Author: madhulekha

ଭୁବନେଶ୍ୱର ରିଜୋନାଲ AI Impact summit ୨୦୨୫ ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନଭେନ୍ସନ ହଲରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲି ଯୋଗଦେଇ ଥିଲେ । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଏହି ସମିଟରେ ଯୋଗ ଦେଇଛନ୍ତି ।ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏଆଇର ଭୂମିକା,ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ AI ବ୍ୟବହାରକୁ କିଭଳି ସଫଳ ରୂପାୟନ କରିପାରିବେ । ଦୈନଦିନ ଜୀବନରେ AIର ଭୂମିକା ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଛି ।ତିନି ସୁତ୍ର ପିପୁଲ, ପ୍ଲାନେଟ,ପ୍ରୋଗ୍ରେସ ଓ ୭ ଚକ୍ରକୁ ନେଇ ଆଲୋଚନା ହୋଇଥିଲା AI ସମ୍ମିଳନୀରେ । AI କୁ କିପରି ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଶିକ୍ଷା,ସ୍ବାସ୍ଥ୍ୟ,ବିପର୍ଯ୍ୟୟ ପରିଚାଳନା ବିଭାଗ ,ମହିଳା ଓ ଶିଶୁ…

Read More

ସରିଲା ସଂସଦର ଶୀତ ଅଧିବେଶନ । ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସରିଲା ସଂସଦର ଶୀତକାଳୀନ ଅଧିବେଶନ । ୧୭ ତମ ଲୋକସଭାର ୬ଷ୍ଠ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ ।ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ଥିବା ତାଙ୍କ ଚାମ୍ବରରେ ଦଳୀୟ ନେତା ଏବଂ ସଂସଦ ସଦସ୍ୟଙ୍କ ସହିତ ଏକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ ଜାତୀୟ କଂଗ୍ରେସ ନେତା ତଥା ୱାୟାନାଡ ଏମ୍‌ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଆଜମଗଡ ଏମ୍‌ପି ଧର୍ମେନ୍ଦ୍ର ଯାଦବ ଏବଂ ଘୋସି ଏମ୍‌ପି ରାଜୀବ ରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।ସୂତ୍ର ଅନୁସାରେ, ଧର୍ମେନ୍ଦ୍ର ଯାଦବ ଗୃହ ଅଧିବେଶନର ଅବଧି ବୃଦ୍ଧି କରିବାକୁ ଦାବି କରିଥିଲେ। ସେ କହିଥିଲେ, ଅଧିବେଶନ ବହୁତ ଛୋଟ ଥିଲା ଏବଂ ଏହାକୁ ବୃଦ୍ଧି କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ହସି ହସି କହିଥିଲେ, ହଁ, ସ୍ଲୋଗାନ ଦେବା…

Read More

ଆମେ ଅନେକ ସମୟରେ ବୃକ୍ଷକୁ ବିଭିନ୍ନ ଠାକୁରଙ୍କ ପ୍ରତୀକ ଭାବରେ ପୂଜା କରିଥାଉ । ଏହି ପୂଜା ପାର୍ବଣ ମଧ୍ୟରେ ଏକ ପରମ୍ପରା ହେଉଛି ବଉଳ ଅମାବାସ୍ୟା । ଏଥିପାଇଁ ବେଶ ଉତ୍ସବ ମୁଖର ହୋଇଥାଏ ପୁରପଲ୍ଲୀ । ଏହି ପର୍ବରେ ଆମ୍ବ ଗଛ ମୂଳକୁ ଶୁଦ୍ଧ ପୂତ ଭାବରେ ଲିପା ପୋଛା କରିଥାନ୍ତି ମହିଳାମାନେ । ଗଛକୁ ବିଭିନ୍ନ ଫୁଲରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରନ୍ତି । ବିଭିନ୍ନ ପ୍ରକାର ପିଠା କରି ଭୋଗ ଲଗାନ୍ତି ମହିଳାମାନେ । ଆମର ପର୍ବପର୍ବାଣିଗୁଡ଼ିକ ବିଜ୍ଞାନସମ୍ମତ ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ। ସେଇ ସୂତ୍ରରେ ବକୁଳ ଅମାବାସ୍ୟା ମଧ୍ୟ ଆମକୁ ଏହି ସମୟରେ ଫଳ ଦେଉଥିବା ବୃକ୍ଷର ମହତ୍ବ ବୁଝାଇବାକୁ ଚେଷ୍ଟା କରେ। ଆମ୍ବ, ପଣସ ଇତ୍ୟାଦି ଗଛରେ ଏହି ସମୟରେ ବଉଳ ହୁଏ, ତେଣୁ ଏହି ସବୁ ଫଳନ୍ତି ଗଛର ସୁରକ୍ଷା ଆବଶ୍ୟକ। ଠାକୁରଙ୍କୁ ବଉଳ ଲାଗି କଲେ ଭଲ…

