ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ବେଳେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପରେ ଏବେ ବିଜେଡି ଦରମା ବୃଦ୍ଧି ପୁନର୍ବିଚାର କରିବା ପାଇଁ ବିଜେଡି ନିବେଦନ କରିଛି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ ସୂଚନା ଦେଇଛନ୍ତି । ଆମେ ସେ ସମୟରେ ସମର୍ଥନ କରିଥିଲୁ, ବିଲ୍ ପାରିତ ହୋଇଥିଲା । ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଦରମା ବୃଦ୍ଧିର ପୁନର୍ବିଚାର କରନ୍ତୁ ବୋଲି ବିଜେଡି କହିଛି । ସୂଚନାମୁତାବକ ଶୀତକାଳୀନ ଅଧିବେଶନ ସମୟରେ ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପାରିତ ହୋଇଥିଲା । ଭତ୍ତା ୧ ଲକ୍ଷରୁ ୩ ଲକ୍ଷ ୪୫ ହଜାରକୁ ବୃଦ୍ଧି ପାଇଥିଲା । ଦରମା ୩ ଗୁଣ ବୃଦ୍ଧି ପାଇବା ପରେ ଚର୍ଚ୍ଚା ବଢ଼ିଥିଲା ।
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ,ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି
By madhulekha1 Min Read
