ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ୍ ୭ଟି ସେବାର ୩୧୪ଟି ପଦବି ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଓଡ଼ିଶା ସିଭିଲ୍ ସର୍ଭିସ୍ ଯେଉଁମାନେ ଦିଅନ୍ତି ସେମାନଙ୍କର ଲକ୍ଷ୍ୟ ଥାଏ ଓଏଏସ୍ ହେବେ। ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍ ପଦବି ନାହିଁ। କେବଳ ଓଏଏସ୍ ନୁହେଁ, ଓଏଫ୍ଏସ୍, ଓଆର୍ଏସ୍ ପାଇଁ ମଧ୍ୟ କୌଣସି ଗୋଟିଏ ପଦ ନାହିଁ।ରାଜ୍ୟର ଲକ୍ଷାଧିକ ଆଶାୟୀ ଆଜି ଓଏଏସ୍, ଓଏଫ୍ଏସ୍, ଓଆର୍ଏସ୍ ଚାକିରିରୁ ବଞ୍ଚିତ ହେବାର ବଡ଼ କାରଣ ହେଉଛି ପ୍ରଶାସନିକ ଅବ୍ୟବସ୍ଥା। ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ମଡେଲ୍ କ୍ୟାଡର୍ ରୁଲ୍କୁ ଅର୍ଥ ବିଭାଗ ଓ ରାଜସ୍ବ ବିଭାଗ ମାନିନାହାନ୍ତି। ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ବିଭିନ୍ନ କ୍ୟାଡର୍କୁ ପଦୋନ୍ନତି ଦେଇଥିବାରୁ ବିବାଦ କୋର୍ଟରେ ପହଞ୍ଚିଛି। ଓଏଏସ୍ର ଫିଡର୍ କ୍ୟାଡର୍ ଓଆର୍ଏସ୍ କ୍ଷେତ୍ରରେ ଗୋଟିଏ ନିୟମ ଏବଂ ଓଏଫ୍ଏସ୍ର ଫିଡର୍ କ୍ୟାଡର୍ ଓଟିଏଏସ୍ କ୍ଷେତ୍ରରେ ଆଉ ଗୋଟିଏ ନିୟମ ଲାଗୁ କରିଛନ୍ତି। ମାମଲା କୋର୍ଟରେ ଥିବା ଦର୍ଶାଇ ରାଜସ୍ବ ବିଭାଗ ପଦୋନ୍ନତି ଦେଉନି। ଯେଉଁଥି ପାଇଁ ମୂଳ ପଦବି ଖାଲି ହେଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଏବେ ଓଏଏସ୍, ଓଏଫ୍ଏସ୍, ଓଆର୍ଏସ୍ ଖାଲିନଥିବା ଦର୍ଶାଇଛି।
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍ଏସ୍, ଓଆର୍ଏସ୍ ପଦବି ନାହିଁ
By madhulekha1 Min Read