Read More

ସାଇବର କ୍ରାଇମ୍ (ଡିଜିଟାଲ୍ ଆରେଷ୍ଟ୍)ର ଶିକାର ହୋଇଛନ୍ତି ଜଣେ ଡାକ୍ତରାଣୀ । ସେ ହେଉଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଲୁଟେରା । ଏ ସମ୍ପର୍କରେ ମମତା ଟାଉନ୍ ଥାନାରେ ଏତଲା ଦେଇଛନ୍ତି ।ସୂଚନା ଅନୁସାରେ, କିଛି ଦିନ ତଳେ ତାଙ୍କୁ ଏକ ଫୋନ କଲ ଆସିଥିଲା। ବ୍ୟକ୍ତି ଜଣକ ଏକ କୋରିୟର ଅଫିସରୁ କହୁଥିବା ପରିଚୟ ଦେଇ ମମତାଙ୍କ ଆଧାର କାର୍ଡ ସହ ଲିଙ୍କ ଥିବା ଏକ ସନ୍ଦେହଜନକ ବ୍ୟାଗ ଆସିଥିବା କହିଥିଲେ। ଏପରିକି ଆପଣଙ୍କ ନାମରେ ସଙ୍ଗୀନ ଅଭିଯୋଗ ଅଛି ବୋଲି କହିଥିଲେ। ସଙ୍ଗେ ସଙ୍ଗେ କଲ ନକଲି ପୋଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା। ସାଇବର ଅପରାଧୀ ଜଣକ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଡାକ୍ତର ମମତାଙ୍କୁ କହିଥିଲେ। ନଚେତ…

Read More

ବଲିଉଡ୍‌ର ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟକ କୁମାର ସାନୁ ପୂର୍ବ ପତ୍ନୀ ରିତା ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି । ଏ ମାମଲାରେ ସେ ପତ୍ନୀଙ୍କଠୁ ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏଥିସହିତ ତାଙ୍କର ସାକ୍ଷାତକାରକୁ ହଟାଇବାକୁ ଦାବି କରିଛନ୍ତି, ଯେଉଁଥିରେ ରିତା ସାନୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି । ଉଭୟଙ୍କ ଛାଡ଼ପତ୍ରର ପ୍ରାୟ ୨୪ ବର୍ଷ ପରେ ମାମଲା ସାମ୍ନାକୁ ଆସିଛି । ସେପ୍ଟେମ୍ବର ୨୦୨୫ରେ ରୀତାଙ୍କ ସାକ୍ଷାତକାର ପରେ ସାନୁ ଏହି ପଦକ୍ଷେପ ନେଇଛନ୍ତି । ଏହି ସାକ୍ଷାତକାରରେ ରୀତା ତାଙ୍କର ମର୍ଯ୍ୟାଦା ହାନି ହେଲା ଭଳି କଥା କହିଥିଲେ । ସେ ଗର୍ଭବତୀ ଥିଲା ବେଳେ ସାନୁ ତାଙ୍କୁ ଭୋକିଲା ରଖୁଥିଲେ । ଏମିତିକି ରୋଷେଇ ଘରେ ତାଲା ପକାଇ ଦେଉଥିଲେ । ତାଙ୍କ ଚିକିତ୍ସା ବ୍ୟବସ୍ଥା କରୁ ନଥିଲେ କି କ୍ଷୀର ଟିକେ ପିଇବାକୁ ଦେଉ ନଥିଲେ…

Read More

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ବେଳେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପରେ ଏବେ ବିଜେଡି ଦରମା ବୃଦ୍ଧି ପୁନର୍ବିଚାର କରିବା ପାଇଁ ବିଜେଡି ନିବେଦନ କରିଛି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ଦେଇଛନ୍ତି । ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍‌ ପାରିତ ହୋଇଥିଲା । ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଦରମା ବୃଦ୍ଧିର ପୁନର୍ବିଚାର କରନ୍ତୁ ବୋଲି ବିଜେଡି କହିଛି । ସୂଚନାମୁତାବକ ଶୀତକାଳୀନ ଅଧିବେଶନ…

