ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ପୋଲିସ ଅଧିକାରୀଙ୍କୁ ତାଲିମ ଦିଆଯାଉ। ଏଥିପ୍ରତି ଗୃହ ସଚିବ ଓ ପୋଲିସ ଡିଜି ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତୁ। ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଗିରଫ କରୁଥିବା ପୋଲିସ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ତାଲିମ ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା ପାଳନ ନ ହେବା ସ୍ଥିତିକୁ ଏଡ଼ାଇବାକୁ ଉପଯୁକ୍ତ ନିର୍ଦ୍ଦେଶନାମା ବା ସାର୍କୁଲାର ଜାରି କରିବା ପ୍ରସଂଗ ପ୍ରତି ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି। ସମ୍ବିଧାନର ଧାରା ୨୨(୧) ଓ ବିଏନଏସର ଧାରା ୪୭ (ସିଆରପିସିର ଧାରା ୫୦)ରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା ଉଲ୍ଲଂଘନର ବହୁ ଘଟଣା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବୈଷୟିକ କାରଣ ଆଧାରରେ ଅପରାଧୀ ହାଜତରୁ ବାହାରିବାକୁ ସୁବିଧା ପାଉଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟରେ ଦାୟର ଏକ ଜାମିନ ଆବେଦନ ମାମଲାର ଶୁଣାଣି ସମୟରେ ଏହା କହିଛନ୍ତି ହାଇକୋର୍ଟ।
