ଭାରତକୁ ଟ୍ରମ୍ପଙ୍କ ଚେତାବନୀ । ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ରୁଷ ତୈଳ କିଣିବା ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି । କହିଛନ୍ତି, ମୋଦି ଜଣେ ଭଲ ବ୍ୟକ୍ତି, କିନ୍ତୁ ସେ ଜାଣିଛନ୍ତି ମୁଁ ଖୁସି ନୁହେଁ । ମୋତେ ଖୁସି କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ସେମାନେ ବାଣିଜ୍ୟ କରନ୍ତୁ, ମୁଁ ସେମାନଙ୍କ ଉପରେ ଟାରିଫ୍ ବଢ଼ାଇବି ବୋଲି କହି ଧମକ ଦେଇଛନ୍ତି ଟ୍ରମ୍ପ ।ସେ ଭାରତ ଏବଂ ଋଷ ମଧ୍ୟରେ ଚାଲିଥିବା ତୈଳ କାରବାରକୁ ନେଇ ଏପରି କହିଛନ୍ତି । ଯାହାକୁ ଟ୍ରମ୍ପ୍ ପ୍ରଶାସନ ଦୀର୍ଘ ଦିନ ହେବ ବିରୋଧ କରୁଛି । ୨୦୨୫ ଅଗଷ୍ଟ ମାସରେ ୟୁଏସ ଭାରତ ଉପରେ ଦୁଇଗୁଣା ଟାରିଫ୍ ଲଗାଇଥିଲା । ତେବେ ଟ୍ରମ୍ପଙ୍କ ବୟାନ ଆସିବା ପରେ ପୁଣି ଭାରତ ଏବଂ ଋଷ ମଧ୍ୟରେ ଥିବା ତୈଳ କାରବାର ପ୍ରଭାବିତ ହୋଇପାରେ ।…
Author: madhulekha
ସୋମବାରଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡ଼ି ରହିବା ନେଇ ବିଭାଗ ଆକଳନ କରିଛି। ସେହିପରି ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା ସମ୍ଭାବନା ରହିଛି ।ସୋମବାର ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ନୂଆପଡ଼ା, ନବରଙ୍ଗପୁରରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ଭିତରେ ରହିବ । ମଙ୍ଗଳବାର ଫୁଲବାଣୀରେ ୮ ଡିଗ୍ରୀ, କୋରାପୁଟରେ ୯, ବୌଦ୍ଧ ଓ ଭବାନୀପାଟଣାରେ ୧୦, ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୧, କେନ୍ଦୁଝର,…
ଭାରତକୁ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଆସିବାକୁ ମନ୍ କଲା ବାଂଲାଦେଶ। ଏନେଇ ଆଇସିସିକୁ ଫେରାଦ ହେବ ବୋଲି ଜାରି କଲା ସୂଚନା । ଭାରତ ବାହାରେ ସମସ୍ତ ମ୍ୟାଚ୍ ଖେଳିବାକୁ ପ୍ରସ୍ତାବ ଦେବ ଜଣାଇଲା। ବିସିସିଆଇ ନିର୍ଦ୍ଦେଶରେ ମୁସ୍ତାଫିଜୁରଙ୍କୁ କେକେଆର ବାଦ୍ ଦେବାରୁ ପାଲଟା ପଦ କ୍ଷେପ ନେଇଛି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)। ଟି-୨୦ ବିଶ୍ୱକପ୍ ପାଇଁ ଦଳ ଭାରତ ଯାତ୍ରା ନକରିବା ପାଇଁ ସୁରକ୍ଷା ଚିନ୍ତାକୁ କାରଣ ବୋଲି ବିସିବି ଦର୍ଶାଇଛି। ଆଇସିସିକୁ ପଠାଯାଇଥିବା ଏକ ଇମେଲରେ ବିସିବି କହିଛି, “ସୁରକ୍ଷା ଚିନ୍ତା ଯୋଗୁଁ, ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ଭାରତ ପଠାଇବା ସମ୍ଭବ ନୁହେଁ।” ରବିବାର ଅପରାହ୍ନରେ, ୧୭ ଜଣ ବିସିବି ନିର୍ଦ୍ଦେଶକ ଏକାଠି ହୋଇ ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଂଲାଦେଶ ଭାରତୀୟ ମାଟିରେ ଏହାର କୌଣସି ବିଶ୍ୱକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।…