Read More

ଖୋର୍ଦ୍ଧାରେ ସାଙ୍ଘାତିକ ଛାତ୍ରବୃତ୍ତି କେଲେଙ୍କାରୀ । ଜାଲ ସାର୍ଟିଫିକେଟ ଦେଇ ଟଙ୍କା ହଡପ ଘଟଣା । ୭ ଟି କଲେଜର ୧୪୯ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହେଲା ମାମଲା । ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲା ଦି ଟେକ୍ନୋ ସ୍କୁଲ, ସୁବାସ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି, ଗୁରୁକୁଳ ଇଞ୍ଜିନିୟରିଂ ସ୍କୁଲ, ଗୁରୁକୁଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମହାବୀର ଇଞ୍ଜିନିୟରିଂ କଲେଜ, ମହାବୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଶିବାନୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେଶନ। ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଉପରୋକ୍ତ ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ଓଡ଼ିଶା ସାର୍ବଜନୀନ ଦାବି ଆଦାୟ ଅଧିନିୟମ ପାଇଁ ସେମାନଙ୍କ ଜିଲ୍ଲାପାଳ ମାନଙ୍କୁ ଅନୁରୋଧ କରାଯାଇଛି।. ସିଏଜି ଅଡିଟିରୁ ଏ ସମ୍ପର୍କରେ ଖୁଲାସା ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଖୋର୍ଦ୍ଧା ପୁଲିସ । ଛାତ୍ରଛାତ୍ରଙ୍କ ବିରୋଧରେ ଠକେଇ ନେଇ ଆଇପିସି ଦଫା ୪୨୦, ୩୫, ୪୬୭, ୪୬୮,୪୭୧, ୪୭୪ ରୁଜୁ…

Read More

୨୦୨୬ ଶେଷ ସୁଦ୍ଧା ସାରା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ, ଯାହା ଦ୍ୱାରା ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାରେ ଅପେକ୍ଷା କରିବାରୁ ରକ୍ଷା ମିଳିବ ଏବଂ ସରକାରଙ୍କ ପାଇଁ ଅଧିକ ରାଜସ୍ୱ ସୃଷ୍ଟି ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅନୁଯାୟୀ, ୨୦୨୬ ସୁଦ୍ଧା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହା ଦ୍ୱାରା ଗାଡ଼ିଗୁଡ଼ିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଟୋଲ୍ ପ୍ଲାଜା ପାର କରିପାରିବେ। ନୀତିନ ଗଡ଼କରୀ ସଂସଦରେ କହିଛନ୍ତି ଯେ ୨୦୨୬ ସୁଦ୍ଧା ସମସ୍ତ ଗାଡ଼ି ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ନ ଅଟକି ଟୋଲ୍ ପ୍ଲାଜା ଦେଇ ଯାଇପାରିବେ। ଗାଡ଼ିର ନମ୍ବର ପ୍ଲେଟ୍ ଏବଂ FASTagର ଫଟୋ ଉଠାଇବା ପାଇଁ ହାଇ-ସ୍ପିଡ୍ କ୍ୟାମେରା ଲଗାଯିବ। ତା’ପରେ ଗାଡ଼ି ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟୋଲ୍ ରାଶି କଟିଯିବ। ଏହାର…

Read More

କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଜିଲା ଶିଶୁ ମଙ୍ଗଳ ସମିତି (CWC)ର ହସ୍ତକ୍ଷେପ କ୍ରମେ ପୁଲିସ ଚଢ଼ଉ କରି ଉଭୟ ମା’ ଓ ଶିଶୁଙ୍କୁ ଉଦ୍ଧାର କରିଛି।। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି। ସୂଚନାମୁତାବକ ନାବାଳିକା ଜଣକ କିଛି ମାସ ତଳେ ସ୍କୁଲରୁ ଫେରୁଥିବା ବେଳେ ରେଙ୍ଗାଲି ପୋଲ ନିକଟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଟେକି ନେଇଥିଲେ ଏବଂ ସେଠାରେ ଜଣେ ତାଙ୍କ ସହ ବଳାତ୍କାର କରିଥିଲା। ଭୟରେ ନାବାଳିକା ଜଣକ ଏ ବିଷୟରେ କାହାକୁ କହିନଥିଲେ। ଗର୍ଭବତୀ ହେବା ପରେ ପରିବାର ଲୋକେ ଜାଣି ପାରି କଟକ ସଦର ପ୍ରତାପନଗରୀସ୍ଥିତ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି…

Read More

ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ତଳମୁହାଁ ପାରଦ ଯୋଗୁଁ ସାରା ରାଜ୍ୟ ଜାଡ଼ରେ ଥରୁଛି । ରାତିର ତାପମାତ୍ରା ଅହେତୁକ ହ୍ରାସ ପାଇବା କାରଣରୁ ସନ୍ଧ୍ୟାରୁ ଶୀତ ମାଡ଼ି ଆସୁଛି । ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ । ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ ।। ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁରରେ କୁହୁଡ଼ି ସମ୍ଭାବନା ରହିଛି । କନ୍ଧମାଳ ଓ ସମ୍ବଲପୁରର ସ୍ଥାନେ ସ୍ଥାନେ ଘନ କୁହୁଡ଼ି ହୋଇପାରେ । କଟକରେ ୨୧ ତାରିଖରୁ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ । ୨୨ରୁ ଭୁବନେଶ୍ୱର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ଅଛି ।

Read More