Author: madhulekha

ଆସିଲା ରାଜ୍ୟ ବଜେଟ୍ ୨୦୨୬-୨୭। ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଉଛି। ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି।ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ପଞ୍ଚାୟତିରାଜ ବିଭାଗ ପାଇଁ ୩୪ ହଜାର ୧୧୪.୧୪ କୋଟି ଏବଂ ୧୦୦ଟି ମଡେଲ ମଣ୍ଡି ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି , ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି , ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ହୋଇଛି। ବଜେଟରେ VB-G RAM G ପାଇଁ ୫୫୭୫ କୋଟି ଟଙ୍କା , ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି -୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ…

Read More

ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଗତବର୍ଷ ହୋଇଥିବା ଯୁଦ୍ଧ ବନ୍ଦ କରିବାରେ ମଧ୍ୟସ୍ଥତା କରିଥିବା ନେଇ ଦାବି ଦୋହରାଇଛନ୍ତି। ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ବ୍ୟାପକ ଭାବରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ ସମ୍ପୂର୍ଣ୍ଣ ଶ୍ରେୟ ନେଇଥିଲେ। ଏହା ବ୍ୟତୀତ, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ତାଙ୍କ ଭାଷଣର ମଝିରେ ଠିଆ ହେବାକୁ କହିଥିଲେ ଏବଂ ପରେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ।ଗତବର୍ଷ ମେ’ ମାସରେ ଭାରତ- ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିବାବେଳେ ସେବେଠାରୁ ଟ୍ରମ୍ପ ଅନେକ ଥର ଯୁଦ୍ଧବିରତିରେ ମଧ୍ୟସ୍ଥତା କରିଥିବା ନେଇ ଦାବି କରିଛନ୍ତି। ଗତବର୍ଷ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଭାରତର ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ…

Read More

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ପୁଣି କମିଲା ସୁନା କିନ୍ତୁ ଆଜି ରୂପା ଦର ଅପରିବର୍ତ୍ତିତ ରହିଛି । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୩୨୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୬ହଜାର ୩୨୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୬ହଜାର ୬୪୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୩ଶହ ଟଙ୍କା ଶସ୍ତା ହୋଇଛି । ୨୨କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୪୩ହଜାର ୩୦୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୩ହଜାର ୬୦୦ଟଙ୍କା ରହିଥିଲା ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୭୦,୦୦୦ ଟଙ୍କା ହୋଇଛି ।

Read More

୨୦୨୬ର ପ୍ରଥମ ଚନ୍ଦ୍ର ଗ୍ରହଣ, ପୁଣି ବଡ଼ ଗ୍ରହଣ |ଏଥର ଦୋଳ ପୂର୍ଣ୍ଣିମା ଫାଲଗୁନ ପୂର୍ଣ୍ଣିମାରେ ପଡ଼ୁଛି ।୨୦୨୬ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ତାରିଖରେ ଘଟିବ, ଏବଂ ଏହା କେବଳ ଏକ ଚମତ୍କାର ଜ୍ୟୋତିର୍ବିଜ୍ଞାନ ଘଟଣା ହେବ ନାହିଁ, ବରଂ ଭାରତ ସମେତ ସାରା ବିଶ୍ୱରେ ଦୃଶ୍ୟମାନ ହେବ। ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ଭାରତୀୟ ମାନକ ସମୟ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟ ଏବଂ ସ୍ଥାନ ରହିବ। ପଞ୍ଚାଙ୍ଗ ଅନୁସାରେ , ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୩ ତାରିଖ ମଙ୍ଗଳବାର, ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ହେବ । ଭାରତୀୟ ସମୟ ଅନୁସାରେ, ଚନ୍ଦ୍ରଗ୍ରହଣ ଅପରାହ୍ନ ୩:୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬:୪୭ ପର୍ଯ୍ୟନ୍ତ ଚାଲିବ। ଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୭ ମିନିଟ୍ ହେବ।ଏହି ଗ୍ରହଣ ସମୟରେ, ଚନ୍ଦ୍ର କମଳା ଦେଖାଯାଇପାରେ, ଯାହାକୁ “ରକ୍ତ ଚନ୍ଦ୍ର” ମଧ୍ୟ କୁହାଯାଏ। ଏହି ଘଟଣା ପୃଥିବୀର ବାୟୁମଣ୍ଡଳ…

