ଦେଶୀ ଘିଅ କେବଳ ଯେ ସ୍ୱାସ୍ଥ୍ୟ ପାଇଁ ଭଲ ତା’ ନୁହେଁ ଏହା ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ କାମ କରିଥାଏ । ବାସ୍ତବରେ ଦେଶୀ ଘିଅ ଆପଣଙ୍କ ସ୍କିନ୍, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ ।ଶୀତ ଋତୁରେ ଅଧିକାଂଶ ଲୋକ ଡ୍ରାଏ ସ୍କିନ୍ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଡ୍ରାଏ ସ୍କିନ୍ ଯୋଗୁଁ ମୁହଁର ଚମକ କମିଯାଏ । ଡ୍ରାଏ ସ୍କିନ୍ ଯୋଗୁଁ ତ୍ୱଚା ମଧ୍ୟ ଦୁର୍ବଳ ଓ ନିର୍ଜୀବ ଦେଖାଯାଏ । ଯଦି ଆପଣଙ୍କ ତ୍ୱଚା ମଧ୍ୟ ଶୁଷ୍କ ଏବଂ ନିର୍ଜୀବ ଦେଖାଯାଉଛି, ତେବେ ଆପଣ ନିଜ ଚେହେରାର ଚମକ ବଢାଇବା ପାଇଁ ଦେଶୀ ଘିଅ ବ୍ୟବହାର କରିପାରିବେ ।ଘିଅ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରନ୍ତୁ। ଏହା ପରେ ଆଙ୍ଗୁଠି ସାହାଯ୍ୟରେ ଦେଶୀ ଘିଅ ମୁହଁରେ ଲଗାନ୍ତୁ । ଶୀତ ଋତୁରେ ମୁହଁ ମାଲିସ କରିବା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଘିଅରେ ମୁହଁକୁ ମାଲିସ୍ କରିବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ, ସେହିପରି ତ୍ୱଚାକୁ ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ସେହିଭଳି ଘିଅ ଫାଟିଥିବା ଓଠକୁ ନରମ ଏବଂ ଚମକଦାର ମଧ୍ୟ କରିଥାଏ ।
