩୬ରେ ଓଡିଶା ଗଠନକୁ ଶହେ ବର୍ଷ ପୂରିବ । ସମୃଦ୍ଧ ଓଡିଶା ପାଇଁ ମୋ ସରକାର ଅନେକ କାମ କରିଛନ୍ତି । ସମୃଦ୍ଧ ଓଡିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରୁ ଓଡିଶାକୁ ବଡ ପ୍ରକଳ୍ପ ମିଳୁଛି । ଆତ୍ମନିର୍ଭର ଭାରତରେ ସେମି କଣ୍ଟକ୍ଟର ହବ ହେବ ଓଡିଶା । ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଇଛି । ଭୁବନେଶ୍ୱର- ଖୋର୍ଦ୍ଧା-କଟକକୁ ନେଇ ରିଂ ରୋଡ ନିର୍ମାଣ ହେଉଛି । ଭିତ୍ତିଭୁମି ସୁଦୃଢ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଜୟଦେବ ବିହାର- ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ । ରାଜ୍ୟପାଳ ପୁଣି କହିଛନ୍ତି ଯେ,…
ଯାଜପୁର ରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ ଗ୍ରାମର ପଦ୍ମନାଭ ଶତପଥୀ(୭୦) ଓ ନର୍ସିଂହୋମର ମାଲିକ ବୀଣାପାଣି ସାହିର ମନୋଜ କୁମାର ନାୟକଙ୍କୁ ପୋଲିସ ଗିରଫ କରିଛି। ତେବେ ବ୍ୟାସନଗରର ୭୦ ବର୍ଷୀୟ ବୃଦ୍ଧଙ୍କ ନାଁରେ ନାବାଳିକା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।ନାବାଳିକାକୁ ଗର୍ଭପାତ କରାଯାଇଥିବା ୨ ଦିନ ତଳେ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପାଇଁ ଗତକାଲି ଯାଜପୁର ରୋଡ୍ ଥାନା ପୁଲିସ୍ ବୃଦ୍ଧଙ୍କୁ ଗିରଫ କରିଥିଲା। ପୋଲିସ ସୂଚନା ମୁତାବକ, ଯାଜପୁରରୋଡ଼ ଥାନା ଅଞ୍ଚଳରେ ଭଡା ଘରେ ରହୁଥିବା ଜଣେ ୧୬ ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ନାବାଳିକାଙ୍କୁ ୭୦ ବର୍ଷୀୟ ବୃଦ୍ଧ ପଦ୍ମନାଭ ଶାରୀରିକ ସମ୍ପର୍କ ରଖି ୭ ମାସର ଗର୍ଭବତୀ କରିଥିଲେ। ନାବାଳିକା ଜଣଙ୍କର ପେଟରେ ଯନ୍ତ୍ରଣା ହେବା ସହ ରକ୍ତସ୍ରାବ ହେବାରୁ ଚିକିତ୍ସା…
ଆଜି ସାରା ରାଜ୍ୟରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । କଟକ , ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି । ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନି ଦୂରତା । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି। ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ପୁରୀ ରେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା କଷ୍ଟକର ହୋଇପଡିଛି । ସେହିପରି ବଡ଼ ଦାଣ୍ଡରେ ବି ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିଛି ।
