ନିଜ ଦେହରେ ପେଟ୍ରୋଲ ଢାଳି ଜଳିଗଲେ କନେଷ୍ଟବଳ। ବ୍ରହ୍ମପୁର ବିଜିପୁର ପୁଲିସ କାର୍ଟର୍ସରେ ଘଟିଛି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ପୋଲିସ କଲୋନୀରୁ କନେଷ୍ଟବଳଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ପାରିବାରିକ କଳହରୁ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏମ୍ ଭି କନେଷ୍ଟବଳ । ଗୁରୁତର କନେଷ୍ଟବଳ ଜଣକ ହେଲେ ଆଶୁତୋଷ ମୃଦଙ୍ଗିଆ । କନେଷ୍ଟବଳ ଆଶୁତୋଷଙ୍କର ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ତାଙ୍କ ପତ୍ନୀଙ୍କ ସହ ଅନେକ ସମୟରେ ଝଗଡା ହୋଇଥାଏ । ଏନେଇ ଅନେକ ମାମଲା ବିଚାରଧୀନ ମଧ୍ୟ ରହିଛି ।ତେବେ ପତ୍ନୀଙ୍କୁ ନିର୍ଯାତନା ଦେବା ମାମଲାରେ ଆଶୁତୋଷ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ପରେ ଜେଲରୁ ମୁକୁଳିଥିଲେ। ସପ୍ତାହକ ତଳେ ଜାମିନରେ ଆସିଥିବା ଆଶୁତୋଷ ଶୁକ୍ରବାର ରାତିରେ ବିଜିପୁରରେ ଥିବା ପୁଲିସ କନେଷ୍ଟବଳ କ୍ବାର୍ଟର୍ସକୁ ଯାଇଥିଲେ। ତେବେ ସେଠାରେ ପୁନର୍ବାର ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଆଉ ଦେଖୁ ଦେଖୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଘଟଣାରେ ଟାଉନ ଥାନା ପୁଲିସ ତଦନ୍ତ ଜାରି ରଖିଛି।
ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳ
By madhulekha1 Min Read
