ବଲିଉଡ୍ ଜଗତରୁ ଏକ ଖବର ସାମ୍ନାକୁ ଆସିଛି । ଗତକାଲି ମୁମ୍ବାଇରେ ଅଭିନେତ୍ରୀ ନୋରା ଫତେହି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା । ଦୁର୍ଘଟଣା ପରେ ଅଭିନେତ୍ରୀ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଏଥିସହ ସେଠାରେ ତାଙ୍କର ସିଟି ସ୍କାନ୍ ମଧ୍ୟ ହୋଇଥିଲା ।ଘଟଣା ପରେ ମଦ୍ୟପ ଡ୍ରାଇଭର ଗିରଫ ହୋଇଛି । ନୋରା ସୁରକ୍ଷିତ ଥିବା ସୂଚନା ରହିଛି ।
ନୋରା ଡେଭିଡ୍ ଗୁଏଟାଙ୍କ କନସର୍ଟରେ ଯୋଗଦେବା ପାଇଁ ସନବର୍ଣ୍ଣ ଫେଷ୍ଟିଭାଲକୁ ଯାଉଥିବା ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା
