ବଡଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ । ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି । ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ସରକାରୀ ଛୁଟି ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିବା ସମ୍ଭାବନା ରହିଛି । ସେହିପରି ଏହା ପରବର୍ତ୍ତୀ ଗୁରୁବାର ଇଂରାଜୀ ନୂଆବର୍ଷ । ତେଣୁ ଶ୍ରୀମନ୍ଦିର ନୀତିକାନ୍ତିଠାରୁ ଆରମ୍ଭ କରି ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଆଦି ଅତ୍ୟାବଶ୍ୟକୀୟ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇ ଥିବାରୁ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା ମନ୍ଦିର ଭିତରେ ଓ ବାହାରେ କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପ୍ରସ୍ତୁତ ରହିବା, ସମୁଦ୍ର ନିକଟରେ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା, ଲାଇଫଗାର୍ଡ ମୁତୟନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ।
ବଡ଼ଦିନ ଓ ନୂଆବର୍ଷରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ
By madhulekha1 Min Read
