କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ ।ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ ।କେବଳ ପରିକ୍ରମା ମାର୍ଗ ନୁହେଁ, ନିର୍ମାଣ ପରେ କାମରେ ନଲାଗି ଦୀର୍ଘ ବର୍ଷ ଧରି ପଡିରହିଥିବା ଟୁରିଷ୍ଟ୍ ଇଣ୍ଟର୍ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ବ୍ୟବହାର ଉପଯୋଗୀ କରାଯିବ । ଗଡ଼ଖାଇ ଖନନରୁ ବାହାରିଥିବା ଐତିହାସିକ ସାମଗ୍ରୀକୁ ଏଠାରେ ସ୍ଥାନିତ କରାଯିବ । ତା’ ସହିତ କାଫେଟେରିଆ, ପାର୍କ, ପିଲାଙ୍କ ପାଇଁ ମନୋରଞ୍ଜନ ଆଦି ବ୍ୟବସ୍ଥା ରହିବ । ଆସନ୍ତା ଦୁଇ ମାସ ଭିତରେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରାଯାଇ କାମ ଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ବର୍ଷ ଡିସେମ୍ବର ବେଳକୁ ଐତିହାସିକ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ପ୍ରକଳ୍ପ ବାସ୍ତବ…
Author: madhulekha
କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି କଏଦୀ।ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ କରିପାରିବେନି ଗଣ୍ଡଗୋଳ। କଏଦୀଙ୍କୁ ଜଗିବ ଏଆଇ। ୧୮ଟି ଜେଲରେ ଖଞ୍ଜା ହେବ କ୍ୟାମେରା। ସନ୍ଦେହଜନକ ସ୍ଥିତିରେ ବାଜିବ ସାଇରନ୍। ଜେଲ୍ ଭିତର ହେଉକି ସେଲ୍ ଭିତର ସବୁଠି ଟିକନିକ୍ ନଜର ରଖିବ ଏଆଇ।ନିକଟରେ କଟକ ଚୌଦ୍ଵାର ଜେଲରୁ ଫେରାର ହୋଇଯାଇଥିବା ଦୁଇ ବିହାରୀ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଧରିବା ତ ଦୂରର କଥା, ସେମାନଙ୍କର ଛାଇ ବି ଏଯାବତ ଦେଖିପାରିନି। ଫଳରେ ଏବେ ଜେଲ୍ ବିଭାଗର ଚେତା ପଶିଛି। ଗତ ୨୫ ବର୍ଷର ରିପୋର୍ଟ ଦେଖିଲେ ୧୦୭ କଏଦୀ ଜେଲରୁ ଚମ୍ପଟ ମାରିଛନ୍ତି। ସେମାନଙ୍କ ଭିତରୁ ୬୮ ଜଣ ଧରାପଡ଼ିଥିବା ବେଳେ ଏବେବି ୩୯ କଏଦୀ ଫେରାର…
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରୁ ବାଦ ପଡିଛନ୍ତି ଉପ ଅଧିନାୟକ ଥିବା ଶୁଭମନ୍ ଗିଲ୍ । ପ୍ରଥମ କରି ଟି-୨୦ ବିଶ୍ୱକପ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର । ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ଫେବୃଆରୀ ୭ରୁ ଆରମ୍ଭ ହେବ ବିଶ୍ବକପ ମୁକାବିଲା ।ଭାରତୀୟ ସ୍କ୍ବାର୍ଡ : ସୂର୍ଯ୍ୟକୁମାର ଯାଦବ( ଅଧିନାୟକ), ଅଭିଷେକ ଶର୍ମା, ଅକ୍ଷର ପଟେଲ ( ଉପ ଅଧିନାୟକ), ସଞ୍ଜୁ ସାମସନ, ଈଶାନ କିଷନ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଜସପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଂଶିଟନ ସୁନ୍ଦର ।
ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା।ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। ଏବେ ସୁଦ୍ଧା ରାଜେନ୍ଦ୍ରଙ୍କ ଗୋଟିଏ ୩ ମହଲା କୋଠା, ୩ ଟି ଦାମୀ ପ୍ଲଟ, ସାଢେ ୩ ଲକ୍ଷ ନଗଦ ଟଙ୍କା, ୨୦୦ ଗ୍ରାମ ସୁନା, ୬୭ ଲକ୍ଷର ବ୍ୟାଙ୍କଜମା, ଗୋଟିଏ ୪ ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜେନ୍ଦ୍ରଙ୍କ ୪ ଠିକଣାରେ ରେଡ୍ ମାରିଥିଲା ଭିଜିଲାନ୍ସ ।୧୯୮୫ରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ରାଜେନ୍ଦ୍ରଙ୍କ ପ୍ରାରମ୍ଭିକ ଦରମା ଥିଲା ମାସିକ ମାତ୍ର ୧୫୦୦ଶହ ଟଙ୍କା । ୨୦୨୧ରେ ସେ ଡେପୁଟୀ ରେଞ୍ଜର ଭାବେ ପଦୋନ୍ନତି ପାଇଥିବା ବେଳେ, ଅନୁଗୁଳରେ ନିୟୋଜିତ ଥିଲେ । ୨୦୨୩ରେ ସେ ରେଞ୍ଜର ଭାବେ ପଦୋନ୍ନତି…
