ନୂଆବର୍ଷରେ ବରିଷ୍ଠ IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଅନୁ ଗର୍ଗଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ଉନ୍ନୟନ କମିଶନର ହୋଇଛନ୍ତି । ତେବେ ଶୁକ୍ରବାର ଉନ୍ନୟନ କମିଶନ ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଦେଓରଞ୍ଜନ ସିଂହ। ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗଙ୍କୁ ଦାୟିତ୍ଵ ମିଳିବା ପରେ ରାଜ୍ୟ ସରକାର ଡିସି ଭାବରେ ଦେଓ ରଞ୍ଜନଙ୍କୁ ଦାୟିତ୍ଵ ଦେଇଥିଲେ। ଦେଓରଞ୍ଜନ ସିଂହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱରେ ରହିବେ। ଆଜି ଦାୟିତ୍ୱ ନେବା ପରେ ଦେଓ ରଞ୍ଜନ ସିଂହ କହିଛନ୍ତି। ମୋ ଉପରେ ବିଶ୍ଵାସ ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶା ବିକାଶର ଏବେ ନୂଆ ଅଧ୍ୟାୟ ଲେଖାଯାଉଛି। ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧ ହେବ।
ଦାୟିତ୍ବ ନେଲେ ନୂଆ ଉନ୍ନୟନ କମିଶନର ଦେଓରଞ୍ଜନ ସିଂହ
By madhulekha1 Min Read
