ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକାମ୍ର କାନନର ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଆରମ୍ଭ ହେବ ବୋଲି ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (RPRC) ସୂଚନା ଦେଇଛି ।ଏହି ବର୍ଷ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଜାନୁଆରୀ 11 ମଧ୍ୟରେ ଅନୁଷ୍ଠିତ ହେବ। ପରିଦର୍ଶକମାନେ ବାର୍ଷିକ ଫୁଲ ପ୍ରଦର୍ଶନୀ ପାଇଁ ସକାଳ 8.30 ରୁ ରାତି 8.30 ପର୍ଯ୍ୟନ୍ତ ଏକାମ୍ର କାନନ ପରିଦର୍ଶନ କରିପାରିବେ ଏବଂ ସେହି ସ୍ଥାନରେ ବିଭିନ୍ନ ପ୍ରକାରର ଫୁଲ ଦେଖିପାରିବେ । ପ୍ରବେଶ ସମସ୍ତଙ୍କ ପାଇଁ ମାଗଣା ଏବଂ ଆୟୋଜକମାନେ ଯାନବାହାନର ମାଗଣା ପାର୍କିଂ ପାଇଁ ବିସ୍ତୃତ ବ୍ୟବସ୍ଥା ମଧ୍ୟ କରିଛନ୍ତି।
Author: madhulekha
ପୁଣି ଫେରିଲା ଶୀତ ଲହରି । ଟ୍ବିନ୍ ସିଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ । ରାଜଧାନୀ ଭୁବନେଶ୍ବର ତୁଳନାରେ କଟକରେ ଅନୁଭୂତ ହୋଇଛି ପ୍ରବଳ ଥଣ୍ଡା । ତେବେ ଶୀତରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା ରାତି ତାପମାତ୍ରା । ଝାରସୁଗୁଡ଼ାରେ ୫.୧ ଡିଗ୍ରୀ ରାତି ତାପମାତ୍ରା ୭୨ ବର୍ଷରେ ସବୁଠୁ କମ୍ । ୧୯୫୩ରୁ ରେକର୍ଡ ହୋଇଥିଲେ ବି କେବେ ଏତେ ତଳକୁ ଯାଇ ନଥିଲା ପାରଦ। ।ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ଭିତରେ ଲଘଚୁାପ ଘନୀଭୂତ ହୋଇ ଅବତାର ରୂପ ନେବ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବନି । କାଁ ଭାଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ରାଜ୍ୟରେ ଏସମା ଲାଗୁ କଲେ ସରକାର । ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜାରି ରହିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ବିଭିନ୍ନ ଦାବି ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତରମାନେ ଓପିଡି ସେବା ୨ ଘଣ୍ଟା ପାଇଁ ବନ୍ଦ କରିଛନ୍ତି। ଫଳରେ ରୋଗୀମାନେ ହଇରାଣ ହେଉଛନ୍ତି।୬ ମାସ ଯାଏଁ ଧର୍ମଘଟ ସରକାର ମନା କରଛନ୍ତି । ରାଜ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ ଯେପରି ବ୍ୟାଘାତ ନଉପୁଜିବ, ସେଥିପାଇଁ ସମଗ୍ର ରାଜ୍ୟରେ ‘ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ’ (ESMA) ଲାଗୁ କରାଯାଇଛି । ଧର୍ମଘଟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କଲେ ସରକାର ।ଯଦି କୌଣସି କର୍ମଚାରୀ ଏହି ନିୟମ ଭଙ୍ଗ କରନ୍ତି, ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ରାଇସ୍ ମିଲର ସଂଘର ବୈଠକ ପୁଣିଥରେ ବିଫଳ ହୋଇଛି। ଗତକାଲି ପରେ ଆଜିର ଆଲୋଚନା ମଧ୍ୟ ବିଫଳ ହେବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି।ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ବା ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ମିଲରମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।ତେବେ ମିଲର ସଂଘର ଚେତାବନୀ ଦେଇଛନ୍ତି “ବିଧିବଦ୍ଧ ସରକାରୀ ଆଦେଶନାମା ଜାରି ନହେବା ପର୍ଯ୍ୟନ୍ତ ସମସ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିବ। ପୂର୍ବରୁ ମୌଖିକ ପ୍ରତିଶ୍ରୁତି ପାଇ ଆମେ କାର୍ଯ୍ୟ କରିଥିଲୁ, କିନ୍ତୁ ଏଥର ଆଉ ନୁହେଁ।”
ଅନେକ ଲୋକ X କୁ ନେଇ ଜଣେ କ୍ରୋଧିତ, ବଡ଼ ଆଖି ଥିବା ମହିଳାଙ୍କ ପୋଷ୍ଟରର ଫଟୋ ସେୟାର କରୁଛନ୍ତି। ଇଣ୍ଟରନେଟରେ କିଛି ଲୋକ ଜାଣିବା ପର୍ଯ୍ୟନ୍ତ ଏହି ମହିଳା କିଏ ତାହା ଏକ ରହସ୍ୟ ହୋଇ ରହିଥିଲା।ଜଣେ X ବ୍ୟବହାରକାରୀ ଏକ AI ପ୍ଲାଟଫର୍ମରେ କରାଯାଇଥିବା ଏକ ପ୍ରଶ୍ନର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଉତ୍ତର ଅନୁସାରେ, ଚିତ୍ରରେ ଥିବା ମହିଳା ଜଣକ କର୍ଣ୍ଣାଟକର ଜଣେ YouTuber ନିହାରିକା ରାଓ ଭାବରେ ଚିହ୍ନଟ ହୋଇଛନ୍ତି। AI କହିଛି ଯେ 2023 ମସିହାରେ ଭାଇରାଲ ହୋଇଥିବା ଏକ ଭିଡିଓ କ୍ଲିପ୍ ରୁ ତାଙ୍କର ଆଶ୍ଚର୍ଯ୍ୟଜନକ ଅଭିବ୍ୟକ୍ତି ପରେ ଏକ ଲୋକପ୍ରିୟ ମିମ୍ ରେ ପରିଣତ ହୋଇଛି। ଏହା ଆହୁରି ବ୍ୟାଖ୍ୟା କରିଛି ଯେ ସ୍ଥାନୀୟ ଲୋକମାନେ ଖରାପ ନଜରରୁ ରକ୍ଷା ପାଇବା ପାଇଁ ଏହି ଚିତ୍ରକୁ ହାସ୍ୟରସ ଭାବରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି।
ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମନା । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନରଙ୍କ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ । ସେହିପରି ପୁରୁଣା ଜରିମାନା ଭରଣା ନକଲେ ପଲ୍ୟୁସନ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତା ଉପରୁ ଦ୍ୱନ୍ଦ୍ୱ ହଟୁ ବୋଲି କହିଛନ୍ତି ହାଇକୋର୍ଟ । । ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନୋଟିସ ଦେବାକୁ କୁହାଯାଇଛି । ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଗାଡିର ଇନ୍ଧନ ମିଳିବ ନାହିଁ ଏବଂ ସାର୍ଟିଫିକେଟ୍ ହାସଲ କରିବାକୁ ହେଲେ ସମସ୍ତ ପୁରୁଣା ଜରିମାନା ଦେବାକୁ ହେବ ବୋଲି ପରିବହନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ବାସିନ୍ଦା ସ୍ନିଗ୍ଧା ପାତ୍ର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଦାୟର ପିଟିସନରେ ସେ…
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଟଙ୍କା ଫେବୃଆରୀ ୨୮ ସୁଦ୍ଧା ଜାରି ହେବାର ଆଶା କରାଯାଉଛି। ଏହି କିସ୍ତିରୁ ପ୍ରାୟ ଦଶ କୋଟି ଚାଷୀ ଉପକୃତ ହେବାର ସମ୍ଭାବନା ରହିଛି। ଚାଷୀମାନେ ପୂର୍ବରୁ ୨୧ଟି କିସ୍ତି ପାଇସାରିଛନ୍ତି କିନ୍ତୁ ସମସ୍ତେ ଏବେ ପରବର୍ତ୍ତୀ ଟଙ୍କା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ବର୍ତ୍ତମାନ, ପରବର୍ତ୍ତୀ ଇନଷ୍ଟଲମେଣ୍ଟର ରିଲିଜ୍ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ରିଲିଜ୍ କରାଯିବ ବୋଲି କୁହାଯାଉଛି।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ । ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ଉତ୍ତରପ୍ରଦେଶର ଭୋଟର ତାଲିକା ପାଇଁ ଏସଆଇଆର ପ୍ରକ୍ରିୟା ରେ ରାଜ୍ୟର ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାରେ ଉତ୍ତରପ୍ରଦେଶର ୨୮.୯ ନିୟୁତ ଭୋଟରଙ୍କ ନାମ ବାଦ ଦିଆଯାଇଛି । କମିସନଙ୍କ ଅନୁଯାୟୀ, ଏହି ତାଲିକା ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା SIR ପ୍ରକ୍ରିୟାର ଏକ ଅଂଶ ଭାବରେ ପ୍ରସ୍ତୁତ କରାଯାଇଥିଲା, ଯାହାକି ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିଲା।ତେବେ ଜାଣିରଖିବା ଉଚିତ ଯେ, ଉତ୍ତର ପ୍ରଦେଶରେ ଭୋଟର ଲିଷ୍ଟର ଏହି ଡ୍ରାଫ୍ଟ ତାଲିକା ତିନି ଥର ସ୍ଥଗିତ ରହିବା ପରେ ଆଜି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକାର କପି ସମସ୍ତ ରାଜନୈତିକ ଦଳକୁ ବଣ୍ଟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ…
ଚଳିତବର୍ଷ ପକ୍ଷୀଙ୍କ ଗୋଡରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର । ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ଏନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ | ଏପରିକି ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡ଼େ ଯାଉଛନ୍ତି ତାହା ମଧ୍ୟ ଜଣାପଡ଼ିବ। ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲ। ଶୀତ ପରେ ଏହି ୨ ପ୍ରଜାତିର ପକ୍ଷୀ ଚିଲିକାରୁ ଆନ୍ଧ୍ରପ୍ରଦେଶର କୋଲେରୁ ହ୍ରଦକୁ ଯାଇଥିବା ସୂଚନା ମିଳିଛି।
ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର ପ୍ରଶାସନ । ସୂଚନାମୁତାବକ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ଘିଅ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନକରେ ସେଥିପ୍ରତି ପଦକ୍ଷେପ ନେବାକୁ ପୂର୍ବରୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେବା ସହ ତଦନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗାକୁ ଅବଗତ କରାଯାଇଥିଲା । ଏହାସହ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଏବଂ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ କୌଣସି ବ୍ୟତିକ୍ରମ ବରଦାସ୍ତ କରାଯିବ ନାହିଁ, ବାହାର ଖୋଲା ଘିଅ ବା ଛାପା ଘିଅ ଶ୍ରୀମନ୍ଦିର ପରିସରକୁ ନେବାକୁ ଉଦ୍ୟମ କଲେ ଦୃଢ଼…