ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ପ୍ରେମିକା ଗାଁରେ ପ୍ରେମିକର ମୃତ୍ୟୁ ।ମୃତକ ହେଲେ କଟକ ଜିଲା ସାଲେପୁର ଥାନା ଗଙ୍ଗେଶ୍ୱର ଦେଉଳି ଗ୍ରାମର ମନୋଜ ଦାସଙ୍କ ପୁଅ ଅଶୋକ(୧୭) ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ଅଶୋକଙ୍କ ମା’ ବେବିନା ତାଙ୍କ ପୁଅକୁ ପ୍ରେମିକା ଘର ଲୋକେ ହତ୍ୟା କରି ଟାଙ୍ଗି ଦେଇଥିବା ବିଞ୍ଚାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାମୁତାବକ ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ଝିଅଙ୍କ ଗତବର୍ଷ କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ବାହାଘର ହୋଇଥିଲା। ବାହାଘର ପରେ ସେଠାରେ ବୋହୂଙ୍କ ସହ ସେହି ଗ୍ରାମର ଅଶୋକ (୧୭)ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ଅନୈତିକ ପ୍ରେମ ସମ୍ପର୍କ ଯୋଗୁ ଶାଶୁଘର ସହ ବୋହୂଙ୍କ ମନାନ୍ତର ହେବାରୁ ସେ ଆସି ବାପ ଘରେ ରହୁଥିଲେ। ଅଶୋକ ପ୍ରେମିକାଙ୍କ ଘରକୁ ଗୁରୁବାର ଆସିଥିଲେ। ବିଳମ୍ବିତ ରାତିରେ ଅଶୋକ ନିଜ…
Author: madhulekha
ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ । ପାୱାରହାଉସ ଛକ ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା କାରକୁ ଧକ୍କା ଦେଲା ହାଇୱା । ରେଡ୍ ସିଗନାଲ ଥିବାରୁ କାରଟି ଟ୍ରାଫିକ୍ ପୋଷ୍ଟରେ ଛିଡା ହୋଇଥିବା ବେଳେ, ଅଚାଚନକ ଆସି ଧକ୍କା ଦେବା ସହ କାରକୁ ୨୦ମିଟର ଯାଏ ଘୋଷାଡ଼ି ନେଇଥିଲା ।ଏପିରିକି ୨୦ ମିଟର ଯାଏଁ କାର୍ କୁ ଘୋଷାଡ଼ି ନେଇଥିଲା ହାଇଓ୍ୱା । ସୌଭାଗ୍ୟବଶତଃ କାର୍ ମାଲିକ ତଥା ଚାଳକଙ୍କୁ କୌଣସି କ୍ଷତି ହୋଇନାହିଁ । ହେଲେ କାର୍ ଭାଙ୍ଗି ରୁଜି ଯାଇଛି ।ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ହାଇୱା ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।
ଆସନ୍ତା ୨୪ ତାରିଖ ଯାଏ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ରହିବ । ସବୁଠୁ ଥଣ୍ଡା ଥିଲା ଜି. ଉଦୟଗିରି । ଏଠାରେ ପାରଦ ୪.୩ ରେକର୍ଡ କରାଯାଇଛି । ଗତ କିଛି ଦିନ ହେବ କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଶୀତ ଅପେକ୍ଷାକୃତ ବଢିଛି । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେରେ ଘନ କୁହୁଡି ସାଙ୍ଗକୁ ଶୀତ । ୭ ଡିଗ୍ରୀ ତଳେରହିଛି ପାରଦ । ଘନ କୁହୁଡ଼ି ଯୋଗୁଁ ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି ।ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପତଳା କୁହୁଡ଼ି ହୋଇପାରେ । କିନ୍ତୁ ଘନ କୁହୁଡ଼ିର ଆଶଙ୍କା ନାହିଁ । ପାଗ ଶୁଖିଲା, ଖରାଟିଆ ଓ ମେଘମୁକ୍ତ ରହିବ । ଡିସେମ୍ବର ୨୫ରେ ଭୁବନେଶ୍ୱରର ରାତି ତାପପାତ୍ରା ପ୍ରାୟ ୧୫ ଡିଗ୍ରୀ ପାଖାପାଖି…