ଭିଜିଲାନସ ଜାଲରେ ପୋଲିସ ବାବୁ । ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା । ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଆଇଆଇସି । ଭୁବନେଶ୍ବର ରାଜମହଲ ଛକରେ କଟକ CRRI ଥାନାଧିକାରୀ ବିଜୟ କୁମାର ବାରିକଙ୍କୁ ଲାଞ୍ଚ ଟଙ୍କା ସହ ଧରିଲା ଭିଜିଲାନ୍ସ । IICଙ୍କ ୨ଟି ଠିକଣାରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।
ସାରା ରାଜ୍ୟରେ ଏବେ ଗାଡ଼ିର ପଲ୍ୟୁସନ୍ ଟେଷ୍ଟିଂକୁ ନେଇ ହଟଚମଟ । ନିଜ ନିଜ ଗାଡ଼ିର ପଲ୍ୟୁସନ୍ ଟେଷ୍ଟିଂ କରାଇବାକୁ ଲୋକେ ବ୍ୟସ୍ତ ହେଉଛନ୍ତି, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଆଗରେ ଧାଡ଼ି ଲଗାଉଛନ୍ତି । ଆଉ ଏହାର ସୁଯୋଗ ନେଇ ମାଲାମାଲ୍ ହେଉଛନ୍ତି ପଲ୍ୟୁସନ୍ ଦଲାଲ । ସବୁ ଗାଡ଼ି ପାଇଁ ପଲ୍ୟୁସନ୍ ଟେଷ୍ଟିଂ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଫେବୃଆରୀ ୧ ଓ ପରେ ମାର୍ଚ୍ଚ ୩୧ ତାରିଖ ଯାଏଁ ଦେଇଛନ୍ତି ଡେଡ୍ ଲାଇନ୍ । ନିୟମ କଡ଼ା ହେବା ପରେ ପୁରା ଦମରେ ମାତିଛନ୍ତି ଦଲାଲ । ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକେ ବ୍ୟସ୍ତ ହେଉଛନ୍ତି, ଟେଷ୍ଟିଂ ସେଣ୍ଟର ଆଗରେ ଧାଡ଼ି ଲଗାଉଛନ୍ତି । ଆଉ ଲୋକଙ୍କ ବ୍ୟସ୍ତତାର ସୁଯୋଗ ନେଉଛନ୍ତି ଦଲାଲ, ହେଉଛନ୍ତି ମାଲାମାଲ୍ । ଓଡ଼ିଶାରୁ ନେଇ ୟୁପି, ହରିୟାଣା, ରାଜସ୍ଥାନ ଯାଏଁ ଏମାନେ ଅଛନ୍ତି ଆକ୍ଟିଭ୍ । ଜଣେ ଜଣେ ଦଲାଲ…
ସମ୍ବଲପୁର ବାମରା ବ୍ଲକ ଅନ୍ତର୍ଗତ କହପାଣି ଗାଁର ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅନୈତିକ ପ୍ରେମ ଅଭିଯୋଗ ଆଣି ମୃତକଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀ ନିସ୍ତୁକ ପିଟିଛନ୍ତି। ଯାହାର ଭିଡ଼ିଓ ଭାଇରାଲ ହୋଇଛି। ଗତ ୨୮ ତାରିଖରେ କହପାଣି ଗ୍ରାମର ଅଶୋକ ବୁଡ଼ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ପୋଲିସ ଏକ ଅପ୍ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଅନୈତିକ ପ୍ରେମ ସମ୍ପର୍କ ଥିବା ଯୋଗୁଁ ଏହି ଘଟଣା ଘଟିଥିବା କେତେକ ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ଗ୍ରାମର କିଛି ଉତ୍ୟକ୍ତ ମହିଳା ମୃତ ଅଶୋକଙ୍କ ସ୍ତ୍ରୀଙ୍କୁ ନିସ୍ତୁକ ପିଟିଥିଲେ। ଠେଙ୍ଗା ଓ ଗୋଇଠା ବିଧା ମାରିଥିଲେ। ସୂଚନା ପାଇ ଗୋବିନ୍ଦପୁର ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା।
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ବାଡେଗୁଡା ଗ୍ରାମର ଗଦାଧର ବଗର୍ତ୍ତୀ ଙ୍କ ପୁତ୍ର ବିଦ୍ୟାଧର ବଗର୍ତ୍ତୀ ସାଇକେଲ ଯୋଗେ ଭାରତ ର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣରେ ବାହାରିଛନ୍ତି l ସେ ଛତିଶଗଡ଼, ପ୍ରୟାଗରାଜ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦ୍ବାରିକା ନାଥ , କେଦାର ନାଥ, ବଦ୍ରୀନାଥ, ସିକିମ, ଆସାମ ଅଞ୍ଚଳ ରେ ଥିବା ବିଭିନ୍ନ ମନ୍ଦିର, ମଠ ଦର୍ଶନ କରିବାର ଆଶା ରଖିଛନ୍ତି । ସେ ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରି ଯାତ୍ରା ଅଭିମୁଖେ ବାହାରି ପଡ଼ନ୍ତି ଓ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ଆର୍ଥିକ ଅନୁଦାନ ରେ ଖାଦ୍ୟ ପେୟ କରି ରାତ୍ରିରେ ଯେ କୌଣସି ରହଣି ସ୍ଥାନ ଦେଖି ରହନ୍ତି। ଲୋକ ମାନଙ୍କ ସାହାଯ୍ୟ ସହଯୋଗ ଦେଖି ସେ ବହୁତ ଖୁସି ଅନୁଭବ କରନ୍ତି । ତେଣୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳୁଛି।
ଜନ୍ମ ହେବା ମାତ୍ରେ ସମସ୍ତେ “କୁଣ୍ଡଳୀ” ସାଙ୍ଗରେ ନେଇ ଆସିଥାନ୍ତି l ତେବେ ସେଇ କୁଣ୍ଡଳୀ କେତେବେଳେ କାହା ଭାଗ୍ୟରେ କେମିତି ଥାଏ ତାହା ଏକ ଚଳଚ୍ଚିତ୍ର ମାଧ୍ୟମରେ ଆଗାମୀ ଦିନରେ ଦେଖିବେ ଓଡ଼ିଆ ଦର୍ଶକ l “କୁଣ୍ଡଳୀ” ଏକ ଓଡ଼ିଆ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର l ପ୍ରଥମଥର ପାଇଁ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର ଭାବେ ବୋଉ ବୁଟୁ ଭୂତ କୁ ଦର୍ଶକ ଢେର ଭଲ ପାଇବା ଦେଇଥିଲା ଏବଂ ବ୍ୟବସାୟିକ ସଫଳତା ମଧ୍ୟ ପାଇଥିଲା l କୁଣ୍ଡଳୀ ଏକ ବ୍ୟୟ ବହୁଳ ଭରପୁର ଭିଏଫଏକ୍ସ ବ୍ୟବହୃତ ଚଳଚ୍ଚିତ୍ର ଭାବେ ନିର୍ମାଣ ହେବ l ଯାହା ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କଟକ ମାଆ ଧାକୁଲେଇ ପୀଠରେ ଅନୁଷ୍ଠିତ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ଅବସରରେ କହିଛନ୍ତି ନିର୍ଦ୍ଦେଶକ ରୋହନଜିତ ଦାଶ lଏହି ଶୁଭ ମହୁରତ କାର୍ଯ୍ୟକ୍ରମରେ ନବାଗତା ପ୍ରଯୋଜିକା…
ନେପାଳରେ ଅବତରଣ ବେଳେ ରନୱେରୁ ଖସିଗଲା ବିମାନ । ଅଳ୍ପକେ ବର୍ତ୍ତିଲେ ୫୧ ଯାତ୍ରୀ ଓ ୪ କ୍ରିଉ ସଦସ୍ୟ । ନେପାଳ ଭଦ୍ରପୁରରେ ଏକ ଟର୍ବୋପ୍ରପ ଯାତ୍ରୀବାହୀ ଏୟାରକ୍ରାଫ୍ଟ ଅବତରଣ ବେଳେ ରନୱେରୁ ଖସି ଯାଇଥିଲା । ବିମାନରେ ୫୧ଜଣ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ବର ଥିଲେ । ତେବେ ଦୁର୍ଘଟଣାରୁ ସମସ୍ତେ ଅଳ୍ପେକ ବର୍ତ୍ତି ଯାଇଛନ୍ତି ।ଯାତ୍ରୀ ଓ କ୍ରିଉମେମ୍ବର ସୁରକ୍ଷତି ଥିବା ବୁଦ୍ଧ ଏୟାରଲାଇନସ ପକ୍ଷରୁ କୁହାଯାଉଛି । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଆସିଥିଲା ।
ସାଟେଲାଇଟ ସର୍ଭେରୁ ଧରାପଡିଲା ଫେକ ଧାନ ଚାଷ ପ୍ଲଟ । ଇନପୁଟ ସବସିଡି ଲୋଭରେ ଫେକ ପ୍ଲଟ ପଞ୍ଜୀକୃତ କରିଛନ୍ତି । ୨୫ ଲକ୍ଷ ପ୍ଲଟର ସାଟେଲାଇଟ ସର୍ଭେରେ ୧୯ଟି ଫେକ ପ୍ଲଟ ରହିଛି । ଏନେଇ ତଥ୍ୟ ଉପସ୍ଥାପନା କଲା ସମବାୟ ବିଭାଗ । ୩୦ଟି ଜିଲ୍ଲାରେ ୨୬ ଲକ୍ଷ ୧୪ ହଜାର ୧୩୭ଟି ପ୍ଲଟ ପଞ୍ଜୀକୃତ ହୋଇଛି । ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । ୫ ଲକ୍ଷ ୪୬ ହଜାର ୫୧୯ଟି ପ୍ଲଟରେ ଧାନ ଚାଷ ହେଉଛି । ୧୯ ଲକ୍ଷ ପ୍ଲଟରେ ଧାନ ଚାଷ କରାଯାଉ ନାହିଁ । ଫେକ ପ୍ଲଟ ଥିବା ଚାଷୀମାନଙ୍କୁ ସୋ କଜ ନୋଟିସ ଦେବାକୁ ନିର୍ଦ୍ଦେଶ ରହିଛି ।