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ ଦଣ୍ଡାଦେଶ । ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଦୁର୍ନୀତି ମାମଲାରେ ୧୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ୧୬.୪ ନିୟୁତ ପାକିସ୍ତାନୀ ଟଙ୍କା ଜରିମାନା ସହ ଉଭୟଙ୍କୁ ୧୭ ବର୍ଷର ଦେଲ ଦଣ୍ଡ ଶୁଣାଇଛନ୍ତି ।ଏହି ମାମଲା ୨୦୨୧ ମସିହା ମଇ ମାସରେ ସାଉଦି ଆରବ ଗସ୍ତ ସମୟରେ ଇମ୍ରାନ ଖାନଙ୍କୁ ଉପହାର ସ୍ୱରୂପ ମିଳିଥିବା ଏକ ଦାମୀ ‘ବୁଲଗାରି’ ଗହଣା ସେଟ୍ ସହ ଜଡିତ । ଅଭିଯୋଗ ଅନୁଯାୟୀ, ଇମ୍ରାନ ଏହି ଦାମୀ ଗହଣା ସେଟ୍ର ମୂଲ୍ୟକୁ ବହୁତ କମ୍ ଦର୍ଶାଇ ସରକାରୀ ତୋଷାଖାନାରୁ ଅତି ଶସ୍ତାରେ ନିଜ ପାଇଁ କିଣି ନେଇଥିଲେ । ପାକିସ୍ତାନ ନିୟମ ଅନୁଯାୟୀ, ବିଦେଶୀ ଗସ୍ତ ସମୟରେ ମିଳୁଥିବା ଉପହାରକୁ ରାଜକୋଷ ବା ତୋଷାଖାନାରେ ଜମା କରିବାକୁ ପଡିଥାଏ । ଯଦି…
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଯୁକ୍ତ ୨ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ପ୍ରକାଶ କରିଛି। ଆଡ୍ମିଟ୍ କାର୍ଡ ଶୁକ୍ରବାରଠାରୁ ସାମ୍ସ ଇ – ସ୍ପେସ୍ ୱେବସାଇଟ୍ରେ ଉପଲବ୍ଧ ହୋଇଛି। ସମସ୍ତ ଷ୍ଟ୍ରିମ୍ର ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଡମିଟ୍ କାର୍ଡ ପ୍ରଦାନ ସମୟପରେ ନାଁ, ପିତା, ମାତାଙ୍କ ନାମ, ପରୀକ୍ଷା ବିଷୟର ବିଷୟକୁ ଭଲ ଭାବେ ଯାଞ୍ଚ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ କୁହାଯାଇଛି । ତେବେ ଆସନ୍ତା ୨୨ ତାରିଖରୁ ୩୧ ତାରିଖ ଯାଏ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ । ଜାନୁଆରୀ ୨ରୁ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ହେବ । ଫେବ୍ରୁଆରୀ ୧୮ରୁ ୨୫ ମାର୍ଚ୍ଚ ଯାଏ ଥିଓରୀ ପରୀକ୍ଷା ହେବ । ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ମୋଟ୍ ୪ ଲକ୍ଷ ୭୩୭ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି ।
ମାଲକାନଗିରି: ନବମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ନିସ୍ତୁକ ମାଡ଼ । ବିଦ୍ୟାଳୟର ନବମ ଶ୍ରେଣୀର କିଛି ଛାତ୍ରଙ୍କ ସହ ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ରଙ୍କ ସହି ଯୁକ୍ତିତର୍କ ହୋଇଥିଲା । ଏହାପରେ ନବମ ଶ୍ରେଣୀର ୫ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ସହ ବିଭିନ୍ନ ପ୍ରକାରର କାମ କରାଇ ନିର୍ଯାତନା ଦେଇଥିଲେ । ଶେଷରେ କିଛି ଛାତ୍ର ଏ ସଂପର୍କରେ ଅଭିଭାବକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ଅଭିଭାବକମାନେ ଛାତ୍ରଙ୍କ ଅଭିଯୋଗ ସଂପର୍କରେ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଏ ସଂପର୍କରେ ଅଧ୍ୟକ୍ଷ କିଛି ଜାଣିନଥିବା କହିଥିଲେ । ପରେ ଘଟଣାଟିକୁ ଚାପିବା ପାଇଁ ନିର୍ଯାତନା ଦେଇଥିବା ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।ମାଡ ଖାଇଥିବା ଛାତ୍ରଙ୍କୁ ଅଭିଭାବକ ସ୍କୁଲ ଛାଡ଼ିବାକୁ ବର୍ତ୍ତମାନ ନାରାଜ । ଏପଟେ ଛାତ୍ର ମାନେ ହଷ୍ଟେଲ ୱାର୍ଡ଼େନ ଓ ଖେଳ ଶିକ୍ଷକଙ୍କ…
ଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ପାଇଲଟଙ୍କ ଗୁଣ୍ଡାଗର୍ଦ୍ଦି। ପାଇଲଟ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ତାଙ୍କୁ ବୋର୍ଡିଂ ଲାଇନ ଭାଙ୍ଗିବାକୁ ବିରୋଧ କରିବାରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଯାତ୍ରୀ ଅଙ୍କିତ ଦିୱାନ ଇନଷ୍ଟାଗ୍ରାମରେ ତାଙ୍କ ମୁହଁରେ ରକ୍ତ ଲାଗିଥିବା ଏକ ଫଟୋ ସେୟାର କରି ଆକ୍ରମଣର ବର୍ଣ୍ଣନା କରିଛନ୍ତି ଏବଂ ଏୟାରଲାଇନ୍ସ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବିଷୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।ଏୟାର ଇଣ୍ଡିଆ ଏବଂ ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଛନ୍ତି। ସେ ପାଇଲଟଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।ଦିୱାନ କହିଛନ୍ତି ଯେ ତାଙ୍କ ସାତ ବର୍ଷର ଝିଅ ଆକ୍ରମଣ ଦେଖି ଏପର୍ଯ୍ୟନ୍ତ ମର୍ମାହତ। ଏହି ଘଟଣା ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୧ରେ ଘଟିଛି। ଦିୱାନ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସେ…
ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର ପୋଲିସ ଗୁରୁବାର ଗିରଫ କରି ଶୁକ୍ରବାର ସୁନ୍ଦରଗଡ଼ ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତ ହେଲେ କୁଲଦୀପ ହାସଦା(୨୩)। ଏନେଇ ପୋଲିସ ଏକ ମାମଲା ନଂ.୬୧୬/୨୫ ରୁଜୁ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍ବୁକ୍ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲା। ଜୁନ୍ ମାସରେ ଛାତ୍ରୀଙ୍କୁ ଡକାଇ ଜୋରଜବରଦସ୍ତ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲା ଯୁବକ। ଭୟରେ ଛାତ୍ରୀ ଜଣକ ଏ ବିଷୟରେ ଘରେ କାହାରିକୁ କହିନଥିଲେ।ହେଲେ ଗତ ୨ ଦିନ ତଳେ ନାବାଳିକାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର…
ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା ଦେଇଥିବା ଜଣାପଡିଛି । ଧକ୍କା ଏତେ ଭୟଙ୍କର ଥିଲା ଯେ ଇଞ୍ଜିନ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଛି। କିନ୍ତୁ ସୌଭାଗ୍ୟବଶତଃ ଟ୍ରେନରେ ଥିବା କୌଣସି ଯାତ୍ରୀ ଆହତ ହୋଇ ନଥିବା ଜଣାପଡିଛି। ଘଟଣାସ୍ଥଳରେ ଆଠଟି ହାତୀଙ୍କ ମୃତଦେ ପଡିଥିବା ଦେଖିବାକୁ ମିଳିଛି ।ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ହାତୀ କରିଡର ନାହିଁ । ହାତୀ ପଲକୁ ଦେଖିବା ପରେ ଲୋକୋ ପାଇଲଟ୍ ବ୍ରେକ୍ ଲଗାଇଥିଲେ। ଟ୍ରେନ୍ଟି ହାତୀ ପଲ ସହିତ ଧକ୍କା ଖାଇଥିଲା । ଯାହା ଫଳରେ ଦୁଃଖଦ ଘଟଣା ଘଟିଛି । ଟ୍ରେନ୍ ଧକ୍କାରେ ମୃତ ହାତୀଙ୍କର ଶରୀରର କିଛି ଅଂଶ ରେଳ ଟ୍ରାକରେ ବିଛାଡ଼ି ହୋଇ ପଡିଛି । ଫଳର ଅନେକ ଟ୍ରେନ୍ ରୁଟ୍ ପରିବର୍ତ୍ତନ କରାଯାଇଛି ଏବଂ ଅନେକ ଟ୍ରେନ୍ ବାତିଲ କରାଯାଇଛି…