୪୨ ବର୍ଷ ପରେ ଉଦ୍ଧାର ହେଲେ ଗୋପାଲଜୀ ମହାପ୍ରଭୁ । ଅଷ୍ଟଧାତୁରେ ନିର୍ମିତ ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ସୁବର୍ଣ୍ଣପୁରର ଗୋପାଲଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ ବର୍ଷ ପରେ ସିବିଆଇ ମାଲଖାନରେ ଥିବା ଅଷ୍ଟଧାତୁରେ ନିର୍ମିତ ୧୨ ବିରଳ ପ୍ରାଚୀନ ମୂର୍ତ୍ତିକୁ ବୁଧବାର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।ଗତ ସୋମବାର ଭୂବନେଶ୍ଵର କଳ୍ପନା ସ୍ଥିତ ଖୋର୍ଦ୍ଧା ଏଡିଜେ -3 କୋର୍ଟର ବିଚାରପତି ହିମାଂଶୁ ଶେଖର ମଲ୍ଲିକ ଜବତ ହୋଇଥିବା ଚୋରି ମୂର୍ତ୍ତି ସୁବର୍ଣ୍ଣପୁର ଗୋପାଲଜୀ ମନ୍ଦିରକୁ ପ୍ରଦାନ ପାଇଁ ରାୟ ଦେଇଥିଲେ । ବିଚାରପତିଙ୍କ ରାୟ ପରେ ଏହି ମୂର୍ତ୍ତି ଗୁଡିକ ଫେରାଇ ଆଣିବା ପାଇଁ ସୁବର୍ଣ୍ଣପୁର ଦେବୋତର ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା ।ରାଜା ରାଜୁଡା ସମୟରୁ ରାଜ ପରିବାରର ଇଷ୍ଟ ଦେବ ହେଉଛନ୍ତି ଗୋପାଲଜୀ ଠାକୁର । ୧୯୮୨ ମସିହାରୁ ମନ୍ଦିରର ବହୁମୂଲ୍ୟ ପ୍ରାଚୀନ ମୂର୍ତ୍ତି ରାଧା,ଗୋପାଲଜୀ ଠାକୁର ଏବଂ ବାହନ ଗରୁଡଙ୍କ ସମେତ ୯ଗୋଟି ପାର୍ଶ୍ଵ ଦେବାଦେବୀଙ୍କୁ କେହି ଦୃବୁର୍ତ୍ତ ଚୋରି କରି ନେଇଥିଲା । ସେହି ବର୍ଷ ଦିଲ୍ଲୀ ବିମାନ ବନ୍ଦରରେ ସିବିଆଇ ଦ୍ଵାରା ଚୋର ଧରାପଡିଥିଲେ । ଚାନ୍ଦିନି ଚୈାକି ଫତେପୁରୀ ନିକଟରୁ ସିବିଆଇ ମୂର୍ତ୍ତି ଗୁଡିକ ଉଦ୍ଧାର କରି ଜବତ କରିବା ସହ ମାଲଖାନରେ ରଖିଥିଲା ।
୪୨ ବର୍ଷ ପରେ ଉଦ୍ଧାର ହେଲେ ଗୋପାଲଜୀ ମହାପ୍ରଭୁ
By madhulekha1 Min Read
