ଦୁର୍ଘଟଣାରେ ଆହତଙ୍କୁ ୪୮ ଘଣ୍ଟା ନୁହେଁ ୭ ଦିନ ପାଇଁ ମାଗଣା ଚିକିତ୍ସା ମିଳିବ । ‘ପ୍ରଧାନମନ୍ତ୍ରୀ ରାହତ ଯୋଜନା’ରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ମଳିବ । ସରକାରୀ ହସ୍ପିଟାଲ ବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲ୍ରେ ଆହତଙ୍କୁ ଚିକିତ୍ସା ମିଳିପାରିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି ।କେନ୍ଦ୍ର ସରକାର ନୂତନ ଭାବେ ଆହତଙ୍କୁ ୭ ଦିନ ପାଇଁ ଦେଢ଼ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଦେଢ଼ ଲକ୍ଷ ପରେ ଯଦି ଆଉ କିଛି ଚିକିତ୍ସା ପାଇଁ ଅର୍ଥ ଲାଗିବ, ବଳକା ଅର୍ଥକୁ ରୋଗୀଙ୍କୁ ଦେବାକୁ ପଡ଼ିବ । ହେଲେ ମିଳିଥିବା ସୂଚନା ଅନୁଯାୟୀ ଦେଢ଼ ଲକ୍ଷ ଟଙ୍କା ପରେ ଯେଉଁ ବଳକା ଅର୍ଥ ଲାଗିବ, ତାହାକୁ ରାଜ୍ୟ ସରକାର ବହନ କରିବା ପାଇଁ ଚିନ୍ତା କରୁଛନ୍ତି । ଦୁର୍ଘଟଣାର ଆହତଙ୍କୁ ଗୋଲ୍ଡେନ୍ ଆୱାର ଭିତରେ ଚିକିତ୍ସା କରିବା ଆବଶ୍ୟକ । ସେଥିପାଇଁ ସରକାରୀ ହେଉ ବା ଘରୋଇ ହସ୍ପିଟାଲ୍ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଦିଆଯିବ । ରାଜ୍ୟ ସରକାର ମଧ୍ୟ ସରକାରୀ ଆମ୍ବୁଲାନ୍ସ ବ୍ୟତୀତ ଘରୋଇ ଆମ୍ବୁଲାନ୍ସରେ ଆହତଙ୍କୁ ମାଗଣା ହସ୍ପିଟାଲ ଆଣିବା ବ୍ୟବସ୍ଥା ହୋଇଛି ।ଏନେଇ ରାଜ୍ୟ ସରକାର ୬୧୫ ଘରୋଇ ଆମ୍ବୁଲାନ୍ସ ସହିତ ଚୁକ୍ତି କରିଛନ୍ତି । ସେମାନଙ୍କୁ କଣ୍ଟ୍ରୋଲ ରୁମ୍ ସହିତ ଯୋଗାଯୋଗ ପାଇଁ ବ୍ୟବସ୍ଥା କରାଯାଇଛି ।
