ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ରାଜ୍ୟକୁ ପୁଣି ଫେରିଛି ଶୀତ । ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ । ରାତି ତାପମାତ୍ରାରେ ୨-୪ ଡ୍ରିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଯାହା ଫଳରେ ରାଜ୍ୟରେ ଶୀତ ଆହୁରି ବଢ଼ିବ । ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ ।
Author: madhulekha
ଆନ୍ଧ୍ରପ୍ରଦେଶର କୋନାସୀମା ଜିଲାରେ ଏକ ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍ । ମାଲିକିପୁରମ ମଣ୍ଡଳର ଇରୁସ୍ମାଣ୍ଡା ନିକଟରେ ଏହି ଗ୍ୟାସ ଲିକ୍ ଯୋଗୁଁ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଧୂଆଁରେ ବୁଡ଼ି ରହିଛି । ଅନ୍ୟପଟେ ନିଆଁ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିିଛି । ନିଆଁ ଲାଗିବା ମାତ୍ରେ ଗାଁ ଲୋକେ ଓଏନଜିସି ଅଧିକାରୀଙ୍କୁ ସତର୍କ କରାଇ ଦେଇଥିଲେ। ଏହି ଗ୍ୟାସ ଲିକ୍ ଯୋଗୁଁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଛନ୍ତି । ସତର୍କତା ସ୍ୱରୂପ, ଅଧିକାରୀମାନେ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଖାଲି କରିଛନ୍ତି ।ପାଇପଲାଇନରେ ଗ୍ୟାସ ଲିକ୍ ଯୋଗୁଁ ଅଗ୍ନିକାଣ୍ଡରେ ଶହ ଶହ ନଡ଼ିଆ ଗଛ ପୋଡ଼ି ଯାଇଛି । ଅଧିକାରୀଙ୍କଠାରୁ ସୂଚନା ପାଇବା ପରେ ଓଏନଜିସି କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏକ ଘରୋଇ କମ୍ପାନୀ ୧୦ ଦିନ ପୂର୍ବରୁ ଗ୍ୟାସ ଭଣ୍ଡାର ଉପରେ କାମ ଆରମ୍ଭ କରିଥିଲା। ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ…
ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ସରକାରୀ କର୍ମଚାରୀ ତାଙ୍କ ମହିଳା ସହକର୍ମୀଙ୍କ ୧୬ ବର୍ଷୀୟା ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅବଦୁଲ ସଲାମ ଓରଫ ଆରିଫ । ସେ ମୌଧା ତହସିଲର ନାଇକପୁରୱା ଇଚୌଲାରେ ଥିବା ଜଳ ସଂସ୍ଥାନ ୟୁନିଟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ପୀଡିତାଙ୍କ ମାଆଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ସଦର କୋଟୱାଲି ଥାନାରେ ବଳାତ୍କାର, ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ସହିତ ଜଡିତ ଧାରା ଅନୁଯାୟୀ ଏକ ଏଫଆଇଆର ରୁଜୁ କରିଛି। ପୋଲିସ କହିଛି ଯେ ଅଭିଯୁକ୍ତ ନାବାଳିକାଙ୍କୁ ପ୍ରଲୋଭିତ କରିଥିଲା ଏବଂ ତାଙ୍କୁ ବହୁବାର ଯୌନ ନିର୍ଯାତନା ଦେଇଥିଲା। ସେ ରେକର୍ଡ ହୋଇଥିବା ଭିଡିଓ ଏବଂ ଫଟୋଗ୍ରାଫ ବ୍ୟବହାର କରି ଝିଅକୁ ଧମକ ଦେବା ଏବଂ ଯୌନ ନିର୍ଯାତନା ଜାରି ରଖିବାକୁ ଚାପ ପକାଉଥିଲେ ଅଭିଯୁକ୍ତ।ପୀଡିତା…