ଆଜିଠୁ CBSE ପରୀକ୍ଷା । ଆଜିଠାରୁ କେନ୍ଦ୍ରୀୟ ମାଧମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା । ଦଶମରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ସିବିଏସଇ ସ୍ପଷ୍ଟୀକରଣ ରଖିଛି । ଆଜିଠୁ ଆରମ୍ଭ ହେବ ପ୍ରଥମ ବୋର୍ଡ ପରୀକ୍ଷା । ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଅନୁମତି ମିଳିବ । ୩ଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ବିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ ।ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦ଟା୩୦ରୁ ଆରମ୍ଭ । ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଦଶମ ଶ୍ରେଣୀର ପରୀକ୍ଷା । ଦ୍ବାଦଶ ଶ୍ରେଣୀର ପରୀକ୍ଷା ଏପ୍ରିଲ ୯ତାରିଖ ଯାଏଁ ଚାଲିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଆଜି ଗଣିତ ପରୀକ୍ଷା ଦେବେ । ସେହିପରି ଦ୍ବାଦଶ ଶ୍ରେଣୀର ପିଲା ଆଜି ବାୟୋ ଟେକ୍ନାଲୋଜି ସମେତ ଏଣ୍ଟରପ୍ରିନୁଅରସିପ୍ ସଟ୍ ହାଣ୍ଡ ହିନ୍ଦୀ କିମ୍ବା ଇଂରାଜୀରେ ବିଷୟରେ…
କ’ଣ ଖାଇବାକୁ ଦେବେ? (What to Give) କ’ଣ ଦେବେ ନାହିଁ? (What to Avoid)
ଇଗ୍ନୋର ନାମଲେଖା ଚଳିତମାସ ୨୮ ତାରିଖକୁ ବୃଦ୍ଧି କରାଯାଇଛି ।ପୁନଃପଞ୍ଜିକରଣ ପାଇଁ ଅତିରିକ୍ତ୨୦୦ ଟଙ୍କା ବିଳମ୍ବଶୁଳ୍କ ଦେବାକୁ ହେବ ବୋଲି କୁହାଯାଇଛି ।ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.inକୁ ଅନୁସରଣ କରିପାରିବେ । ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in । ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେନାହିଁ ।
ଖୁବ୍ ଶୀଘ୍ର JEE-2026 ରେଜଲ୍ଟ ପ୍ରକାଶ ହେବ । ଯାହାର ଫାଇଦା ନେବାକୁ ଅନେଇ ବସିଛନ୍ତି ସାଇବର ଠକ । ସରଳ ଏବଂ କମ୍ ବୟସର ଶିଶୁଙ୍କୁ ସେମାନେ ଟାର୍ଗେଟ୍ କରିବାକୁ ପ୍ରସ୍ତୁତ କରିଛନ୍ତି ଫେକ୍ ଓ୍ୱେବସାଇଟ୍ । ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ସତର୍କତା ଜାରି କରିଛି । ଅନେକ ଫର୍ଜି ଓ୍ୱେବସାଇଟରେ nic.in ଜାଗାରେ .com କିମ୍ବା .in ବ୍ୟବହାର କରାଯାଏ । କିଛି ନାଁ ମଝିରେ ଅତିରିକ୍ତ ଅକ୍ଷର ଯୋଡାଯାଏ । ଅର୍ଥାତ ବନାନ ବା ସ୍ପେଲିଂରେ ସାମାନ୍ୟ ପରିବର୍ତ୍ତନ କରିଦିଅନ୍ତି ହ୍ୟାକରମାନେ । ଯାହା ଆଖିକୁ ସାଧାରଣ ଭାବେ ସମାନ ଦେଖାଯାଏ । କିନ୍ତୁ ଭଲ ଭାବେ ଦେଖିଲେ ନକଲି ଓ୍ୱେବସାଇଟ୍ ଚିହ୍ନି ହେବ ।ଏନଟିଏ ଛାତ୍ରଙ୍କୁ ସ୍ପଷ୍ଟ କରିଛି ଯେ, ଜେଇଇ ପରୀକ୍ଷାର ଫଳ କେବଳ ଅଫିସିଆଲ ଓ୍ୱେବସାଇଟରେ ଉପଲବ୍ଧ ହେବ । ଏହାବ୍ୟତୀତ ଅନ୍ୟ କୌଣସି ଓ୍ୱେବସାଇଟରେ ରେଜଲ୍ଟ ଜାଣିହେବ ନାହିଁ ।…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି- ମଣତି ଆରମ୍ଭ ହେବ। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି । ଶେଷ ଗଣତି-ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା। ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।ଆହୁରି ମଧ୍ୟ ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ…