ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା । ୧୧ ବର୍ଷ ପରେ ଆଜି ହେବ ହାଣ୍ଡିଭଙ୍ଗା ଯାତ। ଆଜି ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର। ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା।ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତ ମଧ୍ୟରେ ଥିଲା ବିବାଦ । ଯାହାଫଳରେ ମହାପ୍ରଭୁଙ୍କର ଏହି ଯାତ୍ରା ହୋଇପାରୁନଥିଲା ।ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିଛନ୍ତି । ଠାକୁରଙ୍କ ଦିନ ତମାମର ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତି ଓ ସମର୍ପଣ କରିବେ। କିନ୍ତୁ ବରାଦି ଭୋଗ ପ୍ରସ୍ତୁତି ଏବଂ ସେଇ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ-କପିଳେଶ୍ୱରଙ୍କ ଭେଟ ଆଳତୀ ନୀତି ମଲିଆ ସେବାୟତଙ୍କ ଦ୍ୱାରା କରାଯିବ । ଅନ୍ତରୀଣ ସେବା ସ୍ୱତ୍ତ୍ୱକୁ ମାନିବେ ଖୁଣ୍ଟିଆ ଓ ମଲିଆ ସେବାୟତ। ଶିବରାତ୍ରି ବାସି ପ୍ରଥମ ଶନିବାର ହାଣ୍ଡି ଭଙ୍ଗା ଯାତ୍ରା…
Author: madhulekha
ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୧ ଫେବୃୟାରୀରେ ପାଳନ କରାଯାଉଛି। ୟୁନେସ୍କୋ ୧୭ ନଭେମ୍ବର ୧୯୯୯ ରେ ଏହି ଦିବସ ଘୋଷଣା କରିଥିଲା। ପରେ ୨୧ ଫେବୃୟାରୀ,୨୦୦୦ରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ବିଶ୍ଵରେ ଭାଷା ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ମଧ୍ୟରେ ମାତୃଭାଷା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଛି।ଭାଷା ହେଉଛି ଏକ ମାତ୍ର ମାଧ୍ୟମ ଯାହା, ଲୋକଙ୍କୁ ପରସ୍ପର ସହ ଯୋଡ଼ି ରଖିବାରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ ନିଜର ମନ କଥା ହେଉବା ନିଜର କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ମଧ୍ୟ ପାଲଟିଥାଏ ଭାଷା। ଭାରତରେ ବହୁଭାଷୀ ଲୋକ ବସବାସ କରୁଥିବାବେଳେ ସମସ୍ତଙ୍କୁ ଯୋଡ଼ି ରଖିବାରେ ଭାଷା ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ନିଜ ମାତୃଭାଷାର ବ୍ୟବହାର ଏବଂ ପ୍ରଚାର ପ୍ରସାର କରିବାର ଆବଶ୍ୟକତା…
ଦୁର୍ଘଟଣାରେ ଆହତଙ୍କୁ ୪୮ ଘଣ୍ଟା ନୁହେଁ ୭ ଦିନ ପାଇଁ ମାଗଣା ଚିକିତ୍ସା ମିଳିବ । ‘ପ୍ରଧାନମନ୍ତ୍ରୀ ରାହତ ଯୋଜନା’ରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ମଳିବ । ସରକାରୀ ହସ୍ପିଟାଲ ବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲ୍ରେ ଆହତଙ୍କୁ ଚିକିତ୍ସା ମିଳିପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି ।କେନ୍ଦ୍ର ସରକାର ନୂତନ ଭାବେ ଆହତଙ୍କୁ ୭ ଦିନ ପାଇଁ ଦେଢ଼ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଦେଢ଼ ଲକ୍ଷ ପରେ ଯଦି ଆଉ କିଛି ଚିକିତ୍ସା ପାଇଁ ଅର୍ଥ ଲାଗିବ, ବଳକା ଅର୍ଥକୁ ରୋଗୀଙ୍କୁ ଦେବାକୁ ପଡ଼ିବ । ହେଲେ ମିଳିଥିବା ସୂଚନା ଅନୁଯାୟୀ ଦେଢ଼ ଲକ୍ଷ ଟଙ୍କା ପରେ ଯେଉଁ ବଳକା ଅର୍ଥ ଲାଗିବ, ତାହାକୁ ରାଜ୍ୟ ସରକାର ବହନ କରିବା ପାଇଁ ଚିନ୍ତା କରୁଛନ୍ତି । ଦୁର୍ଘଟଣାର ଆହତଙ୍କୁ…
ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ପୋଲିସ ଅଧିକାରୀଙ୍କୁ ତାଲିମ ଦିଆଯାଉ। ଏଥିପ୍ରତି ଗୃହ ସଚିବ ଓ ପୋଲିସ ଡିଜି ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତୁ। ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଗିରଫ କରୁଥିବା ପୋଲିସ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ତାଲିମ ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା ପାଳନ ନ ହେବା ସ୍ଥିତିକୁ ଏଡ଼ାଇବାକୁ ଉପଯୁକ୍ତ ନିର୍ଦ୍ଦେଶନାମା ବା ସାର୍କୁଲାର ଜାରି କରିବା ପ୍ରସଂଗ ପ୍ରତି ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି। ସମ୍ବିଧାନର ଧାରା ୨୨(୧) ଓ ବିଏନଏସର ଧାରା ୪୭ (ସିଆରପିସିର ଧାରା ୫୦)ରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା ଉଲ୍ଲଂଘନର ବହୁ ଘଟଣା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବୈଷୟିକ କାରଣ ଆଧାରରେ ଅପରାଧୀ ହାଜତରୁ ବାହାରିବାକୁ ସୁବିଧା ପାଉଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟରେ ଦାୟର ଏକ ଜାମିନ ଆବେଦନ ମାମଲାର ଶୁଣାଣି ସମୟରେ ଏହା କହିଛନ୍ତି ହାଇକୋର୍ଟ।