Read More

ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ଓୟୋ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଏବେ ଫେରାର୍ ଥିବା ସୂଚନା ମିଳିଛି।ପରିବାର ଲୋକଙ୍କ ଅଭିଯୋଗ ମତେ ଯୁବକଙ୍କର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା ।ମୃତ ଯୁବକ ପୁରୁଣା ଭୁବନେଶ୍ୱର ଅଞ୍ଚଳର। ସେ ଉକ୍ତ ଯୁବତୀଙ୍କ ସହ ଦୀର୍ଘ ୬ ମାସ ହେବ ‘ଲିଭ୍-ଇନ୍ ରିଲେସନସିପ୍’ରେ ରହୁଥିଲେ। ତେବେ ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ଯୁବତୀଙ୍କ ସଂପର୍କରେ ହୋଟେଲରେ କୌଣସି ସଠିକ୍ ତଥ୍ୟ ନାହିଁ । ସେ କୁଆଡେ ଯାଇଛନ୍ତି । ସେନେଇ ମଧ୍ୟ ହୋଟେଲ କର୍ମଚାରୀଙ୍କ ଜଣାଇନାହାନ୍ତି ।ଏହାସହ ହୋଟେଲ ପରିସରରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ତନତନ କରି ଯାଞ୍ଚ କରୁଛି ।…

Read More

ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କମିଶନଙ୍କ ଅନୁଯାୟୀ, ଏହି ପଦକ୍ଷେପ ଚଳିତ ବର୍ଷ ଏପ୍ରିଲରୁ ସାରା ଦେଶରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଏହା ଉଲ୍ଲେଖନୀୟ ଯେ ଏହି ପ୍ରକ୍ରିୟା ନିର୍ବାଚନ କମିଶନଙ୍କ ଦ୍ୱାରା ବିହାର ସମେତ ୧୩ଟି ରାଜ୍ୟରେ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି।ଅବଶିଷ୍ଟ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପ୍ରିଲରୁ ଏସ୍ଆଇଆର ଆରମ୍ଭ ହେବାର ସମ୍ଭାବନା ରହିଛି । ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଅଛି ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ, ଦାଦ୍ରା ଓ ନଗର ହାବେଳି-ଡାମନ ଓ ଡିଉ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, ଲଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ଓଡ଼ିଶା, ପଞ୍ଜାବ, ସିକ୍କିମ, ତ୍ରିପୁରା, ତେଲଙ୍ଗାନା ଓ…

Read More

ଏଣିକି ତୃତୀୟ ଲିଙ୍ଗ ବା କିନ୍ନର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍ଇ) ଦେଇପାରିବେ । ଏ ସଂକ୍ରାନ୍ତରେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ସେ ସମ୍ପର୍କିତ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିବା ଅନିର୍ବାର୍ଯ୍ୟ। ଏହି ନିଷ୍ପତ୍ତି ପଛରେ ଓଡ଼ିଶା ମାନବାଧିକାର କମିଶନ OHRCଙ୍କ ନିର୍ଦ୍ଦେଶ ରହିଛି। ଆସନ୍ତା ୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବାବେଳେ ଏହାକୁ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ମାର୍ଚ୍ଚ ୭ ତାରିଖ ଆବେଦନ କରିବାର ଶେଷ ସମୟ ରଖାଯାଇଛି । ସମ୍ପୃକ୍ତ ବର୍ଗର ପ୍ରାର୍ଥୀଙ୍କୁ ସେମାନଙ୍କ ପରିଚୟପତ୍ର ତଥା କାର୍ଡ ଆବେଦନ ସମୟରେ ଅପଲୋଡ୍ କରିବାକୁ କୁହାଯାଇଛି । ଓପିଏସସି୍ ପକ୍ଷରୁ ଗ୍ରୁପ ଏ’ ଏବଂ ଗ୍ରୁପ ବି’ ର ୪୬୫ ଟି ପଦ ପୂରଣ ନିମନ୍ତେ…

