ବିଧାନସଭା ବଜେଟ୍ ଅଧିବେଶନ । ଷଷ୍ଠ ଦିନରେ ବି ଗୃହ ଅଚଳ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ । ଯାହାଫଳରେ ବିଧାନସଭାକୁ ଦିନ ସାଢେ ୧୧ଟା ଯାଏ ମୁଲତବୀ ରଖିଲେ ବାଚସ୍ପତି । ତେବେ ଗୃହରେ ଆଜି ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି। ସେହିପରି ସାଧାରଣ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ। ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତାଉପରେ ରହିଛି ନଜର।
Author: madhulekha
ବାହାଘର ପ୍ରସ୍ତୁତି ଚାଲିଥିଲା । ସମସ୍ତେ ବାହାଘରକୁ ନେଇ ଉତ୍ସାହିତ ଥିଲେ । ବର ଆସିଥାନ୍ତା ବାହାଘର ପରେ ଶାଶୂଘରକୁ ଯାଇଥାନ୍ତେ । ହେଲେ ନିମିଷକେ ସବୁ କିଛି ସରିଗଲା । ବିବାହ ଉତ୍ସବ ଶୋକରେ ବୁଡିଗଲା । ବିବାହ ଦିନ ଉଠିଲା ଦୁଇ ଭଉଣୀଙ୍କ କୋକେଇ । ରାଜସ୍ଥାନର ଯୋଧପୁର ଜିଲା ଅନ୍ତର୍ଗତ ମାନାଇ ଗ୍ରାମରେ ଦୁଇ ଭଉଣୀ ଗତ ଶୁକ୍ରବାର ବିଷପାନ କରି ଆତ୍ମହତ୍ୟା କରିଛନ୍ତି।ମୃତ ଦୁଇ ଭଉଣୀ ହେଲେ ଶୋଭା (୨୫) ଓ ବିମଳା (୨୩) । ଯୋଧପୁରର ମନାଈ ଗ୍ରାମରେ ସେମାନଙ୍କ ଘର । ସେମାନେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଦୁଇ ଭଉଣୀଙ୍କୁ ଏକାଠି ବାହାଦେବାକୁ ପିତା ଦୀପ ସିଂହ ନିଷ୍ପତ୍ତି ନେଇଥିଲେ । ଶୋଭା ଓ ବିମଳାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅଚେତ ଅବସ୍ଥାରେ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ…
୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ଟ୍ରିବ୍ୟୁନାଲର ସଦସ୍ୟ ଏବଂ ତାଙ୍କ ପରିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣ ରହିବେ । ରାଜ୍ୟ ସରକାର ଏହି ଟିମ୍କୁ ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି । ଏହି ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପରିଦର୍ଶନ ବେଳେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପୁଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଳର ସଦସ୍ୟମାନେ ମହାନଦୀରେ ଜଳପ୍ରବାହ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ ଏବଂ ଓଡ଼ିଶା, ଛତିଶଗଡ଼ ମଧ୍ୟରେ ଜଳ ବିବାଦ ସମ୍ପର୍କରେ ବୈଷୟିକ ଓ ପରିବେଶଗତ ଦିଗଗୁଡ଼ିକର ମୂଲ୍ୟାଙ୍କନ କରିବେ ।ସୂଚନାଯୋଗ୍ୟ , ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବଣ୍ଟନ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ…