ସିଲଂର ମଲାଇ ମୱିଙ୍ଗ ଠାରେ ଫୁଟବଲ ଖେଳୁଥିବା ବେଳେ ଲୋକସଭା ସାଂସଦ ରିକି ଏଜେ ସିଙ୍ଗକନଙ୍କର ଆଜି ହୃଦ୍ଘାତରେ ମୃତ୍ୟୁ ଘଟିଛି । ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ଭଏସ୍ ଅଫ୍ ଦି ପିପୁଲ୍ସ ପାର୍ଟି (ଭିପିପି)ର ନେତା ଥିଲେ ।ତାଙ୍କୁ ତୁରନ୍ତ ଏକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଏବଂ ପରେ ଶିଲଂରେ ଥିବା ଡକ୍ଟର ଏଚ୍ ଗୋର୍ଡନ୍ ରବର୍ଟସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ରାତି ୮.୪୨ ରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ କେ ସାଙ୍ଗମାଙ୍କ ସମେତ ଅନେକ ରାଜନେତା ଦୁଃଖ ପ୍ରକାଶ କରିଛନ୍ତି।ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ସାଂସଦ ରିକିଙ୍କ ବିୟୋଗରେ ସୋସିଆଲ ମିଡିଆ ଏକ୍ସରେ ଶୋକ ପ୍ରକାଶ କରିଛନ୍ତି । ୨୦୨୪ ନିର୍ବାଚନରେ ରିକି ୩ ଥର କଂଗ୍ରେସ…
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଏହି ବଜେଟରେ ସାଧାରଣ ଜନତାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସହ ସୁଭଦ୍ରା ଯୋଜନା ଉପରେ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି ।ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ଯୋଗୁ ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ।ବାର୍ଦ୍ଧକ୍ୟ ବିଧବା ଭତ୍ତା ପାଇଁ କାହାକୁ ଅପେକ୍ଷା କରିବାକୁ ପଡିବନି । ମଧୁବାବୁ ପେନସନ ଯୋଜନାରେ ସମସ୍ତ ଯୋଗ୍ୟଙ୍କୁ ସାମିଲ କରାଯିବ । ହିତାଧିକାରୀ ମରିଲେ ଖାଲି ସ୍ଥାନ ପୂରଣ ନିୟମ ଆଉ ଲାଗୁ ହେବନି । ବାଦ ପଡିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟଙ୍କୁ ପେନସନ ମିଳିବ । ପୂର୍ବତନ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ମୁଖ୍ୟମନ୍ତ୍ରୀ ରାଜ୍ୟ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪ ଶହ ୭୦ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦେଇଛନ୍ତି ।ସେହିଭଳି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂତନ ଅନୁଷ୍ଠାନଗୁଡିକ ଏନଇପି – ୨୦୨୦ ଅନୁଯାୟୀ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ମୌଳିକ ଭାବରେ ଅଭିନବ ଶିକ୍ଷାଦାନ କାର୍ଯ୍ୟକାରୀ କରିବାର ଅନନ୍ୟ ସୁବିଧା ପାଇପାରିବେ । ତେବେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଏବଂ…
ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ବଜେଟ୍ ୨୦୨୬-୨୭ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା ହୋଇଛି । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ । ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ । ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ।ସେହିପରି ସୁଭଦ୍ରା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ରହିଛି । ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ରହିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଆରମ୍ଭରେ ହିଁ ପ୍ରଭୁ ଜଗନ୍ନାଥ ଓ ପୁରୀ ସହ ଜଡିତ ବିକାଶ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ ଡିଜିଟାଲ ହୁଣ୍ଡି କରାଯିବ। ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱର ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କୁ କୌଣସି ବସ୍ତୁ କିମ୍ୱା ରାଶି ଦାନ କରି କାର୍ଯ୍ୟ କରିବାରୁ ଶୁଭ ମନେ କରିଥାନ୍ତି । ଆମେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ ଡିଜିଟାଲ୍ ହୁଣ୍ଡି ପ୍ରଚଳନ କରିଛୁ । ଏହି ପ୍ଲାଟଫର୍ମ ଶ୍ରୀମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ…