ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ୧୩୬୨ କୋଟିର ଭେଟି । ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ ଯୋଗଦେଇ ଜିଲ୍ଲାବାସୀଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଯେ, ଧନୁଯାତ୍ରାକୁ ୟୁନେସ୍କୋ ସ୍ୱୀକୃତି ପ୍ରଦାନ ପାଇଁ ସରକାର ପ୍ରୟାସ କରୁଛନ୍ତି । ଏହାସହ ଯାତ୍ରା ପାଇଁ ସରକାରୀ ଅନୁଦାନକୁ ୧.୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ପାଇଁ ୧,୩୬୨ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଯମୁନା ନଦୀରେ ୧୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଆନ୍ନିକଟ ନିର୍ମାଣ ପାଇଁ ସେ ଅନୁମୋଦନ କରିଥିବା ବେଳେ ମଥୁରନଗରୀ ଦେଇ ଯାଇଥିବା କେନାଲ ଉପରେ ୪୦କୋଟି ଟଙ୍କା ବ୍ୟୟ ଅଟକଳରେ ସୌନ୍ଦର୍ଯ୍ୟକରଣ କରାଯିବ।