ପ୍ରସିଦ୍ଧ ମାଲାୟଲମ ସିନେମା ପ୍ରଡକ୍ସନ କଣ୍ଟ୍ରୋଲର ଏବଂ ଅଭିନେତା କନ୍ନନ ପଟ୍ଟାମ୍ବୀ ଜାନୁଆରୀ ୪ ତାରିଖ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି ।ସେ ପ୍ରାୟ ତିନି ଦଶନ୍ଧି ଧରି ସିନେମାରେ କାମ କରୁଥିଲେ, ପରଦା ପଛରେ କାମ କରିବା ସହିତ ସ୍ମରଣୀୟ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ଜାନୁଆରୀ ୪ ତାରିଖ ରାତି ପ୍ରାୟ ୧୧:୪୧ ସମୟରେ ପାଲକ୍କଡର ନ୍ୟାଙ୍ଗଥିରିସ୍ଥିତ ତାଙ୍କ ଘରେ ଏହି ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।କନ୍ନନ ପଟ୍ଟାମ୍ବୀ ସିନେମାରେ ତାଙ୍କର ପ୍ରଚୁର ଅବଦାନ ପାଇଁ ଜଣାଶୁଣା ଥିଲେ । ସେ ଜଣେ ଅଭିନେତା ଏବଂ ପ୍ରଯୋଜନା ଦଳର ଜଣେ ପ୍ରମୁଖ ସଦସ୍ୟ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ଜଣେ ଅଭିନେତା ଭାବରେ, ସେ ପ୍ରାୟ ୨୩ଟି ମାଲାୟଲମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରୁ ଅନେକ ହିଟ୍ ହୋଇଥିଲା । ସେ ମୋହନଲାଲଙ୍କ ସହିତ ମଧ୍ୟ କାମ କରିଥିଲେ ।ତାଙ୍କ ଅଭିନୟ…
ସାରା ଅଲି ଖାନ ତାଙ୍କ ଭାଇ ଇବ୍ରାହିମ ବର୍ଷର ଶେଷ ଦିନଟି ସେମାନଙ୍କର ପୈତୃକ ଘରେ ଶୀତ ଛୁଟି ମନାଇବାର ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ବନ୍ଧୁମାନଙ୍କ ସହିତ ତାଙ୍କ ପୈତୃକ ଘର ପଟୌଦି ହାଉସରେ ପହଞ୍ଚି ବରଫ ଆଚ୍ଛାଦିତ ସ୍ଥାନରେ ନୂଆ ବର୍ଷକୁ ସ୍ୱାଗତ କରିଥିଲେ ।ସାରା ଅଲି ଖାନ ବରଫ ଆଚ୍ଛାଦିତ ହୋଇ ରହିଥିବା ବାଲକୋନିରେ ବସି କଫିର ମଜା ନେଉଥିବାର ଦେଖାଯାଉଛି । ସେହିପରି ଏକ ଫଟୋରେ ଇବ୍ରାହମ ତାଙ୍କ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଅନ ଏକ ଫଟୋରେ ସାରାଙ୍କୁ ଏକ ଫ୍ଲାୱାର ଗାର୍ଡେନରେ ବସି ଫଟୋ ଉଠାଉଥିବାର ଦେଖିବାକୁ ମିଳିଛି ।ଫଟୋ ସେୟାର କରି ସାରା କ୍ୟାପସନରେ ଲେଖିଛନ୍ତି ଯେ, ‘‘ଫ୍ୟାନ୍ସଙ୍କ ହୃଦୟ ଜିତିପାରୁଛି । ମୋର କାମନା ମୋ ଉପରେ ସର୍ବଦା ଆଶୀର୍ବାଦ ରହିଥାଉ ।’’
ଇଣ୍ଟରସେପ୍ଟର ମିଜାଇଲ୍ ଏସ – ୪୦୦ର ବ୍ୟବହାରିକ ପରୀକ୍ଷଣ। ଏହା ବାୟୁ ପ୍ରତିରକ୍ଷା କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଅପେରେସନ ସିନ୍ଦୂରରେ ବ୍ୟବହୃତ ହୋଇଥିଲା ଏସ – ୪୦୦ ଇଣ୍ଟରସେପ୍ଟର। ଅବଦୁଲ କଲାମ ଦ୍ବୀପରୁ ଅପରାହ୍ନ ୩ଟା ୪୦ରେ ବ୍ୟବହାରିକ ପରୀକ୍ଷଣ। ପ୍ରଥମେ ବଂଶୀ ନାମକ ମିଜାଇଲ୍କୁ ସଫଳତାର ସହ ଧ୍ବଂଶ କରିଦେଇଥିଲା। ଏସ – ୪୦୦। ୪୦୦ କିମି ପର୍ଯ୍ୟନ୍ତ ବିମାନ, ଡ୍ରୋନ୍, ବାଲିଷ୍ଟିକ୍/କ୍ରୁଜ୍କୁ ଟାର୍ଗେଟ କରିପାରିବ। ରୁଷ ଓ ଭାରତ ଭଳି ଦେଶ ପାଇଁ ଏୟାର ଡିଫେନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଶ୍ରୀମନ୍ଦିର ଭିତରେ ରବିବାର ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର, ଜେଟିପି ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଏସପି ପ୍ରତୀକ ସିଂ ସମସ୍ତ ଘଟଣାର ତଦନ୍ତ କରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଏସପିଙ୍କୁ କହିଛନ୍ତି । ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀମନ୍ଦିର କମାଣ୍ଡର ଙ୍କ ମଧ୍ୟରେ ଗତକାଲିର ଗଣ୍ଡଗୋଳ ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ନୁଆ ଏସଓପି ଅନୁଯାୟୀ ଏଣିକି କେବଳ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅତିଥି ଏବଂ ଭିଭିଆଇପିଙ୍କ ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥା କରାଯିବ । କୌଣସି ପୋଲିସ କର୍ମଚାରୀ ପ୍ରୋଟୋକଲ ଦର୍ଶନ କରାଇ ପାରିବେ ନାହିଁ । ସେହିପରି ଯେଉଁ ଅତିଥି ପ୍ରୋଟୋକଲରେ ଯିବେ…