Read More

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।ଜବତ ହୋଇଛି ବିଡା ବିଡା ଟଙ୍କା ଓ ପୁଳା ପୁଳା ସୁନା । ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ ଓ ଜମିବାଡ଼ି ସମ୍ପର୍କିତ କାଗଜପତ୍ରର ମଧ୍ୟ ଯାଞ୍ଚ ଚାଲିଛି । ତିନୋଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ । ଭବାନୀପାଟଣାରେ ତିନି ମହଲା ଆବାସିକ ଘର, ଜୁନାଗଡ଼ରେ ଭାଇଙ୍କ ଘର ଓ ଭବାନୀପାଟଣା ଭଟଙ୍ଗପଦର ବନ ବିଭାଗ ଅଫିସରେ ରେଡ୍ ଚାଲିଛି । ଚଢ଼ାଉରେ ୪ ଡିଏସପି, ୭ ଇନିସ୍ପେକ୍ଟର, ୪ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।

Read More

ଧାନ କିଣା ବିଭ୍ରାଟକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚେତାବନୀ ଦେଇଛନ୍ତି । ୨୪ ବର୍ଷ ସରକାରର ଇକୋ ସିଷ୍ଟମ ଆକ୍ଟିଭ ଅଛି କହିଲେ । ଯେଉଁମାନେ ବିଭ୍ରାଟ କରୁଛନ୍ତି ସୁଧୁରିଯିବାକୁ ଚେତାବନୀ ଦେଉଛି । ଏହାମୋର ପରାମର୍ଶ ନହେଲେ ଚେତାବନୀ ଭାବିପାର । ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିବୃତି ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନ୍ୟପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । କହିଛନ୍ତି, ଛତିଶଗଡ ସରକାରଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ଜାରି ରହିଛି । ଦିଲ୍ଲୀରେ ୩ ଥର ସଚିବସ୍ତରୀୟ ବୈଠକ ହୋଇଛି । ୧୧ ଥର ଯୁଗ୍ମ ବୈଷୟିକ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।

Read More

ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଆହ୍ୱାନ କରିଛନ୍ତି।ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସୂଚନା ଅନୁସାରେ ନୂତନ ଜିଲ୍ଲା ପାଇଁ ଦାବି ହେଉଥିବା ସ୍ଥାନ ଗୁଡ଼ିକ ହେଲା ; ପଦମପୁର, ଧର୍ମଗଡ଼, ପଶ୍ଚିମ ମୟୁରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ, ବଣାଇ, ରାଉରକେଲା, ବେଦବ୍ୟାସ, ଟିଟିଲାଗଡ, କଣ୍ଟାବାଞ୍ଜି, ପାଟଣାଗଡ଼, ତାଳଚେର, ପାଲଲହଡା, ଭୁବନେଶ୍ୱର, ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର, ଭଞ୍ଜନଗର, କବିସୂର୍ଯ୍ୟନଗର, ଚଣ୍ଡିଖୋଲ, ଆଠଗଡ଼, କୁଚିଣ୍ଡା, ବାଲିଗୁଡା, ଆନନ୍ଦପୁର, ନୀଳଗିରି, ସୋର, ଜଳେଶ୍ୱର, ନିମାପଡା ଓ ଗୁଣୁପୁର।୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବେଳେ ମାତ୍ର ୬ଟି ଜିଲା (କଟକ, ପୁରୀ, ବାଲେଶ୍ୱର,…

Read More