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘୁଆ ରହିବ । ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ଏବଂ କଳାହାଣ୍ଡି ଜିଲାରେ ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି। ତେବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲାକୁ ଘଡ଼ଘଡି ବର୍ଷା ସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଜେଲର ୨’କୁ ନେଇ ପ୍ରଶଂସକମାନେ ଉତ୍ସାହିତ ରହିଛନ୍ତି । ନେଲସନ୍ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଏବଂ ରଜନୀକାନ୍ତଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ସିକ୍ୱେଲ୍ରେ ଜତିନ୍ ସରନା ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି । ସେ ଗତ ଅଗଷ୍ଟରେ ତାଙ୍କ ଭୂମିକାର ସୁଟିଂ କରିଥିଲେ । ଜତିନ୍ ସରନା ଏହି ଭୂମିକାକୁ ତାଙ୍କ କ୍ୟାରିଅର୍ର ବଡ଼ ମୋଡ଼ ବୋଲି କହିଛନ୍ତି । ଜତିନ୍ ସରନା ନେଗେଟିଭ୍ ସିକ୍ବେଲ୍ କାହାଣୀ ଆଗକୁ ବଢାଇଛନ୍ତି । ତାଙ୍କୁ ରଜନୀକାନ୍ତଙ୍କ ଚରିତ୍ରର ସିଧାସଳଖ ବିପକ୍ଷରେ ରଖିବ ।”ସାକ୍ରେଡ୍ ଗେମ୍ସ” ସିରିଜରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା ଏହି ଅଭିନେତା ଏହି ଫିଲ୍ମ ସହିତ ଏକ ବହୁତ ବଡ଼ କମର୍ସିଆଲ ସ୍ପେଶରେ ପାଦ ରଖିଛନ୍ତି । ଏହି ଫିଲ୍ମରେ ରାମ୍ୟା କୃଷ୍ଣନ୍, ଯୋଗୀ ବାବୁ, ଶିବରାଜକୁମାର ଏବଂ ବିନାୟକନ୍ ସମେତ ଅନେକ ଅଘୋଷିତ କଳାକାର ଅଭିନୟ କରିବେ ବୋଲି କୁହାଯାଉଛି ।…
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡିକୁ ଆସୁଛି କେଜି କେଜି ସୁନା । ଭକ୍ତମାନେ ସ୍ବହସ୍ତରେ ଦାନ କରୁଛନ୍ତି ସୁନା ରୁପା । ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତବର୍ଷ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ମିଳିଛି । ମନ୍ତ୍ରୀ କହିଛନ୍ତି ଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି। ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି। ୧୯୮୧ ମସିହାରୁ ୨୦୨୪-୨୫ ମସିହା ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ହୁଣ୍ଡିରୁ ସଂଗ୍ରହ କରାଯାଇଛି। ଏବଂ ରୁପା ଦାନ ହୁଣ୍ଡିରୁ ୧୫୮ କେଜି ୮୩୬ ଗ୍ରାମ ରୁପା ସଂଗ୍ରହ ହୋଇଛି। ୨୦୧୧ରୁ ୨୦୨୪-୨୫ ମସିହା ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ସଂଗ୍ରହ ହୋଇଛି।ହୁଣ୍ଡିରୁ ଆଦାୟ ଅର୍ଥର ୯୦ ପ୍ରତିଶତ ଓ ଅନ୍ୟାନ୍ୟ ଦାନ ଯୋଜନାରେ ସଂଗୃହିତ ୫ ଶହ ଟଙ୍କାରୁ ଅଧିକ ପରିମାଣର…
ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ବାସହୀନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ସୁଲଭ ମୂଲ୍ୟରେ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ର ସଫଳ ରୂପାୟନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ‘ପିଏମଏୱାଇ-ଅର୍ବାନ ବନ୍ଧୁ’ (PMAY-Urban BANDHU: Beneficiary Assistance for Nurturing Development of Housing Units) କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟୟବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଆର୍ଥିକ ଅନଗ୍ରସର ଶ୍ରେଣୀ (EWS) ଏବଂ ସହରାଞ୍ଚଳର ଭୂମିହୀନ ପରିବାରଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଆବାସ ସୁବିଧା ସୁନିଶ୍ଚିତ କରାଯିବ।