ରାୟଗଡାରେ ବିଦ୍ୟାଳୟରେ ଖେଳୁଥିବା ବେଳେ ବଡ ଅଘଟଣ । ପାଇକଡାକୁଲଗୁଡା ହାଇସ୍କୁଲରେ ପୋଡିହୋଇ ୪ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ୪ ଛାତ୍ରଙ୍କ ଉପରେ ଥିନର ଢାଳି ନିଆଁ ଲଗାଇଦେଲେ ଆଉ ଜଣେ ଛାତ୍ର । ନିଆଁ ଲାଗିବା ପରେ ତୁରନ୍ତ ଗୁରୁତର ଛାତ୍ରମାନଙ୍କୁ ବିଷମକଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ସପ୍ତମ ଓ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ଥିନର ଢାଳି ନିଆଁ ଲଗାଇବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଆହତ ଅଛନ୍ତି। ବିଦ୍ୟାଳୟ କାର୍ଯ୍ୟ ସମୟ ଭିତରେ ଛାତ୍ରମାନେ ପୋଡ଼ିଯିବା ଏକ ନିନ୍ଦନିୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି…
ତାମିଲନାଡୁର ମହାବଲୀପୁରମରୁ ବିହାରର ଗୋପାଳଗଞ୍ଜ ସହରରେ ପହଞ୍ଚିଛି ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ । ମିଳିଥିବା ସୂଚନା ଅନୁସାରେ, ଏହି ବିଶାଳ ଶିବଲିଙ୍ଗ ବିହାରର ପୂର୍ବ ଚମ୍ପାରଣରେ ଥିବା ବିଶାଳ ରାମାୟଣ ମନ୍ଦିରରେ ସ୍ଥାପିତ କରାଯିବ । ବିହାର ଯିବା ବାଟରେ ଶିବଲିଙ୍ଗ ଗୋପାଳଗଞ୍ଜରେ ପହଞ୍ଚିବା ମାତ୍ରେ ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଏବଂ ଫଟୋ ଉଠାଇବା ପାଇଁ ଏକାଠି ହୋଇଥିଲେ । ଏହି ଶିବଲିଙ୍ଗର ଲମ୍ବା ୩୩ ଫୁଟ ରହିଥିବା ବେଳେ ଓଜନ ୨୧୦ ମେଟ୍ରିନ ଟନ୍ ରହିଛି । ଏହି ବିଶାଳ ଶିବଲିଙ୍ଗର ସ୍ଥାପନା ୧୭ ଜାନୁଆରୀରେ କେସରିୟାର ପ୍ରଖଣ୍ଡ ସ୍ଥିତ ବିରାଟ ରାମାୟଣ ମନ୍ଦିରରେ ବିଧିବିଧାନରେ ସ୍ଥାପିତ ହେବ । ତାମିଲନାଡୁର ମହାବଳୀପୁରମରୁ ୨୧ ନଭେମ୍ବରରେ ବାହାରିଥିଲା ଶିବଲିଙ୍ଗ । ପାଖାପାଖି ୪୫ ଦିନ ଯାତ୍ରା କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ହୋଇ ବିହାରରେ ପହଞ୍ଚିଛି । ଶିବଲିଙ୍ଗ ପହଞ୍ଚିବା…
ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବୈଠକ ବସିଥିଲା । ମିଲର୍ସ ମାନଙ୍କ ସହ ଆଲୋଚନା ପରେ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଗତକାଲି ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ବିଭାଗ ମିଲର୍ସଙ୍କ ଦାବି ପୂରଣ ନେଇ ସଚେତନ ଅଛନ୍ତି । ସେମାନଙ୍କୁ ସମୟ ମଗାଯାଇଛି । ଦାବି ପୂରଣ କରାଯିବ । ଧାନ କିଣା ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ସେ ନେଇ ସରକାର ତତ୍ପର ଅଛନ୍ତି । ଅନ୍ୟପଟେ ଜାନୁଆରି ୧୦ ସୁଦ୍ଧା ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମଣ୍ଡିରେ ଧାନକିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା…