ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଇବର ଠକେଇ ମାମଲାର ଶୀଘ୍ର ନ୍ୟାୟ ପ୍ରଦାନ । ଏଥିସହ ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୭ଟି କୋର୍ଟ ଖୋଲାଯିବା ନେଇ ଯୋଜନା କରାଯାଇଛି ।ସାଧାରଣ କୋର୍ଟରେ ବହୁ ମାମଲା ବିଚାରାଧିନ ଥିବାରୁ ସାଇବର ମାମଲା ଗୁଡ଼ିକରେ ବିଳମ୍ବ ହୋଇଥାଏ । ସ୍ୱତନ୍ତ୍ର କୋର୍ଟ ହେବା ଫଳରେ ମାମଲାଗୁଡ଼ିକର ତ୍ବରିତ ସମାଧାନ ହୋଇପାରିବ ।
ଖୋଲିବ ନୂଆ ସାଇବର କୋର୍ଟ: ପୃଥ୍ୱୀରାଜ
By madhulekha1 Min Read