ରେଞ୍ଜରଙ୍କ ଘରେ ଭିଜିଲାନସ ରେଡ୍ । ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସଦର ଥାନା ଚାଟରା ସ୍ଥିତ ଘର ସମେତ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ତେବେ ରେଞ୍ଜରଙ୍କ ଠାରୁ କେତେ ଟଙ୍କାର ସମ୍ପତ୍ତି ଆଦାୟ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ରେଡ୍ ଶେଷ ହେବା ପରେ ସମ୍ପତ୍ତିର ମୂଲ୍ୟ ସାମ୍ନାକୁ ଆସିବ । କିନ୍ତୁ ଖବର ଅନୁସାରେ, ରେଡ୍ ସମୟରେ ପୁଳାପୁଳା ସୁନା ସାଙ୍ଗକୁ ବିପୁଳ ଟଙ୍କା ଜବତ କରାଯାଇଥିବା ଜଣାପଡିଛି ।
ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରି–୨୦୨୬ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ନୋର ସମସ୍ତ ବିଭାଗର ଅଣ୍ଡର ଗ୍ରାଜୁଏଟ (ସ୍ନାତକ),ପୋଷ୍ଟ୍ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗାମର ନାମଲେଖା ସୁବିଧା ରହିଛି। ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗାମ ଅନ୍ତର୍ଗତ କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ଲେଖାଉଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃପଞ୍ଜୀକରଣ ଦେୟ ବାବଦରେ ୫୦ ପ୍ରତିଶତ ଛାଡ କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବସାଇଟ www.ignou.ac.in…
ସେଲଫି ନେଉ ଥିବା ବେଳେ ହୀରାକୁଦ ଡ୍ୟାମକୁ ଖସି ପଡିଥିବା ଯୁବତୀ ଶେଷରେ ଉଦ୍ଧାର ହୋଇଛନ୍ତି। ଝାରସୁଗୁଡା ଓ ସମ୍ବଲପୁରକୁ ସଂଯୋଗ କରୁଥିବା ରମ୍ପେଲା ସେତୁରେ ସେଲଫି ନେଲାବେଳେ ଯୁବତୀ ଜଣକ ଖସିପଡ଼ିଥିଲେ। ଖସିପଡ଼ି ପ୍ରାଣ ବିକଳରେ ପହଁରି ପହଁରି ହୀରାକୁଦ ଜଳଭଣ୍ଡାରରେ ଥିବା ଅଧାବୁଡ଼ା ମନ୍ଦିର ଚୂଡ଼ାକୁ ଧରି ଜୀବନ ରକ୍ଷା କରିଥିଲେ। ଦୀର୍ଘ ସମୟ ଧରି ସେଠାରେ ରହିବା ପରେ ବନହରପାଲି ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀ ତାଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ। ଯୁବତୀ ଜଣଙ୍କ ବ୍ରଜରାଜନଗର ଇଟାଭଟାର ସାବିତ୍ରୀ ମେହେର। ବର୍ତ୍ତମାନ ସେ ସୁସ୍ଥ ରହିଥିବା ଜଣାପଡ଼ିଛି।
ଡିସେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୟୁନିଟ-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ।ତେବେ ଆଗାମୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
କୋରାପୁଟ ସୁନାବେଡ଼ା ଗସ୍ତରେ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।କୋରାପୁଟ ସୁନାବେଡାରେ କାଦ୍ୟ ଗୁଣବତ୍ତାକୁ ନେଇ ରାଗିଗଲେ ମନ୍ତ୍ରୀ | ଡାଲମାରେ ଡାଲି କି ପରିବା ନଥିବା କହି ଚେତାବନୀ ଦେଲେ । ପରିବର୍ତ୍ତନ କରିବା ପାଇଁ ୱାଣ୍ଣିଂ ଦେଲେ ମନ୍ତ୍ରୀ । ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ୍ ମହାଜନ ମଧ୍ୟ ରହିଥିଲେ । ଆହାର କେନ୍ଦ୍ରରେ ଭାତ, ଡାଲମା ଓ ଆଚାର ଖାଇଛନ୍ତି ମନ୍ତ୍ରୀ । କୋରାପୁଟ ଗସ୍ତରେ ଅଛନ୍ତି ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ…
ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ଇହା ମଧ୍ୟରେ ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍କୁ ଅଟୋ ସିଗନାଲିଂ ହୋଇସାରିଛି ।୨୦୨୪-୨୫ ଆର୍ଥିକ ବର୍ଷରେ ମଞ୍ଜୁରିପ୍ରାପ୍ତ ଏହି ପ୍ରକଳ୍ପ ଯାତ୍ରୀ ସୁରକ୍ଷା ବୃଦ୍ଧି, କାର୍ଯ୍ୟକ୍ଷମ ଦକ୍ଷତା ଉନ୍ନତ ଓ ଗୁରୁତ୍ୱପୂର୍ଣ୍ଣ ରେଳ କରିଡରରେ ଅଧିକ ଅନୁମୋଦିତ ଟ୍ରେନ୍ ଗତି ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬ ଜାନୁଆରୀ ସୁଦ୍ଧା କାର୍ଯ୍ୟ ଶେଷ ପରେ ଟ୍ରେନ୍ ଗୁଡ଼ିକ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ସୁରକ୍ଷିତ ଭାବେ ଚାଲିପାରିବ । ଏହା ଦ୍ବାରା ଟ୍ରେନ୍ ଯାତ୍ରା ସମୟ ହ୍ରାସ ପାଇବ। ସମୟାନୁବର୍ତ୍ତିତାରେ ଉନ୍ନତି ଆସିବା ସହ ଯାତ୍ରୀଙ୍କ ସୁବିଧା ମଧ୍ୟ ବୃଦ୍ଧି ପାଇବ। ପ୍ରକଳ୍ପର ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ୍(ଏସ୍ ଆଣ୍ଡ୍ ଟି) ଉପାଦାନ ଅନ୍ତର୍ଗତ ଏହି ସେକ୍ସନରେ ୮ଟି ଷ୍ଟେସନ, ୧୦ଟି…
ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ ୫ ଫୁଟରୁ ଅଧିକ ଘନ ବରଫର ଚାଦରରେ ଆଚ୍ଛାଦିତ ଥାଏ । କିନ୍ତୁ ଏହି ବର୍ଷର ପାଗ ବୈଜ୍ଞାନିକ ଏବଂ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।ପୂର୍ବ ବର୍ଷଗୁଡ଼ିକ ପରି, କେଦାରନାଥ ଧାମରେ ଶେଷ ତୁଷାରପାତ ନଭେମ୍ବର ୨୦ତାରିଖରେ ହୋଇଥିଲା। ଡିସେମ୍ବରର ତୃତୀୟ ସପ୍ତାହ ଆରମ୍ଭ ହୋଇଗଲେ ମଧ୍ୟ ପାହାଡ ମଧ୍ୟ ଶୁଷ୍କ ରହିଛି । ଧାମରେ ରାତିର ତାପମାତ୍ରା -୧୦ ଡିଗ୍ରୀ ସେଲସିୟସକୁ ହ୍ରାସ ପାଉଛି । ସୂର୍ଯ୍ୟ ସକାଳ ୧୦ ଟାରେ ଦେଖାଯାଉଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ଅଦୃଶ୍ୟ ହୋଇଯାଉଛି ।କିନ୍ତୁ ଏଯାଏ କାହିଁକି ବରଫ ପଡ଼ିନି ବୋଲି ସ୍ଥାନୀୟ ଲୋକ ଚିନ୍ତାରେ ରହିଛନ୍ତି। ଗତବର୍ଷ ନଭେମ୍ବର ୨୦ ତାରିଖରେ ଏହି ସ୍ଥାନରେ ବରଫ ବର୍ଷା ହୋଇସାରିଥିଲା।ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରତୀକ ଜୈନ କହିଛନ୍ତି…