ଆଗକୁ ଆସୁଛି ଗୀଷ୍ମ | ତେଣୁ ଏହାର ମୁକାବିଲା ପାଇଁ ସ୍କୁଲମାନଙ୍କରେ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ସ୍କୁଲଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା, ଆବଶ୍ୟକସ୍ଥଳେ ନଳକୂପ ମରାମତି କରିବା ଏବଂ ଛାତ୍ର ଓ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ORS ପ୍ୟାକେଟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନେ ସ୍କୁଲକୁ ପାଣି ବୋତଲ ନେଇ ଆସିବା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଯିବ। ଏହା ସହିତ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ପ୍ରବାହ ସୁରକ୍ଷା ଟିପ୍ସ ବିଷୟରେ ଶିକ୍ଷା ଦେଇପାରିବେ।
କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି।ଉତ୍ତରପ୍ରଦେଶରେ ଜଣେ ବର କୁକୁରକୁ ବାଡ଼େଇବାରୁ କନିଆଁ ନିଜ ବାହାଘର ଭାଙ୍ଗିଦେଇଛି । କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯାଇଥିବା ଜଣାପଡ଼ିଛି । ବର ଓ କନ୍ୟାଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲାବେଳେ ସେମାନେ ଆର୍ଯ୍ୟସମାଜ ରୀତିନୀତି ଅନୁସାରେ ବିବାହ କରିସାରିଥିଲେ। କିନ୍ତୁ ସାମାଜିକ ସ୍ବୀକୃତି ପାଇଁ ଉଭୟ ପାରମ୍ପରିକ ରୀତିରେ ବିବାହ ପାଇଁ ନିଷ୍ପତ୍ତି ନେବା ପରେ ଗତ ବୁଧବାର ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରପକ୍ଷ ରୋଷଣୀ କରି ବିବାହ ମଣ୍ଡପରେ ପହଞ୍ଚିବାପରେ ମାଳା ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା। ବିଳମ୍ବିତ ରାତିରେ ସ୍ଥାନୀୟ ପରମ୍ପରା ଅନୁଯାୟୀ ଉଭୟଙ୍କୁ ଗହଣା ପିନ୍ଧାଯାଇ ବେଦୀରେ କର୍ମ ହେବାକୁ ଯାଉଥିଲା ବେଳେ କନ୍ୟାଙ୍କ କୁକୁର ଜୋର୍ରେ ଭୋକିବାକୁ ଲାଗିଥିଲା। ଏହାକୁ ଦେଖି…
ଟ୍ରାକ୍ଟରରେ ବୁହାହେଲେ ଛାତ୍ରଛାତ୍ରୀ। ବାଜିରେ ଲାଗିଛି ମାଟ୍ରିକ ପରୀକ୍ଷାର୍ଥୀଙ୍କ ଜୀବନ। ପରୀକ୍ଷା କେନ୍ଦ୍ରକୁ ଟ୍ରାକରରେ ବସି ଯିବାର ଭିଡିଓ ଭାଇରାଲ୍। ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ଅଞ୍ଚଳରୁ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ଏଭଳି ବିପଦ ସଂକୂଳ ଅବସ୍ଥାରେ ବୁହା ହୋଇ ଯାଇଥିଲେ କ.ନୂଆଗାଁ ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ପରୀକ୍ଷା କେନ୍ଦ୍ର କୁଡୁତୁଲି ଉଚ୍ଚ ବିଦ୍ୟାଳୟକୁ ଟ୍ରାକ୍ଟର ଟ୍ରଲିରେ ବସି ଯାଇଥିଲେ । କିଛି ଛାତ୍ର ଟ୍ରାକ୍ଟର ଟ୍ରଲି ଓ ଇଞ୍ଜିନର ଜଏଣ୍ଟ ସ୍ଥାନରେ ମଧ୍ୟ ଛିଡ଼ା ହୋଇ ଯାତ୍ରା କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । କିଛି ଘଟିଥିଲେ ଏଥିପାଇଁ କିଏ ଦାୟୀ ହୋଇଥାନ୍ତା । ଏବେ ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯାନୁଷ୍ଠାନ…